Thursday, April 30, 2026 12:16 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆରମ୍ଭ ହେଲା ‘ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍’

by Our Correspondent
14 Dec, 2019- 11:53 PM
in Latest News, News
1 min read
0
ଆରମ୍ଭ ହେଲା ‘ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍’
ଭୁବନେଶ୍ୱର: ଓଡ଼ିଶାର ପର୍ଯ୍ୟଟନ ଇତିହାସରେ ପ୍ରଥମ ଥର ପାଇଁ ଏକ ଅଭିନବ ପ୍ରୟାସ । କୋଣାର୍କ ନିକଟବର୍ତ୍ତୀ ରାମଚଣ୍ଡୀ ବେଳାଭୂମିରେ ଆରମ୍ଭ ହୋଇଛି “ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍’ । ୪୯ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସଂଧ୍ୟାରେ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ବେଲୁନ୍ ଉଡ଼ାଇ ଉତ୍ସବର ଶୁଭାରମ୍ଭ କରିବା ପରେ ବେଳାଭୂମି ପରିଭ୍ରମଣ କରିଥିଲେ ।

ଉତ୍ସବ ଆରମ୍ଭ ସହ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପଡ଼ିଛି ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ । ଉତ୍ସବସ୍ଥଳ ରାମଚଣ୍ଡୀ ବେଳାଭୂମି ନିଆରା ଢ଼ଙ୍ଗରେ ସଜେଇ ହୋଇଛି । ଇକୋ-ରିଟ୍ରିଟ୍ କୁ ତିନି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମରେ ରହିଛି ଇନ୍ ଆଉସ୍ ଅଞ୍ଚଳ । ଯେଉଁଠି କେବଳ ଟେଣ୍ଟ ବୁକିଂ କରି ପର୍ଯ୍ୟଟକ ରହିବେ । ଦ୍ୱିତୀୟଟି ପବ୍ଲିକ୍ ଏରିଆ ବା ବିଚ୍ ମାର୍କେଟ୍ । ଏଠାରେ ହସ୍ତତନ୍ତ, ହସ୍ତଶିଳ୍ପ ମେଳା ସାଙ୍ଗକୁ ବିଭିନ୍ନ ତାରକା ହୋଟେଲ୍ ଓ ରେସ୍ତୋରାଁ ଖାଦ୍ୟ ମିଳୁଛି । ସାଧାରଣ ଲୋକଙ୍କ ପାଇଁ ଏହାକୁ ଉନ୍ମୁକ୍ତ ରଖାଯାଇଛି । ତୃତୀୟଟି ସାଂସ୍କୃତିକ ମଂଚ ଅଞ୍ଚଳ । ସେଠି ନୃତ୍ୟ ସଙ୍ଗୀତର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସେଠାରେ ପ୍ରବେଶ ପାଇଁ ଲୋକଙ୍କୁ ଫି ଦେବାକୁ ପଡ଼ିବ ।
ରାମଚଣ୍ଡୀ ବେଳାଭୂମିରେ ୫୦ଟି ୨ ଶଯ୍ୟା ବିଶିଷ୍ଟ ବିଳାସପୂର୍ଣ୍ଣ ଅସ୍ଥାୟୀ ଟେଣ୍ଟ ବା କଟେଜ୍ ନିର୍ମାଣ କରାଯାଇଛି । ସେଠାରେ ଠିକ୍ ପଞ୍ଚ ତାରକା ହୋଟେଲର ଅନୁଭବ ବାରି ହେଉଛି । ବିଭିନ୍ନ ବର୍ଗର ପର୍ଯ୍ୟଟକମାନଙ୍କ ରହିବା ପାଇଁ ସେଗୁଡ଼ିକୁ ଶ୍ରେଣୀଭୁକ୍ତ କରାଯାଇଛି । ଜଣଙ୍କ ପିଛା ରାତିକ ପାଇଁ ମୂଲ୍ୟ ରଖାଯାଇଛି ୭ ହଜାରରୁ ୨୨ ହଜାର ଟଙ୍କା । ଏହି ପଇସାରେ ପର୍ଯ୍ୟଟକ ଭୁବନେଶ୍ୱରଠାରୁ ବାହାରିବାଠାରୁ ଆରମ୍ଭ କରି ରହିବା, ଖାଇବା ବିଚ୍ ସ୍ପା, ଦୁଃସାହସିକ ଜଳକ୍ରୀଡ଼ା, ନେଚର୍ ଟ୍ରାଏଲସ୍ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବାର ସୁଯୋଗ ପାଇପାରିବେ । ଏଥିପାଇଁ ଆଜି ଉଦଘାଟନ ଦିନରେ ହିଁ ୨୨ଟି ଟେଣ୍ଟ ବୁକିଂ ହୋଇଯାଇଛି ।

ପ୍ରତିଦିନ ସଂଧ୍ୟାରେ ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ରାଜ୍ୟର ଲୋକନୃତ୍ୟ ସାଙ୍ଗକୁ ପପ୍, ସେଲିବ୍ରିଟି ଡିଜେ ଏବଂ ବଲିଉଡ କଳାକାରମାନେ ସଙ୍ଗୀତ ପରିବେଷଣ କରିବେ । ଇକୋ-ରିଟ୍ରିଟ୍ ର ପ୍ରବେଶ ପଥ ଟିକେଟ୍ କାଉଣ୍ଟରରୁ ଟିକେଟ୍ ନେଇ ଦର୍ଶକମାନେ ଏହି କାର୍ଯ୍ୟକ୍ରମ ଉପଭୋଗ କରିପାରିବେ । ଟିକେଟ୍ ର ସର୍ବନିମ୍ନ ମୂଲ୍ୟ ୫୦ ଟଙ୍କା ରଖାଯାଇଛି ।
ବେଳାଭୂମିରେ ଜଳକ୍ରୀଡ଼ା ଉତ୍ସବର ଅନ୍ୟତମ ଆକର୍ଷଣ ପାଲଟିଛି । ଜେଟ୍ ସ୍କାଏ, ଜର୍ବିଂ, ୱାଟର ରୋଲର, ସ୍ପିଡ୍ ବୋଟିଂ, ପାରାସେଲିଂ, ଏଟିଭି, ଆର୍ଚେରି, ରାଇଫଲ୍ ସୁଟିଂ, ବିଚ୍ ଭଲିବଲ୍ ଏବଂ ବାଇସାଇକେଲ ଚାଳନା ଭଳି ରୋମାଞ୍ଚଭରା ଖେଳ ଉପଭୋଗ କରିବେ ଦର୍ଶକ ।
ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଉତ୍ସବ ଚାଲିବ । ଏହି ଅଭିନବ ଆୟୋଜନ ପର୍ଯ୍ୟଟକମାନଙ୍କୁ ଖାଲି ଅଧିକ ଆକର୍ଷିତ କରିବ ନାହିଁ ବରଂ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶା ପାଇଁ ଅଧିକ ଟେକ ଆଣିବ ବୋଲି ବିବେଚନା କରାଯାଉଛି ।
Previous Post

ସାବରକରଙ୍କଠୁଁ ମୋଦି.. ନିଆଁ ଚେଙ୍ଗିଦେଲେ ରାହୁଲ

Next Post

ପ୍ରମାଣିତ ହେଲେ ବିଜେପିର ରେପିଷ୍ଟ୍ ବିଧାୟକ

Next Post
ପ୍ରମାଣିତ ହେଲେ ବିଜେପିର ରେପିଷ୍ଟ୍ ବିଧାୟକ

ପ୍ରମାଣିତ ହେଲେ ବିଜେପିର ରେପିଷ୍ଟ୍ ବିଧାୟକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA