Wednesday, April 29, 2026 10:44 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପ୍ରମାଣିତ ହେଲେ ବିଜେପିର ରେପିଷ୍ଟ୍ ବିଧାୟକ

by Our Correspondent
16 Dec, 2019- 04:55 PM
in Latest News, National, News
1 min read
0
ପ୍ରମାଣିତ ହେଲେ ବିଜେପିର ରେପିଷ୍ଟ୍ ବିଧାୟକ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ୫୩ ବର୍ଷୀୟ ଚାରିଥରିଆ ବିଧାୟକ କୁଲଦୀପ ସିଂ ସେଙ୍ଗାରଙ୍କୁ ଦିଲ୍ଲୀ କୋର୍ଟ ଆଜି ଦୋଷୀ ସାବ୍ୟସ୍ତ କରିଛନ୍ତି । ଉନ୍ନାଓର ୧୭ ବର୍ଷୀୟା ନାବାଳିକାକୁ ସେ ଅପହରଣ କରି ରେପ୍ କରିଥିବା ପ୍ରମାଣିତ ହୋଇଛି । ଆସନ୍ତା ୧୯ ତାରିଖରେ କୋର୍ଟ ତାଙ୍କ ପାଇଁ ଦଣ୍ଡବିଧାନ ଘୋଷଣା କରିବେ । ତେବେ ତାଙ୍କର ସହଯୋଗୀ ତଥା ସହ ଅଭିଯୁକ୍ତ ଶଶୀ ସିଂଙ୍କୁ ଜିଲ୍ଲା ମାଜିଷ୍ଟ୍ରେଟ୍ ଧର୍ମେଶ ଶର୍ମା ନିର୍ଦୋଷରେ ଖଲାସ କରିଛନ୍ତି । ମାତ୍ର ୪ ମାସ ତଳେ ବିଜେପିରୁ ବହିଷ୍କୃତ ଏହି ରେପିଷ୍ଟ୍ ବିଧାୟକ ସମାଜ ପାଇଁ କଳଙ୍କ ହୋଇଛନ୍ତି ।

କ’ଣ ଥିଲା ଅଭିଯୋଗ..
ଚାକିରି ଖଣ୍ଡେ ପାଇଁ କାକୁତୀ କରିବାକୁ ବାପା ବୟସର ବିଧାୟକଙ୍କ ଘରକୁ ୨୦୧୭ ଜୁନ୍ ୪ ତାରିଖ ସଂଧ୍ୟାରେ ଯାଇଥିଲେ ଉନ୍ନାଓର ୧୭ ବର୍ଷର ଗରିବ ନାବାଳିକା । ବିଧାୟକଙ୍କ ଲୋଲୁପ ଦୃଷ୍ଟି ପଡ଼ିଲା ବାଳିକା ଉପରେ । ଚାକିରି ଦେବାର ପ୍ରଲୋଭନ ଦେଇ ଝିଅଟିକୁ ରେପ୍ କଲେ । ସାତ ଦିନ ପରେ ବିଧାୟକଙ୍କ ମହିଳା ସହଯୋଗୀ ଶଶୀ ସିଂ ଝିଅଟିକୁ ସେଇ ଚାକିର କଥା କହି ଘରୁ ଡାକିନେଲେ । ବିଧାୟକ ତାଙ୍କ ଭାଇ ଓ ସହଯୋଗୀଙ୍କୁ ଧରି ନିଜ ଆଡ୍ଡାରେ ଝିଅଟିକୁ ରଖି ଜଣଙ୍କ ପରେ ଜଣେ ଗଣଦୁଷ୍କର୍ମ କଲେ । ୯ ଦିନ ଧରି ନଜରବନ୍ଦୀରେ ରଖି ଏଭଳି ଅତ୍ୟାଚାର ଚାଲିଲା ।
ଜୁନ୍ ୨୦, ୨୦୧୭ରେ ପୀଡ଼ିତା ଝିଅଟି ଅପହର୍ତ୍ତାଙ୍କ କବଳରୁ ମୁକୁଳିବା ପରେ ପରିବାର ସହ ଥାନାକୁ ଯାଇ ବିଧାୟକଙ୍କ ନାଁରେ ଏତଲା ଦେଲା । ପୁଲିସ ଶୁଣିଲାନି । ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ଯାଇ ଗୁହାରି କଲା । କିଛି ଫଳ ମିଳିଲାନି । ଓଲଟି ଝିଅର ବାପାଙ୍କୁ ଗଛରେ ବାନ୍ଧି ଲାଠି, ବେଲ୍ଟରେ ନିସ୍ତୁକ ପିଟିଲେ ବିଧାୟକଙ୍କ ଭାଇ ଓ ସହଯୋଗୀ । ଏହି ଘଟଣାରେ ବିଧାୟକଙ୍କ ଭାଇଙ୍କୁ ପୁଲିସ ଗିରଫ କରିବା ବଦଳରେ ମାଡ଼ ଖାଇ ଲହୁ ଲୁହାଣ ହୋଇଥିବା ପୀଡ଼ିତାର ବାପାଙ୍କୁ ୨୦୧୮ ଏପ୍ରିଲ୍ ୩ ତାରିଖରେ ଆର୍ମସ୍ ଆକ୍ଟ ଲଗାଇ ଗିରଫ କଲା । ଜେଲ୍ ରେ ୫ ଦିନର ରହଣୀରେ ଏପ୍ରିଲ୍ ୯ ତାରିଖରେ ତାଙ୍କୁ ପିଟି ପିଟି ମାରି ଦିଆଗଲା । ଏହି ହତ୍ୟାର ଏକମାତ୍ର ପ୍ରତ୍ୟକ୍ଷଦର୍ଶୀଙ୍କୁ ବି ହତ୍ୟା କରାଗଲା । ପୀଡ଼ିତାଙ୍କ ଦାଦାଙ୍କୁ ୨୦ ବର୍ଷ ତଳର ଏକ ହତ୍ୟା ଉଦ୍ୟମ ମାମଲାରେ ୧୦ ବର୍ଷ ଜେଲ୍ଦଣ୍ଡ ଦିଆଗଲା । ବୟସ ଜାଲିଆତି ଅଭିଯୋଗ ଅଣାଯାଇ ଖୋଦ୍ ପୀଡ଼ିତାଙ୍କୁ ମକଦ୍ଦମାରେ ଫସାଗଲା ।
ଗଣଦୁଷ୍କର୍ମ ଘଟଣାର ୧୧ ମାସ ପରେ ଏପ୍ରିଲ୍ ୧୩, ୨୦୧୮ରେ ଅଭିଯୁକ୍ତ ବିଧାୟକଙ୍କୁ ସିବିଆଇ ଗିରଫ କଲା । ହେଲେ ଜେଲ୍ ରେ ବିଧାୟକଙ୍କ କିଛି ବଙ୍କା ହେଲାନି । ଲଜ୍ଜା, ଅନୁତାପ ବଦଳରେ ଉତ୍ପାତ ବଢ଼ିଲା । ଜେଲ୍ ରୁ ବିଧାୟକ ରଚିଲେ ପୀଡ଼ିତା ଓ ପରିବାରର ମୂଳୋତ୍ପାଟନ ଷଡ଼ଯନ୍ତ୍ର । ଏକ କାର୍ ରେ ଯାଉଥିବା ପୀଡ଼ିତା, ତାଙ୍କର ଦୁଇ ଆଣ୍ଟିଏବଂ ଓକିଲଙ୍କୁ ଟ୍ରକ୍ ମଡ଼ାଇ ଦିଆଗଲା । ସେଥିରେ ଦୁଇ ଆଣ୍ଟି ମରିଗଲେ । ପୀଡ଼ିତା ଏବଂ ତାଙ୍କ ଓକିଲ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲ୍ ରେ ଭର୍ତ୍ତି ହେଲେ ।
୨୦୧୯ ଅଗଷ୍ଟ ୯ରେ ବିଧାୟକଙ୍କ ବିରୋଧରେ କୋର୍ଟରେ ୧୨୦-ବି(ଅପରାଧ ଷଡ଼ଯନ୍ତ୍ର), ୩୬୩(ଅପହରଣ), ୩୬୬(ପ୍ରଲୋଭନ ଦେଇ ଅପହରଣ), ୩୭୬(ରେପ୍) ଏବଂ ପୋକସୋ ଆକ୍ଟରେ ଚାର୍ଜସିଟ୍ ହେଲା । ଅଗଷ୍ଟ ୧୯ରେ ଯାଇ ବିଜେପିରୁ ବହିଷ୍କୃତ ହେଲେ ବିଧାୟକ ।
ଇଏ ହେଉଛି ଉତ୍ତର ପ୍ରଦେଶର ଉନ୍ନାଓ ଗଣଦୁଷ୍କର୍ମର କାହାଣୀ । ଯାହା ଆଜି ସତ୍ୟ ପ୍ରମାଣିତ ହୋଇଛି । ଛାତି ଥରାଇ ଦେଉଥିବା ଏହି କାହାଣୀର ମୁଖ୍ୟ ଖଳନାୟକ ଚାରି ଥରର ବିଧାୟକ କୁଲଦୀପ ସିଂ ସେଙ୍ଗାର ଆଉ ଅଭିଯୁକ୍ତ ନୁହଁନ୍ତି । କୋର୍ଟ ତାଙ୍କୁ ଦୋଷୀସାବ୍ୟସ୍ତ କରିଛି ।
Previous Post

ଆରମ୍ଭ ହେଲା ‘ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍’

Next Post

ହୀରାକୁଦ ନିଷିଦ୍ଧାଞ୍ଚଳରେ ହୀରୋଇନଙ୍କ ସାଙ୍ଗେ ମନ୍ତ୍ରୀଙ୍କ ଝିଅ

Next Post
ହୀରାକୁଦ ନିଷିଦ୍ଧାଞ୍ଚଳରେ ହୀରୋଇନଙ୍କ ସାଙ୍ଗେ ମନ୍ତ୍ରୀଙ୍କ ଝିଅ

ହୀରାକୁଦ ନିଷିଦ୍ଧାଞ୍ଚଳରେ ହୀରୋଇନଙ୍କ ସାଙ୍ଗେ ମନ୍ତ୍ରୀଙ୍କ ଝିଅ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA