Thursday, September 3, 2026 08:43 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆରପାରିରେ ଆଲବମ୍ ଅଭିନେତ୍ରୀ ଦୀପା ସାହୁ

by Our Correspondent
27 Jul, 2020- 06:28 PM
in Latest News, News
1 min read
0
ଆରପାରିରେ ଆଲବମ୍ ଅଭିନେତ୍ରୀ ଦୀପା ସାହୁ
ଭୁୁବନେଶ୍ୱର: ଓଡ଼ିଶାର ଆଲବମ୍ କୁଇନ୍ ଭାବେ ଜଣାଶୁଣା ଅଭିନେତ୍ରୀ ଦୀପା ସାହୁଙ୍କର ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ହୋଇଥିଲା । ବର୍ଷେ ତଳେ କ୍ୟାନସର୍ ରେ ପୀଡ଼ିତା ଦୀପା ଗତ ଜୁନ୍ ୨୦ରେ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ସେଠାରେ କିଛି ଦିନ ଚିକିତ୍ସିତ ହେବା ପରେ ତାଙ୍କୁ ଏମସ୍ ଏବଂ ପରେ ଏକ ଘରୋଇ ହସ୍ପିଟାଲ୍ କୁ ସ୍ଥାନାନ୍ତର କରାଯାଇଥିଲା । ଦୁଇ ଦିନ ହେଲା ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିଲା । ଆଜି ଅପରାହ୍ନ ୪.୦୨ ମିନିଟ୍ ରେ ଆଖି ବୁଜି ଦେଇଥିଲେ ଦୀପା ।

୧୯୮୫ ଅକ୍ଟୋବର ୨୫ରେ ଢ଼େଙ୍କାନାଳରେ ଜନ୍ମିତ ଦୀପା ୨୦୦୦ ମସିହା ପ୍ରାରମ୍ଭରେ ଓଡ଼ିଆ ଆଲବମ୍ ଜଗତର ସୁପର ହିଟ୍ ହୀରୋଇନ୍ ଥିଲେ । ‘ଏକଡ଼ା ଏକଡ଼ା ରାମ୍’, ‘କୃଷ୍ଣ ଚୂଡ଼ା ରଙ୍ଗର ନାଲି ଓଢ଼ଣୀ’, ‘ହାଇ ହାଇ ତୋ ମଲ୍ଲୀ ଫୁଲ ଗଜରା’ ଭଳି ହିଟ୍ ଆଲବମ୍ ଦେଇ ଓଡ଼ିଶାର ଘରେ ଘରେ ପରିଚିତ ହୋଇଥିଲେ । ଖାଲି ଆଲବମ୍ ଗୀତ ନୁହେଁ ଆକ୍ଟି କ୍ଷେତ୍ରରେ ମଧ୍ୟ ନିଜର ଦକ୍ଷତା ପ୍ରତିପାଦିତ କରିଥିଲେ । ଅନେକ ଟେଲିଫିଲ୍ମ ଧାରାବାହିକରେ ଅଭିନୟ କରିବା ସହ ଓଡ଼ିଆ ଫିଲ୍ମ ‘ନାରୀ ଆଖିରେ ନିଆଁ’ ରେ ଅଭିନୟ କରି ପ୍ରଶଂସା ସାଉଁଟିଥିଲେ ।
ପାଖାପାଖି ବର୍ଷେ ତଳେ ଓଭାରିଆନ୍ କ୍ୟାନସର୍ ରେ ପୀଡ଼ିତା ହୋଇଥିଲେ ଦୀପା । ଚିକିତ୍ସିତ ହୋଇ ଘରକୁ ଫେରି ଆସିଥିଲେ । ମାସେ ତଳେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲେ ମଧ୍ୟ ଚିକିତ୍ସାରେ ପ୍ରତିବନ୍ଧକ ହୋଇଥିଲା ଅର୍ଥ । ଖବର ପାଇ ଅଭିନେତା ଅଖିଳ ପଟ୍ଟନାୟକ ଏବଂ ସାମାଜିକ କର୍ମୀ ପ୍ରଶାନ୍ତ ନାୟକ ଚିକିତ୍ସା ପାଇଁ ଦୀପାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ଆଣିଥିଲେ । ତାଙ୍କୁ ଭଲ କରିବା ପାଇଁ କଳାକାରମାନେ ସହାୟତାର ହାତ ବଢ଼ାଇଥିଲେ ।
ଦୀପାଙ୍କର ସ୍ୱାମୀ ମନୀନ୍ଦ୍ର ଦତ୍ତ ଏବଂ ଏକମାତ୍ର ଝିଅ ଅଛନ୍ତି ।
ଦାପାଙ୍କ ମୃତ୍ୟୁରେ ଓଲିଉଡ୍ ଏବଂ ଆଲବମ୍ ଜଗତରେ ଶୋକର ଛାୟା ଖେଳିଯାଇଛି । ଗତ ସପ୍ତାହରେ କିମ୍ବଦନ୍ତୀ ଅଭିନେତା ବିଜୟ ମହାନ୍ତିଙ୍କ ମୃତ୍ୟୁ ଓଲିଉଡ୍ ଜଗତକୁ ସ୍ତବ୍ଧ କରି ରଖିଥିବା ବେଳେ ଆଜି ଏହି ଯୁବ ପ୍ରତିଭାଙ୍କ ବିୟୋଗ କଳାକାର ଜଗତ ପାଇଁ ଅପୂରଣୀୟ କ୍ଷତି ଆଣିଛି ।
Previous Post

ଆର.କେ. ଶର୍ମା ହେଲେ କୃଷି ଉତ୍ପାଦନ କମିଶନର, ଅନୁ ଗର୍ଗଙ୍କୁ ଜଳସମ୍ପଦ

Next Post

ସମ୍ ହସ୍ପିଟାଲରେ ‘କୋଭାକ୍ସିନ୍’ ର ମାନବ ପରୀକ୍ଷଣ

Next Post
ସମ୍ ହସ୍ପିଟାଲରେ ‘କୋଭାକ୍ସିନ୍’ ର ମାନବ ପରୀକ୍ଷଣ

ସମ୍ ହସ୍ପିଟାଲରେ ‘କୋଭାକ୍ସିନ୍’ ର ମାନବ ପରୀକ୍ଷଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA