Thursday, April 30, 2026 12:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ହୀରାକୁଦ ନିଷିଦ୍ଧାଞ୍ଚଳରେ ହୀରୋଇନଙ୍କ ସାଙ୍ଗେ ମନ୍ତ୍ରୀଙ୍କ ଝିଅ

by Our Correspondent
16 Dec, 2019- 05:45 PM
in Latest News, News
1 min read
0
ହୀରାକୁଦ ନିଷିଦ୍ଧାଞ୍ଚଳରେ ହୀରୋଇନଙ୍କ ସାଙ୍ଗେ ମନ୍ତ୍ରୀଙ୍କ ଝିଅ
ସମ୍ବଲପୁର: ହୀରାକୁଦ ଡ୍ୟାମ୍ ନିଷିଧ ଅଞ୍ଚଳରେ ତିନି ଜଣ ହୀରୋଇନ୍ ଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଲିଙ୍କୁ ମଜାଖୁସି କରୁଥିବାର ଦେଖିବାକୁ ମିଳିଛି । ଡ୍ୟାମ୍ ଉପରୁ ହୀରାକୁଦ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସମସ୍ତେ ମନଭରି ଉପଭୋଗ କରିବା ସହ ନାଚ ଗୀତ କରିଛନ୍ତି । ମୋବାଇଲ୍ ରେ ସେଲଫି ନେବା ସହ ଭିଡ଼ିଓ କ୍ୟାମେରାରେ ସୁଟ୍ କରିଛନ୍ତି । ସେଥିରେ ଆଲବମ୍ ଡ୍ୟାନସ୍ ବି ହୋଇଛି । ବିନା ବାଧା ପ୍ରତିବନ୍ଧକରେ ନିଷିଦ୍ଧାଞ୍ଚଳ ବୁଲି ଫେରିଛନ୍ତି ଏହି ଚାରି ସେଲିବ୍ରିଟି ।
ଏହାର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ ଘଟଣାଟି ସାମନାକୁ ଆସିଛି । ଭିଡ଼ିଓରେ ମନ୍ତ୍ରୀଙ୍କ ଝିଅ ସାଙ୍ଗରେ ଅଛନ୍ତି ଓଡ଼ିଆ ସିନେ ଇଣ୍ଡଷ୍ଟ୍ରୀର ତିନି ନାମୀ ହୀରୋଇନ୍ ପ୍ରକୃତି ମିଶ୍ର, ଏଲିନା ସାମନ୍ତରାୟ ଏବଂ ଲୋଭିିନା ନାୟକ । ମୋବାଇଲ୍ ରେ ଲୁଚାଛପା ସୁଟ୍ କରାଯାଇନାହିଁ । ସମ୍ଭବତଃ କ୍ୟାମେରାରେ ଭିଡ଼ିଓଗ୍ରାଫି କରାଯାଇଥିବା ଚିତ୍ରର କ୍ୱାଲିଟି କହୁଛି । ଭିଡ଼ିଓରେ ପ୍ରକୃତି ମିଶ୍ର ଆଲବମ୍ ନାଚ କରୁଛନ୍ତି । ସୁଟିଂ ସେଟ୍ ପାଖରେ କେତୋଟି କାର୍ ଥିବାରୁ ସେଥିରେ ଏହି ସେଲିବ୍ରିଟିମାନେ ଯାଇଥିବା ଜଣାପଡ଼ିଛି ।
ବ୍ୟକ୍ତିଗତ ଭାବେ କିଏ କାହା ସାଙ୍ଗରେ କୁଆଡ଼େ ବୁଲିବାକୁ ଗଲେ ସେଥିରେ କାହାର ଯାଏ ଆସ ନାହିଁ । ମାତ୍ର ଏହି ଭିଡ଼ିଓଟି ଏଇଥିପାଇଁ ଚର୍ଚ୍ଚା ହେଉଛି ଯେ ସେଲିବ୍ରିଟିମାନେ ଆଇନକୁ ମାନିନାହାନ୍ତି । ଯେଉଁ ଜାଗାରେ ଭିଡ଼ିଓ ସୁଟ୍ ହୋଇଛି, ତାହା ସମ୍ପୂର୍ଣ୍ଣ ନିଷିଧାଞ୍ଚଳ । ଜଗାରଖା ଦାୟିତ୍ୱରେ ଥିବା ଅଧିକାରୀ ଏବଂ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ପାଇଁ ସେଠାରେ ପ୍ରବେଶ କଟକଣା ରହିଛି । ମାତ୍ର ଏହି କଟକଣାକୁ ସେଲିବ୍ରିଟିମାନେ ମାନିନାହାନ୍ତି ।
କିଛି ଟିଭିକୁ ସାକ୍ଷାତକାର ଦେଇ ହୀରୋଇନ୍ ଏଲିନା ସାମନ୍ତରାୟ ସଂପୃକ୍ତ ଭିଡ଼ିଓ ସତ ବୋଲି ମାନିଥିଲେ ମଧ୍ୟ ତାଙ୍କର କିଛି ଭୁଲ୍ ନାହିଁ ବୋଲି ସଫେଇ ଦେଇଛନ୍ତି । ସୁରକ୍ଷା ଅଫିସରଙ୍କଠାରୁ ଅନୁମତି ନେଇ ସେଠାକୁ ଯାଇଥିବା ସଫେଇ ଦେଇଛନ୍ତି । ମାତ୍ର ତାହାକୁ ଭିଡ଼ିଓରେ କିଏ ସୁଟ୍ କରିଥିଲେ ଏବଂ ସୋସିଆଲ୍ ମିଡ଼ିଆରେ କିଏ ପୋଷ୍ଟ କଲେ ତାହା ଜାଣିନାହାନ୍ତି ବୋଲି କହିଛନ୍ତି । କାହାରି ନିମନ୍ତ୍ରଣରେ ସେହି ନିଷିଧ ଇଲାକୁ ଯାଇଥିଲେ ତାହା ଏଲିନା କିନ୍ତୁ ସ୍ପଷ୍ଟ କରିନାହାନ୍ତି । ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ ସମ୍ବଲପୁର ଏସପି ଏହାର ତଦନ୍ତ ଆରମ୍ଭ କରିଛନ୍ତି ।
ତେବେ ଆଇନ ଉଲ୍ଲଂଘନ କରି ନିଷିଦ୍ଧାଞ୍ଚଳକୁ ଏହି ହୀରୋଇନ୍ ମାନଙ୍କୁ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଲି ବୁଲାଇ ନେଇଥିବା ଚର୍ଚ୍ଚା ହେଉଛି । ସଦ୍ୟ ରାଜନୀତିରେ ପାଦ ଥାପି ଝାରସୁଗୁଡ଼ା ବିଜେଡ଼ିର ସର୍ବମୟ କର୍ତ୍ତା ହୋଇଥିବା ଦୀପାଲି ତାଙ୍କର ପ୍ରଭାବ ଦେଖାଇଛନ୍ତି ବୋଲି ମନ୍ତ୍ରୀଙ୍କ ବିରୋଧୀମାନେ ଆକ୍ଷେପ କରିଛନ୍ତି । ସେପଟେ ଘଟଣା ସମ୍ପର୍କରେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି ମନ୍ତ୍ରୀ ନବ ଦାସ । ମୋ ଝିଅ ଗ୍ରୋନ୍ ଅପ୍ । ସେ କୁଆଡ଼େ ଯିବ ନ ଯିବ ତା ପସନ୍ଦର କଥା । ଯଦି ଘଟଣା ସତ ହୋଇଥାଏ ଆଇନ ତା ବାଟରେ ଯିବ ବୋଲି ସେ କହିଛନ୍ତି ।
ଘଟଣାଟିକୁ ସମ୍ବଲପୁର ଏସପି ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି । ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ହୀରାକୁଦ ଏସଡ଼ିପିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସାଧାରଣଙ୍କ ଆଖିରେ ଆଇନର ଖୋଲା ଉଲ୍ଲଂଘନ କରିଥିବା ଏହି ସେଲିବ୍ରିଟିମାନଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଏବେ ଦେଖିବାର କଥା ।
Previous Post

ପ୍ରମାଣିତ ହେଲେ ବିଜେପିର ରେପିଷ୍ଟ୍ ବିଧାୟକ

Next Post

ଗରିବ ପିଲାଟିର ଜୀବନ ବଞ୍ଚାଇଲେ ମୁଖ୍ୟମନ୍ତ୍ରୀ

Next Post
ଗରିବ ପିଲାଟିର ଜୀବନ ବଞ୍ଚାଇଲେ ମୁଖ୍ୟମନ୍ତ୍ରୀ

ଗରିବ ପିଲାଟିର ଜୀବନ ବଞ୍ଚାଇଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA