Wednesday, April 29, 2026 09:09 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାହୁଲ କହିଲେ କ’ଣ ଇରାନୀ ଗାଇଲେ କ’ଣ

by Our Correspondent
14 Dec, 2019- 12:50 AM
in Latest News, National, News, Politics
1 min read
0
ରାହୁଲ କହିଲେ କ’ଣ ଇରାନୀ ଗାଇଲେ କ’ଣ
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ପାର୍ଲିଆମେଣ୍ଟରେ ଝଡ଼ ବୋହିଛି । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନିଆଁବାଣ ହୋଇଛନ୍ତି । ବିଜେପି ନେତା, ନେତ୍ରୀମାନେ ରାହୁଲଙ୍କ ଧ୍ୱଜା ଉଡ଼ାଇଛନ୍ତି । ଗୁରୁବାର ଦିନ ଝାଡ଼ଖଣ୍ଡରେ ଏକ ନିର୍ବାଚନ ରାଲିରେ ରାହୁଲ ଦେଇଥିବା ଭାଷଣକୁ ନେଇ ଏହି ଝଡବାତ୍ୟା । ରାହୁଲ ତାଙ୍କ ଭାଷଣରେ କୁଆଡେ କହିଥିଲେ ଯେ ଭାରତୀୟ ମହିଳାମାନେ ରେପ୍ ହେବା ଉଚିତ । ଭାରତର ସବୁ ପୁରୁଷଙ୍କର ଇଚ୍ଛା ମହିଳାଙ୍କୁ ରେପ୍ କରିବାକୁ ।
ଶୁକ୍ରବାର ପାର୍ଲିଆମେଣ୍ଟ ଆରମ୍ଭରୁ ସ୍ମୃତି ଇରାନୀ ଏଭଳି ଭାଷାରେ ରାହୁଲଙ୍କ ଭାଷଣ ଉଦ୍ଧୃତ କରି ତାତି ଯାଇଥିଲେ । ଦଳର ମହିଳା ସହଯୋଗୀଙ୍କ ସହ ଗୃହରେ ହଙ୍ଗାମା କରିଥିଲେ । ଦେଶବାସୀଙ୍କ ଆଗରେ ରାହୁଲ ନିଜର ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ବଜ୍ରବାଣ କରିଥିଲେ । ଏଭଳି କଦର୍ଯ୍ୟ ମନ୍ତବ୍ୟ ଦେଇଥିବା ରାହୁଲଙ୍କୁ ଦଣ୍ଡ ଦେବା ପାଇଁ ଦାବି କରିଥିଲେ । ଇରାନୀଙ୍କ ମୁହଁରେ ରାହୁଲଙ୍କ ତଥାକଥିତ ମନ୍ତବ୍ୟ ଲୋକସଭାକୁ ଥରହର କଲା । ସବୁ ଟିଭିରେ ବ୍ରେକିଂ ଖବର ହେଲା । ସୋସିଆଲ୍ ମିଡ଼ିଆରେ ରାହୁଲଙ୍କର ସାତପୁରୁଷ ଉଦ୍ଧାର କଲେ ବିଜେପି ଭକ୍ତ ।
ସେପଟେ ରାହୁଲ ଏଭଳି କହିନାହାନ୍ତି ବୋଲି ଯେତେ ସଫେଇ ଦେଲେ ବି ବିଜେପିବାଲା ଆଡ଼େଇ ଦେଇଥିଲେ ।
ବାସ୍ତବରେ ଝାଡ଼ଖଣ୍ଡର ଗୋଦା ସାଧାରଣ ସଭାରେ ରାହୁଲ କ’ଣ କହିଥିଲେ ତାହା ଅନ୍ୟ ମୁହଁରୁ ଶୁଣିବା ଦରକାର ନାହିଁ । ସେହି ଭାଷଣର ଭିଡ଼ିଓ ରେକର୍ଡିଂ ସବୁଆଡ଼େ ବୁଲୁଛି । ଭାରତରେ ମହିଳା ବିରୋଧୀ ଅପରାଧ ବଢ଼ି ଚାଲିଥିବାରୁ ମୋଦି ସରକାରଙ୍କୁ କଟୁ ସମାଲୋଚନା କରିଥିଲେ ରାହୁଲ । କହିଥିଲେ,
“ମୋଦିଜୀ ଦେଶବାସୀଙ୍କୁ ମେକ୍ ଇନ ଇଣ୍ଡିଆର ସ୍ୱପ୍ନ ଦେଖାଇଥିଲେ । ମାତ୍ର ଏବେ ହେଉଛି କ’ଣ? ମେକ୍ ଇନ୍ ଇଣ୍ଡିଆ ବଦଳରେ ‘ରେପ୍ ଇନ୍ ଇଣ୍ଡିଆ’ ହୋଇଛି । ପ୍ରତିଦିନ ଖବରକାଗଜ ପୃଷ୍ଠା ଖୋଲିଲେ ମହିଳାଙ୍କୁ ରେପ୍ ଖବର ଦେଖିବାକୁ ପଡୁଛି । ଉତ୍ତରପ୍ରଦେଶରେ ନରେନ୍ଦ୍ର ମୋଦିଙ୍କର ଜଣେ ବିଧାୟକ ମହିଳାଙ୍କୁ ରେପ୍ କଲେ ଏବଂ ପୀଡ଼ିତାଙ୍କ କାର୍ ଦୁର୍ଘଟଣାର ଶିକାର ହେଲା । ସେ ସମ୍ପର୍କରେ ମୋଦି ପଦୁଟିଏ ବି କହିଲେନି । ଭାରତର ସବୁ ରାଜ୍ୟରେ ସବୁଦିନ ରେପ୍ ଘଟଣା ଘଟୁଛି । ନରେନ୍ଦ୍ର ମୋଦି କହୁଛନ୍ତି ‘ବେଟି ପଢ଼ୋ ବେଟି ବଚୋ’ । କିନ୍ତୁ କାହାଠାରୁ ସେମାନେ ରକ୍ଷା ପାଇବେ ମୋଦିଜୀ କହୁନାହାନ୍ତି । ବିଜେପି ବିଧାୟକଙ୍କଠାରୁ ସେମାନଙ୍କୁ ରକ୍ଷା କରନ୍ତୁ ।”
ସୁତରାଂ ରାହୁଲ ଗାନ୍ଧୀ ତାଙ୍କ ଭାଷଣରେ କେଉଁଠି ବି ଭାରତର ମହିଳାମାନେ ରେପ୍ ହେବା ଉଚିତ ଭଳି କଦର୍ଯ୍ୟ କଥା କହିନାହାନ୍ତି । ମାତ୍ର ସ୍ମୃତି ଇରାନୀ ତାହାକୁ କଦର୍ଥ କରି ପାର୍ଲିଆମେଣ୍ଟରେ ରଖିଛନ୍ତି । ଆଉ ଇରାନୀଙ୍କ ସ୍ୱରରେ ସ୍ୱର ମିଳାଇ ବିଜେପି ନେତାମାନେ ରାହୁଲଙ୍କୁ ନିର୍ଘାତ୍ ଆଟାକ୍ କରୁଛନ୍ତି ।
ରାହୁଲ ଗାନ୍ଧୀ ତାଙ୍କର ସେହି ଭାଷଣ କ୍ଲିପିଂକୁ ଟୁଇଟରେ ଅପଲୋଡ଼ କରି ବିଜେପିବାଲା ତାହାକୁ କିଭଳି ବିକୃତ କରୁଛନ୍ତି ତାହା ଦର୍ଶାଇବାକୁ ଚେଷ୍ଟା କରିଛନ୍ତି । ସେ ‘ରେପ୍ ଇନ୍ ଇଣ୍ଡିଆ’ ବୋଲି କହିଛନ୍ତି ଏବଂ ଏବେ ବି କହୁଛନ୍ତି । ସେଥିପାଇଁ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ ବୋଲି ରୋକଠୋକ୍ ଜଣାଇଛନ୍ତି । ଓଲଟି ବିଜେପିକୁ କଡ଼ା ଜବାବ ଦେବାକୁ ଯାଇ ଅତୀତର ଗୋହି ଖୋଳିଛନ୍ତି । ଅତୀତରେ ନରେନ୍ଦ୍ର ମୋଦି ଏକ ସାଧାରଣ ସଭାରେ ଦିଲ୍ଲୀକୁ ରେପ୍ କ୍ୟାପିଟାଲ୍ ବୋଲି କହିଥିଲେ । ଏହାର ପ୍ରମାଣସ୍ୱରୂପ ଟୁଇଟରରେ ସେହି ଭାଷଣର ଭିଡ଼ିଓ କ୍ଲିପିଂ ଛାଡ଼ିଛନ୍ତି ରାହୁଲ । ମୋଦି ସେଥିପାଇଁ କ୍ଷମା ମାଗିବେ କି ବୋଲି ପଚାରିଛନ୍ତି ।
Previous Post

ଡବଲ୍ ଦାୟିତ୍ୱ ହରାଇଲେ ପ୍ରଫୁଲ୍ଲ, ଡବଲ୍ ଦାୟିତ୍ୱ ପାଇଲେ ସୁଶାନ୍ତ

Next Post

ସାବରକରଙ୍କଠୁଁ ମୋଦି.. ନିଆଁ ଚେଙ୍ଗିଦେଲେ ରାହୁଲ

Next Post
ସାବରକରଙ୍କଠୁଁ ମୋଦି.. ନିଆଁ ଚେଙ୍ଗିଦେଲେ ରାହୁଲ

ସାବରକରଙ୍କଠୁଁ ମୋଦି.. ନିଆଁ ଚେଙ୍ଗିଦେଲେ ରାହୁଲ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA