Wednesday, July 29, 2026 04:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆୟାରଙ୍କୁ ଗୃହ କମିଟିର ସମନ,୧୧ ରେ ହାଜର ହେବାକୁ ନିର୍ଦ୍ଦେଶ

by Our Correspondent
28 Sep, 2018- 01:56 PM
in Latest News, News
1 min read
0
ଆୟାରଙ୍କୁ ଗୃହ କମିଟିର ସମନ,୧୧ ରେ ହାଜର ହେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର: ଓଡ଼ିଶା ଓ ଓଡ଼ିଶାର ସଂସ୍କୃତି,ଐତିହ୍ୟକୁ ଅସମ୍ମାନ କରିବା ସହ ବିଧାୟକମାନଙ୍କ ପ୍ରତି କୁତ୍ସିତ ଟିପ୍ପଣୀ ଦେଇଥିବା ବୈଜୟନ୍ତ ପଣ୍ଡାଙ୍କ ଅଣଓଡ଼ିଆ ବନ୍ଧୁ ଅଭିଜିତ୍ ଆୟାର ମିତ୍ରଙ୍କୁ ବିଧାନସଭା ଗୃହ କମିଟି ସମନ୍ କରିବାକୁ ନିଷ୍ପତ୍ତି ନେଇଛି । ଅକ୍ଟୋବର ୧୧ ତାରିଖରେ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜିରା ହେବାକୁ ନିର୍ଦ୍ଦେଶ ଦିଆଯିବ । ସେଦିନ ସକାଳ ୧୧ଟାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଅଭିଜତ୍ ହାଜର ହେବେ । ଆଜି ବିଧାନସଭା ଗୃହ କମିଟି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବିଧାନସଭାର ସ୍ୱାଧିକାର ଭଙ୍ଗ ନେଇ ଆୟାରଙ୍କ ବିରୋଧରେ ଆସିଥିବା ଅଭିଯୋଗର ସତ୍ୟତା ରହିଛି ବୋଲି ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର କହିଛନ୍ତି ।
ଆଜି ଗୃହ କମିଟିର ଦ୍ୱିତୀୟ ବୈଠକ ବସିଥିଲା । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରମିଳା ମଲ୍ଲିକଙ୍କୁ ଛାଡ଼ିଦେଲେ ଅନ୍ୟ ୪ ଜଣ ସଦସ୍ୟ କନକ ବର୍ଦ୍ଧନ ସିଂହଦେଓ, ଦେବୀପ୍ରସାଦ ମିଶ୍ର, ଡ. ଅରୁଣ କୁମାର ସାହୁ ଓ ସଞ୍ଜୟ ଦାସବର୍ମା ଉପସ୍ଥିତ ଥିଲେ । ଗୃହ କମିଟିର ପୂର୍ବ ନିର୍ଦ୍ଦେଶମତେ ପୁଲିସ ଡିଜି. ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା, ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରାଏ, ପ୍ରମେୟ ଏବଂ ନିଉଜ୍ ସେଭେନ୍ ଚାନେଲ ପକ୍ଷରୁ ବ୍ୟୁରୋ ଚିଫ୍ ଦେବେନ୍ଦ୍ର ସୂଆର ଓ ଦେବ ସେଠୀ କମିଟି ଆଗରେ ହାଜର ହୋଇ ସେମାନଙ୍କ ବୟାନ ରଖିଥିଲେ । ସମସ୍ତଙ୍କଠାରୁ ତଥ୍ୟପ୍ରମାଣ ଓ ବୟାନ ଶୁଣିଲା ପରେ ଅଭିଜିତ୍ ବିରୋଧରେ ଆସିଥିବା ଅଭିଯୋଗର ସତ୍ୟତା ଅନୁଭବ କରିଛନ୍ତି ଗୃହ କମିଟି ।
ସୂଚନାଯୋଗ୍ୟ, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କର ଅଣଓଡ଼ିଆ ବନ୍ଧୁ ଅଭିଜିତ୍ ଓ ଆରତୀ ଟିକୁଙ୍କୁ ଗତ ୧୫ ତାରିଖରେ ହେଲିକପ୍ଟରରେ ଚିଲିକା, ପୁରୀ,କୋଣାର୍କ ବୁଲାଇଥିଲେ । କୋଣାର୍କ ସାମନାରେ ଛିଡ଼ା ହୋଇ ଅଭିଜିତ୍ କୋଣାର୍କ ମନ୍ଦିର ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିଲେ । ବିଧାନସଭାରେ ଏ ପ୍ରସଙ୍ଗ ଉଠିଲା ପରେ ଅଭିଜିତ୍ ବିଧାୟକମାନଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇଥିଲେ । ପ୍ରମେୟ ନିଉଜ୍ ସେଭେନ୍ ଚାନେଲ ସାମ୍ବାଦିକଙ୍କୁୁ ଏକ ସାକ୍ଷାତକାର ଦେଇ ସେ ଓଡ଼ିଶା ବିଧାୟକମାନଙ୍କୁ ‘ବୁଦ୍ଦୁ’ ବୋଲି ଟିପ୍ପଣୀ ଦେଇଥିଲେ । ୨୦ ତାରିଖରେ ଏ ପ୍ରସଙ୍ଗ ବିଧାନସଭାରେ ଝଡ଼ ସୃଷ୍ଟି କରିଥିଲା । ବିରୋଧୀ ଦଳ ନେତା ନରସିଂହ ମିଶ୍ର ଅଭିଜତ୍ ଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦେଇଥିଲେ । ଗୃହର ସର୍ବସମ୍ମତ ନିଷ୍ପତ୍ତିକ୍ରମେ ଏହାର ଅନୁଧ୍ୟାନ ପାଇଁ ବାଚସ୍ପତି ବିରୋଧୀ ଦଳ ନେତାଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠନ କରିଛନ୍ତି ।
Previous Post

ମିଥ୍ୟା ବିଜ୍ଞାପନ ହମଲା ଜାରି

Next Post

ସରକାରଙ୍କୁ ଝଟକା: ପୌର ନିର୍ବାଚନରେ ୫୦%ରୁ ଅଧିକ ସ୍ଥାନ ସଂରକ୍ଷଣକୁ ନା

Next Post
ସରକାରଙ୍କୁ ଝଟକା: ପୌର ନିର୍ବାଚନରେ ୫୦%ରୁ ଅଧିକ ସ୍ଥାନ ସଂରକ୍ଷଣକୁ ନା

ସରକାରଙ୍କୁ ଝଟକା: ପୌର ନିର୍ବାଚନରେ ୫୦%ରୁ ଅଧିକ ସ୍ଥାନ ସଂରକ୍ଷଣକୁ ନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA