Monday, May 25, 2026 07:57 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନୂଆପଲ୍ଲୀ ପୁଲିସର ବର୍ବରତା, ଦୁଇ ଭଉଣୀଙ୍କୁ ନିସ୍ତୁକ ପିଟିଲେ

by Our Correspondent
12 May, 2018- 01:43 PM
in Latest News, News
1 min read
0
ନୂଆପଲ୍ଲୀ ପୁଲିସର ବର୍ବରତା, ଦୁଇ ଭଉଣୀଙ୍କୁ ନିସ୍ତୁକ ପିଟିଲେ
ଭୁବନେଶ୍ୱର: ନୂଆପଲ୍ଲୀ ଥାନା ପୁଲିସ ତାର ପଶୁପଣିଆ ଦେଖାଇଛି । ଜମିବାଡ଼ି ବିବାଦକୁ ନେଇ ଥାନାରେ ଅଭିଯୋଗ ମାମଲାରେ ଦୁଇ ଭଉଣୀଙ୍କୁ ନିସ୍ତୁକ ପିଟିଛି । ହାତ,ଗୋଡ଼, ଜଙ୍ଘ,ପିଠି କୁଆଡ଼େ ଛାଡ଼ିନି । ମାଟିଆ ପୋଷାକ ପିନ୍ଧା ଭଦ୍ର ପୁଲିସ ଏମିତି ଅଭଦ୍ରସ୍ତରକୁ ଯିବା ତାହା ପୁଣି ଖୋଦ୍ ଭୁବନେଶ୍ୱରର ସମ୍ବ୍ରାନ୍ତ ଅଞ୍ଚଳରେ ଆଦୌ ବିଶ୍ୱାସ କରିହେବନି । ନିମାପଡ଼ା ଥାନାବାବୁ ଜଣେ ବୃଦ୍ଧାଙ୍କୁ ମାଡ଼ମାରି ଲହୁଲୁହାଣ କରିବାର ସ୍କୃତି ଲୋକଙ୍କ ମନରେ ତାଜା ଥିବା ବେଳେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିବା ରାଜଧାନୀ ପୁଲିସର ବର୍ବରତା ସମସ୍ତଙ୍କ ଛାତି ଥରାଇ ଦେଇଛି । ମାମଲାକୁ ଡିଜି ଡ. ଆର.ପି.ଶର୍ମା ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି । ମାନବାଧିକାର ସୁରକ୍ଷା ସେଲ୍ ର ଅତିରିକ୍ତ ଡିସିପିଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦେଇଛନ୍ତି ।
ଘଟଣାଟି ଗତ ୬ ତାରିଖର । ଏକ ଜମିବାଡ଼ି ଗଣ୍ଡଗୋଳ ଘଟଣାକୁ ନେଇ ନୂଆପଲ୍ଲୀ ଥାନାରେ ଏକ ଏତଲା ହୋଇଥିଲା । ଏତଲାକାରୀଙ୍କ ଅଭିଯୋଗକ୍ରମେ ପୁଲିସ ନୂଆପଲ୍ଲୀରେ ରହୁଥିବା ଅଭିଯୁକ୍ତଙ୍କୁ ଥାନାକୁ ଡାକିଥିଲେ । ମାତ୍ର ସେ ନ ଆସିବାରୁ ପୁଲିସ ତାଙ୍କ ଘରକୁ ଯାଇଥିଲା । ହେଲେ ଅଭିଯୁକ୍ତ ପରିବାରର ସଦସ୍ୟମାନେ ଘରେ ପୁଲିସର ପ୍ରବେଶକୁ କୁଆଡ଼େ ବିରୋଧ କରିଥିଲେ । ଏପରିକି ପୁଲିସକୁ ସେମାନେ କୁଆଡ଼େ ଆକ୍ରମଣ କରିଥିଲେ । ଅଭିଯୋଗ ଅନୁଯାୟୀ, ପୁଲିସ ଆକ୍ରମଣକାରୀ ଦୁଇ ଭଉଣୀଙ୍କୁ ଘରୁ ଥାନାକୁ ଉଠାଇ ଆଣି ନିର୍ଯାତନା ଆରମ୍ଭ କରିଥିଲା । ରୋଲ୍ ବାଡ଼ି ଓ ଲାଠିରେ ଦୁଇ ଭଉଣୀଙ୍କୁ ପ୍ରବଳ ପିଟି ରକ୍ତାକ୍ତ କରିଦେଇଥିଲା । ଆଉ ପୁଲିସକୁ ଆଗୁଆ ଆକ୍ରମଣ କରିଥିବା ଅଭିଯୋଗରେ ମାମଲା ଖୁନ୍ଦି କୋର୍ଟ ଚାଲାଣ କରିଥିଲା । ଜାମିନ୍ ରେ ମୁକୁଳିବା ପରେ ସେମାନଙ୍କ ଉପରେ ପୁଲିସ ବର୍ବରତାର ଭିଡ଼ିଓ ଏବେ ଭାଇରାଲ୍ ହୋଇଛି ।
ଦୁଇ ଯୁବତୀଙ୍କୁ ମାଡ଼ ମାରିଥିବା କଥାକୁ ଥାନାବାବୁ ବାଆଁରେଇ ପୁଲିସ ଉପରୁ ଦୋଷ ଛଡ଼ାଇବାକୁ ଉଦ୍ୟମ କରିଛନ୍ତି । ଓଲଟି ପୁଲିସକୁ ଆକ୍ରମଣ ଉଦ୍ୟମ ସଂକ୍ରାନ୍ତରେ ୬ ତାରିଖରେ ରେଜିଷ୍ଟି୍ରି ହୋଇଥିବା ଏତଲା ଗଣମାଧ୍ୟମକୁ ବଣ୍ଟାଯାଉଛି । ଏସଆଇ ମିନତୀ କୁମାରୀ ନାୟକ, ସସ୍ମିତା ଧଳ, ବିନୟ କେରକେଟା,ଭବାନୀ ଶଙ୍କର ସାହୁ ଥାନାବାବୁଙ୍କୁ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ ନୂଆପଲ୍ଲୀ ଥାନା କେସ୍ ନଂ ୧୮୫/୧୮ର ମୁଦାଲାମାନଙ୍କୁ ଡାକିବା ପାଇଁ ଯାଇଥିଲୁ । ସେତେବେଳେ ଘରେ ଥିବା ମହିଳା(ଶ୍ରୀମତୀ ମଲ୍ଲିକ) ଓ ତାଙ୍କ ଝିଅମାନେ ର ଭିତରୁ ଟେକାପଥର ଫିଙ୍ଗିବା ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ସହ ଠେଲାପେଲା କରି ଆକ୍ରମଣ ଉଦ୍ୟମ କରିଥିଲେ । ଏସଆଇ ସସ୍ମିତା ଧଳଙ୍କ ଡ୍ରେସ୍ କଲର ଧରି ଡ୍ରେସ୍ ଚିରିବାକୁ ଉଦ୍ୟମ କରିଥିଲେ । ପୁଲିସକୁ ସେମାନଙ୍କ କର୍ତ୍ତବ୍ୟ କରିବାରେ ବାଧା ଦେଇଥିବାରୁ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଏତଲାରେ ଦାବି କରିଥିଲେ । ଥାନାବାବୁ ଏତଲା ଗ୍ରହଣ କରି ଦଫା ୩୪୧/୨୯୪/ ୩୨୩/ ୩୨୫/ ୩୫୩/ ୨୮୩/ ୫୦୬/ ୩୪ ଆଇପିସି ରେ ମାମଲା ରୁଜୁ କରିଥିଲେ ।
ତେବେ ପୁଲିସ ମାଡ଼ର ଭାଇରାଲ୍ ଭିଡ଼ିଓକୁ ନେଇ ଖୋଦ୍ ପୁଲିସ ଡିଜି ବିବ୍ରତ ହୋଇପଡ଼ିଛନ୍ତି । ତୁରନ୍ତ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
Previous Post

ଆସନ୍ତାବର୍ଷରୁ ସିବିଏସଇ ଢ଼ାଞ୍ଚାରେ ମାଟ୍ରିକ୍ ପରୀକ୍ଷା

Next Post

‘କୁଲି’ କାମରୁ ସିଭିଲ ସର୍ଭିସ୍

Next Post
‘କୁଲି’ କାମରୁ ସିଭିଲ ସର୍ଭିସ୍

‘କୁଲି’ କାମରୁ ସିଭିଲ ସର୍ଭିସ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA