Wednesday, April 29, 2026 10:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସାବରକରଙ୍କଠୁଁ ମୋଦି.. ନିଆଁ ଚେଙ୍ଗିଦେଲେ ରାହୁଲ

by Our Correspondent
14 Dec, 2019- 10:28 PM
in Latest News, National, News, Politics
1 min read
0
ସାବରକରଙ୍କଠୁଁ ମୋଦି.. ନିଆଁ ଚେଙ୍ଗିଦେଲେ ରାହୁଲ
ନୂଆଦିଲ୍ଲୀ: ମୋ ନାଁ ରାହୁଲ ଗାନ୍ଧୀ । ରାହୁଲ ସାବରକର ନୁହେଁ । ମରିଯିବି ପଛେ କ୍ଷମା ମାଗିବି ନାହିଁ । ଯାହା କହିଛି ସତ କହିଛି । ନରେନ୍ଦ୍ର ମୋଦି ଏବଂ ତାଙ୍କର ଆସିଷ୍ଟାଣ୍ଟ ଅମିତ୍ ଶାହା ଦେଶର ଅର୍ଥନୀତିକୁ ନଷ୍ଟଭ୍ରଷ୍ଟ କରିଥିବାରୁ ଦେଶବାସୀଙ୍କ ପାଖରେ ବରଂ କ୍ଷମା ମାଗନ୍ତୁ ।
ଆଜି ଦିଲ୍ଲୀର ରାମଲୀଳା ମୈଦାନରେ ଅନୁଷ୍ଠିତ କଂଗ୍ରେସର ଭାରତ ବଚାଓ ରାଲିରେ ଏହି ଅଗ୍ନିବର୍ଷୀ ଭାଷଣ ଦେଇଛନ୍ତି ରାହୁଲ ଗାନ୍ଧୀ । ଝାଡ଼ଖଣ୍ଡ ନିର୍ବାଚନ ପ୍ରଚାର ରାଲିରେ ତାଙ୍କର ‘ରେପ୍ ଇନ୍ ଇଣ୍ଡିଆ’ ବୟାନ ପାଇଁ ବିଜେପି ତାଙ୍କଠାରୁ କ୍ଷମା ପ୍ରାର୍ଥନା ଚାହୁଁଥିବା ବେଳେ ରାହୁଲ କଡ଼ା ଜବାବ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଦେଶର ଭିଲିଆନ୍ ଭାବେ ଚିତ୍ରଣ କରିଛନ୍ତି । କ୍ଷମତା ପାଇଁ ମୋଦି ସବୁ କିଛି କରିପାରିବେ ବୋଲି ରାହୁଲ କହିଛନ୍ତି ।
ଧର୍ମ ନାଁରେ ରାଜନୀତି, ମହିଳା ଅତ୍ୟାଚାର ଏବଂ ଦେଶର ଆର୍ଥିକ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଆକ୍ରମଣ କରିଥିଲେ ରାହୁଲ ।
ଦେଶ ଆଜି ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଜିଡ଼ିପି ହାର ୪ ପ୍ରତିଶତରେ ପହଞ୍ଚିଲାଣି । ଗତ ୪୫ ବର୍ଷ ଭିତରେ ବେକାରୀ ହାର ସର୍ବାଧିକସ୍ତରକୁ ଆସିଛି । ବିମୁଦ୍ରାକରଣ ଏବଂ ତ୍ରୁଟିପୂର୍ଣ୍ଣ ଜିଏସଟି ନୀତି ଦେଶର ଅର୍ଥନୀତିକୁ ବରବାଦ କରିଛି । ହାତଗଣତି ଶିଳ୍ପପତିଙ୍କର ୧ ଲକ୍ଷ ୪୫ ହଜାର କୋଟି ବ୍ୟାଙ୍କ ଋଣ ଛାଡ଼ କରାଯାଇଥିବା ବେଳେ ଗରିବଙ୍କ ପାଇଁ ଦରଦ ନାହିଁ । କୃଷକଙ୍କ ଅବସ୍ଥା ଆହୁରି ଦହନୀୟ । ପିଆଜ କିଲୋ ୨୦୦ ଟଙ୍କା ହେଲାଣି । ଭାରତର ଏଭଳି ଅବସ୍ଥା ପାଇଁ କୌଣସି ଶତ୍ରୁ ଦାୟୀ ନୁହଁନ୍ତି, ଖୋଦ୍ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଦେଶର ଶତ୍ରୁ ହୋଇ ଆର୍ଥିକ ବ୍ୟବସ୍ଥାକୁ ଧ୍ୱଂସ କଲେଣି ବୋଲି ରାହୁଲ କହିଥିଲେ ।
ନାଗରିକତା ସଂଶୋଧନ ଆଇନକୁ ନେଇ ରାହୁଲ କହିଥିଲେ, ମୋଦି ଏବଂ ତାଙ୍କର ଆସିଷ୍ଟାଣ୍ଟ ଅମିତ୍ ଶାହା ଦେଶର ଧର୍ମନିରପେକ୍ଷତାକୁ କୁଠାରଘାତ କରିଛନ୍ତି । ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ଆଜି ଜଳୁଛି । ଦେଶର ଶାନ୍ତି, ସଂହତି ବିପନ୍ନ ହୋଇପଡ଼ିଛି । ମୋଦି ସରକାର ଦେଶକୁ ବିଭାଜନ ଏବଂ ଦୁର୍ବଳ କରିବା କାମରେ ମାତିଛନ୍ତି । ଏହି ଶାସନ କବଳରୁ ଦେଶକୁ ରକ୍ଷା କରିବା ପାଇଁ କଂଗ୍ରେସ କର୍ମୀମାନେ ସ୍ୱର ଉଠାନ୍ତୁ ବୋଲି ଆହ୍ୱାନ ଦେଇଥିଲେ ରାହୁଲ ।
ଗତ ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିଥିବା କଂଗ୍ରେସ କିଛି ମାସ ଚୁପ୍ ରହିବା ପରେ ଏହି ବିଶାଳ ସମାବେଶ ଜରିଆରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲା । ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ, ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ ଙ୍କ ସମେତ ଦଳର ତୁଙ୍ଗନେତା ମୋଦି ସରକାରଙ୍କ କୁଶାସନ ଏବଂ ଆର୍ଥିକ ନୀତିକୁ କଡ଼ା ସମାଲୋଚନା କରିଥିଲେ ।
କଂଗ୍ରେସର ଏହି ଭାରତ ବଚାଓ ରାଲିରେ ହଜାର ହଜାର ସମର୍ଥକଙ୍କ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ।

‘ମୁଁ ରାହୁଲ ସାବରକର ନୁହେଁ’

“ମୋ ନାଁ ରାହୁଲ ଗାନ୍ଧୀ । ରାହୁଲ ସାବରକର ନୁହେଁ । ମରିଯିବି ପଛେ କ୍ଷମା ମାଗିବି ନାହିଁ ।”
ରାହୁଲଙ୍କର ଏହି ମନ୍ତବ୍ୟ ଆଜି ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ରାଜନୈତିକ କମ୍ପନ ବି ସୃଷ୍ଟି କରିଛି । ରାହୁଲଙ୍କର ଏଭଳି ଗୁଗୁଲ୍ ପଛର ଟେର୍ ଖୋଜୁଛନ୍ତି ରାଜନୈତିକ ପଣ୍ଡିତ ।
ଏହା ସ୍ପଷ୍ଟ ଯେ ହିନ୍ଦୁତ୍ୱ ଆଦର୍ଶପନ୍ଥୀ ସାବରକରଙ୍କ ନାଁ ନେଇ ରାହୁଲ କଟାକ୍ଷ କରିଛନ୍ତି । ଅର୍ଥାତ୍ ସେ ରାହୁଲ ସାବରକର ନୁହଁନ୍ତି ଯେ କ୍ଷମା ମାଗିଦେବେ । ସୁତରାଂ ରାହୁଲଙ୍କ ମନ୍ତବ୍ୟରୁ କ’ଣ ବୁଝିବାକୁ ପଡ଼ିବ ଯେ ସାବରକର ଏତେ ଦୁର୍ବଳ ଥିଲେ ଯେ ସତ କଥାରେ ବି ନଇଁ ପଡୁଥିଲେ । ସତ କହି କ୍ଷମା ପ୍ରାର୍ଥନା କରୁଥିଲେ । ଏହି ପ୍ରଶ୍ନ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ।
ରାହୁଲଙ୍କ ମନ୍ତବ୍ୟରେ ସ୍ୱାଭାବିକ ଭାବେ ବିଜେପି କ୍ଷୁବ୍ଧ । ଅମିତ୍ ଶାହା ରାହୁଲଙ୍କ ମନ୍ତବ୍ୟକୁ ନେଇ ଭୀଷଣ କଟାକ୍ଷ କରିଛନ୍ତି । ନାଗରିକତା ସଂଶୋଧିନ ବିଲ୍ ପାସ୍ ହୋଇ ଆଇନରେ ପରିଣତ ହୋଇଥିବାରୁ ରାହୁଲ ଏବଂ ତାଙ୍କ କଂଗ୍ରେସ ବ୍ୟସ୍ତବିବ୍ରତ ହୋଇପଡ଼ିଥିବା ଶାହା କହିଛନ୍ତି । ଦଳର ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ରାହୁଲ ହଜାର ଥର ଜନ୍ମ ନେଲେ ବି ସାବରକର ହୋଇପାରିବେ ନାହିଁ ।
ଦଳର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ରାହୁଲଙ୍କ ସାବରକର ମନ୍ତବ୍ୟ ଉପରେ ପ୍ରତିକ୍ରିୟାଶୀଳ ହୋଇ ତାଙ୍କର ବ୍ୟକ୍ତିଗତ ଧ୍ୱଜା ଉଡ଼ାଇଛନ୍ତି । ତାଙ୍କ ମାଆ ସୋନିଆ ଗାନ୍ଧୀଙ୍କ ଜନ୍ମସ୍ଥାନକୁ ଆକ୍ଷେପ କରି ମନ୍ତବ୍ୟ ଦେଇଛନ୍ତି । କେବଳ ସାଙ୍ଗିଆ ଯୋଡିଦେଲେ କେହି ଗାନ୍ଧୀ ଏବଂ ଦେଶଭକ୍ତ ହୋଇଯିବେନି । ପ୍ରକୃତ ଦେଶପ୍ରେମୀ ହେବାକୁ ହେଲେ ଭାରତର ରକ୍ତ ଲୋଡା ବୋଲି ଗିରିରାଜ ଆକ୍ଷେପ କରିଛନ୍ତି ।
ସୂଚନାଥାଉ କି ସ୍ୱର୍ଗତ୍ ବିନାୟକ ଦାମୋଦର ଓରଫ୍ ବୀର ସାବରକରଙ୍କୁ ହିନ୍ଦୁତ୍ୱ ଆଇକନ୍ ଭାବେ ବିଚାର କରାଯାଏ । ହିନ୍ଦୁ ରାଷ୍ଟ୍ରବାଦୀର ସେ ଥିଲେ ଦୃଢ଼ ସମର୍ଥକ । ସ୍ୱାଧୀନତା ସଂଗ୍ରାମର ଜଣେ ମହାନ ଯୋଦ୍ଧା ଭାବେ ଦକ୍ଷିଣପନ୍ଥୀମାନେ ତାଙ୍କୁ ସମ୍ମାନ କରୁଥିବା ବେଳେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ପଛରେ ତାଙ୍କର ଷଡ଼ଯନ୍ତ୍ର ରହିଥିବା ବି ଅଭିଯୋଗ ହୁଏ । ଅବଶ୍ୟ କୋର୍ଟରେ ଏହା ପ୍ରମାଣିତ ହୋଇପାରିନାହିଁ ।
ସେ ଯାହା ହେଉ, ସାବରକରଙ୍କୁ ମହାନ୍ ଦେଶଭକ୍ତ ଭାବେ ବିଜେପି ଏବଂ ଶିବସେନା ମୂଳରୁ ଗ୍ରହଣ କରିଛନ୍ତି । ଏଭଳି ଦେଶଭକ୍ତଙ୍କୁ ଭାରତରତ୍ନ ଉପାଧିରେ ଭୂଷିତ କରିବାକୁ ଶିବସେନା ଦୃଢ଼ ଦାବି କରୁଥିବା ବେଳେ ରାହୁଲଙ୍କ ଆଜିର ମନ୍ତବ୍ୟ ନିଆଁ ଲଗେଇଛି ।
ମହାରାଷ୍ଟ୍ରରେ ଏନସିପି, କଂଗ୍ରେସ ସହ ମିଶି ମେଣ୍ଟ ସରକାର ଗଢ଼ିଥିବା ଶିବସେନାର ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି, ଜଣେ କିମ୍ବଦନ୍ତୀ ମଣିଷଙ୍କୁ ସମ୍ମାନ ଦେବା ଉଚିତ । ବୀର ସାବରକରଙ୍କୁ କେବଳ ମହାରାଷ୍ଟ୍ରର ଭାବିବା ଠିକ୍ ନୁହେଁ, ଭାରତବର୍ଷ ପାଇଁ ସେ ଜଣେ ଆଦର୍ଶ ପୁରୁଷ । ନେହେରୁ ଏବଂ ଗାନ୍ଧୀଙ୍କ ପରି ସାବରକାର ମଧ୍ୟ ଦେଶପାଇଁ ବଳିଦାନ ଦେଇଛନ୍ତି । ଏଭଳି ମହାନ୍ ବ୍ୟକ୍ତିମାନଙ୍କୁ ସମ୍ମାନ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ।
ସାବରକରଙ୍କୁ ଭଗବାନ ମାନୁଥିବା ଶିବସେନା ଯଦି କଠୋର ହୁଏ, ତେବେ ମହାରାଷ୍ଟ୍ର ମେଣ୍ଟ ସରକାରକୁ ଏହା ବିପଦରେ ପକାଇବ ବୋଲି କିଛି ମହଲ ଆଶଙ୍କା କଲେଣି ।
Previous Post

ରାହୁଲ କହିଲେ କ’ଣ ଇରାନୀ ଗାଇଲେ କ’ଣ

Next Post

ଆରମ୍ଭ ହେଲା ‘ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍’

Next Post
ଆରମ୍ଭ ହେଲା ‘ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍’

ଆରମ୍ଭ ହେଲା ‘ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA