ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷା ଢ଼ାଞ୍ଚା ପୁଣି ବଦଳିବ । ଆସନ୍ତାଥରଠାରୁ ସିବିଏସଇ ଢ଼ାଞ୍ଚାରେ ହେବ ମାଟ୍ରିକ୍ ପରୀକ୍ଷା । ପ୍ରଶ୍ନପତ୍ରରୁ ଓଏମଆର ବ୍ୟବସ୍ଥା ହଟି ତା ବଦଳରେ ୧୦ ମାର୍କ ଲେଖାଏଁ ୫ ଟି ପ୍ରଶ୍ନ ରହିବ । ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି । ନୂଆ ଢ଼ାଞ୍ଚାକୁ ଚୂଡ଼ାନ୍ତ ରୂପରେଖ ଦେବାକୁ ଏକ କମିଟି ଗଠନ ହେବ ବୋଲି ସଚିବ କହିଛନ୍ତି ।
ମାଧ୍ୟମିକ ଶିକ୍ଷା ପରିଷଦ ସଭାପତିଙ୍କ ଅଧ୍ୟକ୍ଷତାରେ ଏହି ୭ ଜଣିଆ କମିଟି ହେବ । ସେଥିରେ ୩ ଜଣ ଶିକ୍ଷାବିତ୍ ରହିବେ । ମାସକ ମଧ୍ୟରେ କମିଟି ତାଙ୍କ ରିପୋର୍ଟ ଦେବେ ବୋଲି ସଚିବ ଶ୍ରୀ ମହାପାତ୍ର କହିଛନ୍ତି ।