ଭୁୁବନେଶ୍ୱର: ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ପ୍ରଦାନରେ ଦୁର୍ନୀତି ଓ ଅନିୟମିତତାର ଛାନଭିନ୍ କରିଛନ୍ତି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ହାଇଲେଭଲ୍ କମିଟି । ଗତ ଦୁଇବର୍ଷ ଭିତରେ ଅଗ୍ନି ନିରାପତ୍ତା ଆବେଦନ କେତୋଟି ଆସିଥିଲା, କେତେ ଜଣଙ୍କର ଅଟକି ରହିଛି, କେତେଜଣ ପାଇଛନ୍ତି ଓ କେତେଜଣଙ୍କର ବାତିଲ ହୋଇଛି ତାହାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରାଯାଇଛି । କିଛି ନିର୍ଦ୍ଦିଷ୍ଟ ଅଭିଯୋଗର ବିଶେଷ ଖୋଳତାଡ଼ ହୋଇଥିବା ଜଣାପଡ଼ିଛି ।
ବିଜୟ ଶର୍ମା ଅଗ୍ନିଶମ ଡିଜି ଥିବା ବେଳେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ପ୍ରଦାନରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଥିଲା । ବଡ଼ ବଡ଼ ହୋଟେଲ, ସପିଂ ମଲ୍, ହସ୍ପିଟାଲ୍, ବ୍ୟବସାୟ ପ୍ରତିଷ୍ଠାନକୁ ସାର୍ଟିଫିକେଟ୍ ପ୍ରଦାନ କ୍ଷେତ୍ରରେ ଦୋ ନମ୍ବରୀ କାରସାଦି ହେଉଥିବାର ନିର୍ଦ୍ଦିଷ୍ଟ ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିବା ପରେ ସେ ଖଡଗହସ୍ତ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ ଏହାର ତନାଘନା କରାଯାଇଥିଲା । କିଛି ସାଂଘାତିକ ସୁରାକ୍ ମିଳିଲା ପରେ ଭାରପ୍ରାପ୍ତ ଡିଜି ଭାବେ କାର୍ଯ୍ୟ କରୁଥିବା ଅଗ୍ନିଶମ ଡିଜି ବିଜୟ ଶର୍ମାଙ୍କୁ ଗତ ନଭେମ୍ବର ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଅଚାନକ ହଟାଇ ଦେଇଥିଲେ ।
ଶ୍ରୀ ଶର୍ମାଙ୍କୁ ଗୃହ ବିଭାଗର ଓଏସଡି ଭଳି ଏକ ଗୁରୁତ୍ୱହୀନ ବିଭାଗକୁ ବଦଳି କରାଯିବା ସହ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଗୁଡ଼ିକର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଏକ ହାଇଲେଭଲ୍ କମିଟି ଗଠନ କରିଥିଲେ । ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏହି କମିଟିରେ ଅଛନ୍ତି ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଗୃହ ବିଭାଗ ସଚିବ ସଞ୍ଜୀବ ଚୋପ୍ରା ।
ପୂର୍ବରୁ ଏହି କମିଟିର ପ୍ରଥମ ବୈଠକ ହୋଇସାରିଛି । ଶୁକ୍ରବାର ଦିନ କମିଟିର ଦ୍ୱିତୀୟ ବୈଠକ ବସିଥିଲା । ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ଡିଜି ସତ୍ୟଜିତ୍ ମହାନ୍ତି ବୈଠକରେ ଉପସ୍ଥିତ ଥିଲେ । କମିଟିର ପରବର୍ତ୍ତୀ ବୈଠକରେ ବିଜୟ ଶର୍ମାଙ୍କୁ ହାଜର ହେବାକୁ ପଡ଼ିପାରେ ବୋଲି ସୂଚନା ମିଳିଛି ।
ଵିଜୟ ଶର୍ମା ରାଜା ଘର ଛୂଆ,ମହବତ ରେ ପେଟରେ ହୋଇଛନ୍ତି,କିଛି ଦୋ ନମ୍ବର କାମ ସେ କରିବେ ନାହିଁ, ଶର୍ମା ଜୀ ଟାଇଗର ସବୁ ଦିନ ଟାଇଗର ରହିବ,