Monday, May 25, 2026 07:11 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘କୁଲି’ କାମରୁ ସିଭିଲ ସର୍ଭିସ୍

by Our Correspondent
12 May, 2018- 06:31 PM
in Latest News, News
1 min read
0
‘କୁଲି’ କାମରୁ ସିଭିଲ ସର୍ଭିସ୍
ନୂଆଦିଲ୍ଲୀ: କେରଳର ଏର୍ଣ୍ଣାକୁଲମ୍ ରେଳଷ୍ଟେସନ୍ ରେ କୁଲି କାମ କରି ପରିବାର ପୋଷୁଥିବା ଶ୍ରୀନାଥ କେ’ ଏବେ ଦେଶବ୍ୟାପୀ ଚର୍ଚ୍ଚାରେ । ଚର୍ଚ୍ଚା ଏଥିପାଇଁ ଯେ ଚଳିତବର୍ଷ କେରଳ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସେ ସଫଳତା ହାସଲ କରିଛନ୍ତି । ତାଙ୍କର ଏହି ସଫଳତା ପଛର କାହାଣୀ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ । ବର୍ଷ ତମାମ ସକାଳୁ ରାତି ଯାଏଁ ମୁଣ୍ଡରେ ଗୋଛେ ପୁଟୁଳି ଏବଂ ହାତରେ ମାଲ୍ ଭର୍ତ୍ତି ଟ୍ରଲି ପେଲୁଥିବା ଶ୍ରୀନାଥ କିଭଳି ଏହି କଠିନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ତାହା ସମସ୍ତଙ୍କୁ ଆନ୍ଦୋଳିତ କରିଛି । ଆଉ ଅସମ୍ଭବ ଲାଗୁଥିବା ଏହି ଲକ୍ଷ୍ୟକୁ ଅସାଧ୍ୟ ଅଭିନବ ଉଦ୍ୟମରେ ହାତେଇ ପାରିଛନ୍ତି ଶ୍ରୀନାଥ । ଯେଉଁଠି ଥିଲା ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ।
କୁଲି କାମ କରୁଥିବା ଶ୍ରୀନାଥଙ୍କର ଷ୍ଟେସନ୍ ରେ ନିଜର ସମ୍ପତ୍ତି ବୋଲେ ଥିଲା ଏକ ପୁଲିଂ ଟ୍ରଲି, ଗୋଟେ ସ୍ମାର୍ଟ ଫୋନ୍ ଓ ଇଅର ଫୋନ୍ । ଦୁଇବର୍ଷ ତଳେ ଷ୍ଟେସନ୍ ୱାଇଫାଇ ସଂଯୋଗ ହେବା ପରେ ସେ କିଣିଥିଲେ ସ୍ମାର୍ଟ ଫୋନ୍ । ୱାଇଫାଇ ସାହାଯ୍ୟରେ ଇଣ୍ଟରନେଟ୍ ଖୋଲି ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି ଚଳାଇଲେ । ଅଡ଼ିଓ ବୁକ୍ ଏବଂ ଡିଜିଟାଲ୍ କୋର୍ସ ହୋଇଗଲା ତାଙ୍କ ଜୀବନସାଥୀ । ତେବେ ନିଜ ଓ ପରିବାର ପୋଟ ପୋଷୁଥିବା ଶ୍ରୀନାଥ ନିଜର ପେଷା ‘କୁଲି’ କାମ ପ୍ରତି ତିଳେମାତ୍ର ଅବହେଳା କରୁ ନ ଥିଲେ । ପକେଟରୁ ସ୍ମାର୍ଟ ଫୋନ୍ ଏବଂ କାନରୁ ଇଅର ଫୋନ୍ ଖସୁ ନ ଥିଲା କି ମୁଣ୍ଡରୁ ବୋଝ କି ହାତରୁ ଟ୍ରଲି ଖସୁ ନ ଥିଲା । ମନଜ୍ଞାନ ଦେଇ ସବୁ ଶୁଣୁଥିଲେ ଏବଂ ବୁଝି ମନେ ରଖୁଥିଲେ । ବେଶୀ କଷ୍ଟ ପାଠ ଥିଲେ ରାତିକୁ ଗଡ଼େଇ ଦେଉଥିଲେ । ରାତିରେ ଫୂର୍ତ୍ତି ପାଇଲା ମାତ୍ରେ କୋଳାହଳମୟ ଷ୍ଟେସନ୍ ର ଗୋଟିଏ କୋଣରେ ବସି ପାଠକୁ ଭଲ ଭାବେ ବୁଝୁଥିଲେ ଏବଂ ଆବଶ୍ୟକ ପଡ଼ିଲେ ଡାଉନଲୋଡ଼୍ କରି ନୋଟ୍ ପ୍ରସ୍ତୁତ କରୁଥିଲେ । ଶୋଇବା ବେଳେ ଦିନସାରା ଯାହା ପଢ଼ିଛନ୍ତି ତାହାକୁ ଭଲ ଭାବେ ରିଭିଜନ୍ କରୁଥିଲେ । କିଛି ଅବୁଝା ରହିଥିଲେ ତାହାକୁ ନ ବୁଝିଲା ପର୍ଯ୍ୟନ୍ତ ତାଙ୍କୁ ନିଦ ହେଉ ନ ଥିଲା ।
ଶ୍ରୀନାଥ ପ୍ରଥମ ଉଦ୍ୟମରେ କେରଳ ପବ୍ଲିକ୍ ସର୍ଭିସ୍ କମିଶନ ପରୀକ୍ଷା ସଫଳତା ପାଇନାହାନ୍ତି । ପୂର୍ବରୁ ତିନି ଥର ପରୀକ୍ଷା ଦେଇଥିଲେ ମଧ୍ୟ ପାରି ନ ଥିଲେ । ସିରୟସ୍ ପ୍ରସ୍ତୁତି ପାଇଁ କୁଲି କାମ ଛାଡ଼ିବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା । ପରୀକ୍ଷା ପ୍ରସ୍ତୁତି ପାଇଁ ବହିପତ୍ର କିଣିବା ବି ତାଙ୍କ ସାଧ୍ୟର ବାହାରେ ଥିଲା । ୨୦୧୬ ରେ ରେଳଷ୍ଟେସନ୍ ୱାଇଫାଇ ହେବା ପରେ ତାହାର ସଦୁପଯୋଗରେ ସିଭିଲ୍ ସର୍ଭିସ୍ ର ସ୍ୱପ୍ନ ଦେଖିଥିଲେ ଶ୍ରୀନାଥ । ଆଉ ତାଙ୍କର ସେହି ସ୍ୱପ୍ନ ଆଜି ସତ୍ୟରେ ପରିଣତ ହୋଇଛି । ଯୁବବର୍ଗଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ଶ୍ରୀନାଥ ।
ଏର୍ଣ୍ଣାକୁଲମ୍ ଜିଲ୍ଲା ମୁନ୍ନାର ବାସିନ୍ଦା ଶ୍ରୀନାଥ ସପ୍ତମ ଶ୍ରେଣୀ ପାସ୍ କରିବା ପରେ ପରିବାର ପୋଷଣ ପାଇଁ କୁଲି କାମ କରିବାକୁ ଚାଲିଆସିଥିଲେ ଏର୍ଣ୍ଣାକୁଲମ୍ ଷ୍ଟେସନ୍ । କୁଲି କାମ କରିବା ଭିତରେ ପରୀକ୍ଷା ଦେଇ ଗ୍ରାଜୁଏଟ୍ ହୋଇଥିଲେ । ଆଉ ଶେଷରେ କେରଳ କେରଳ ସିଭିଲ୍ ସର୍ଭିସ୍ ସ୍ୱପ୍ନ ମଧ୍ୟ ହାସଲ କରିଛନ୍ତି । ଅଧିକ ପଢ଼ି ପୁଣି ଆଗକୁ ଯିବାକୁ ତାଙ୍କର ଇଚ୍ଛା ।
Previous Post

ନୂଆପଲ୍ଲୀ ପୁଲିସର ବର୍ବରତା, ଦୁଇ ଭଉଣୀଙ୍କୁ ନିସ୍ତୁକ ପିଟିଲେ

Next Post

ଓଡ଼ିଆ ଦୂରଦର୍ଶନରେ ବିଜେପିରାଜ୍

Next Post
ଓଡ଼ିଆ ଦୂରଦର୍ଶନରେ ବିଜେପିରାଜ୍

ଓଡ଼ିଆ ଦୂରଦର୍ଶନରେ ବିଜେପିରାଜ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA