Thursday, April 30, 2026 04:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଏଟି ଲିଙ୍କ୍: ଓଟିଭିକୁ ସିବିଆଇ ମାଫ୍ !

by Our Correspondent
26 Sep, 2017- 08:02 AM
in Latest News, Politics
1 min read
0
ଏଟି ଲିଙ୍କ୍: ଓଟିଭିକୁ ସିବିଆଇ ମାଫ୍ !
ଭୁବନେଶ୍ୱର: ଅର୍ଥତତ୍ତ୍ୱ ଗ୍ରୁପ୍ ର ପ୍ରମୋସନ ପାଇଁ କମ୍ପାନୀଠାରୁ ଓଟିଭି ନେଇଛି ସାଢ଼େ ୫ କୋଟି ଟଙ୍କା । ୨୦୧୦ ରୁ ୨୦୧୨ ମଧ୍ୟରେ ଓଟିଭି ବିଜ୍ଞାପନ ବାବଦରେ ଏହି ଟଙ୍କା ନେଇଛି । ଅର୍ଥତତ୍ତ୍ୱ ମାଲିକ ପ୍ରଦାପ ସେଠୀ ସିବିଆଇ ଜେରାରେ ଏହି ଖୁଲମ୍ କରିଥିଲେ । ୨୦୧୪ ନଭେମ୍ବର ୨୬ ରେ କୋର୍ଟକୁ ହାଜିରା ଦେବାକୁ ଆସିଥିବା ପ୍ରଦୀପ ଗଣମାଧ୍ୟମ ସାମ୍ନାରେ ବି ଏହି ତଥ୍ୟ ଓଗାଳିଥିଲେ । ସିବିଆଇ ଓଟିଭିକୁ ତଦନ୍ତ ପରିସରଭୁକ୍ତ କାହିଁକି କରୁନାହିଁ ବୋଲି ଅଭିଯୁକ୍ତ ପ୍ରଶ୍ନ କରିଥିଲେ । ତିନିବର୍ଷ ପରେ ଆଜି ପୁଣି ସେହି ପ୍ରଶ୍ନ ଉଠିଛି.. ଓଟିଭିକୁ ସିବିଆଇ କାହିଁକି ତଦନ୍ତ ପରିସରଭୁକ୍ତ କରୁନି ? ରୋକ୍ ପାଇଁ କିଛି ବୁଝାମଣା ହୋଇଛି କି ? ସିବିଆଇ ଉପରେ ଚାପ ରହିଛି କି ?
ପ୍ରଦୀପ ସେଠୀ କୋର୍ଟ ବାହାରେ ଗଣମାଧ୍ୟମକୁ ଦେଇଥିବା ବୟାନ ଉପରେ ଓଟିଭି କର୍ତ୍ତୃପକ୍ଷ ସେଦିନ ଏକ ସ୍ପଷ୍ଟୀକରଣ ରଖିଥିଲେ । କମ୍ପାନୀର ତତ୍କାଳୀନ ଭାଇସ୍ ପ୍ରେସିଡେଣ୍ଟ ରତିକାନ୍ତ ଶତପଥୀ ଏଟି ଗ୍ରୁପ୍ ରୁ ସାଢ଼େ ୫ କୋଟି ଟଙ୍କାର ବିଜ୍ଞାପନ ନେଇଥିବା ସ୍ୱୀକାର କରିଥିଲେ । ଦୁଇବର୍ଷରେ ଓଟିଭି ବିଜ୍ଞାପନ ରାଜସ୍ୱର ତାହା ଏକ ପ୍ରତିଶତରୁ କମ୍ ବୋଲି ଅହଂକାର ଦେଖାଇଥିଲେ । ବିଜ୍ଞାପନ ନିୟମ ଅନୁଯାୟୀ ଓଟିଭି ବିଜ୍ଞାପନ ନେଇଛି ବୋଲି ସଫେଇ ରଖି ଏଟି ଚିଟଫଣ୍ଡ ପ୍ରସାର କ୍ଷେତ୍ରରେ ସଂସ୍ଥାର ଭୂମିକାକୁ ଭାଇସ୍ ପ୍ରେସିଡେଣ୍ଟ ଏଡାଇ ଦେଇଥିଲେ । ଆମ ପାଖରେ ଯାହା ଖବର, ଓଟିଭି କର୍ତ୍ତୃପକ୍ଷ ପ୍ରଦୀପ ସେଠୀଙ୍କ ବୟାନକୁ ଉପରେ ଗାଲୁ ପେଲିଥିଲେ ମଧ୍ୟ ଭିତରେ ପିଳେହିପାଣି ହୋଇଥିଲା । ସଂପୃକ୍ତ ଭାଇସ୍ ପ୍ରେସିଡେଣ୍ଟ ଏବଂ ଅନ୍ୟ ଜଣେ କର୍ମକର୍ତ୍ତା(ସାମ୍ବାଦିକ)ଙ୍କୁ ସିବିଆଇ ପଚରାଉଚୁରା କରିଥିବା ମାର୍କେଟ୍ ରେ ରୋଚକ ଚର୍ଚ୍ଚା ହୋଇଥିଲା । ତାହାର ସତ୍ୟାସତ୍ୟ ଏବେ ବି ଅନ୍ଧାରରେ ଥିଲେ ମଧ୍ୟ ଏଟି ଗ୍ରୁପ୍ ରୁ ଓଟିଭିର ସାନ୍ନିଧ୍ୟ ଉପରେ ସିବିଆଇ ତଦନ୍ତ ଆଉ କିଛି ନାହିଁ । ଏହା ସିବିଆଇର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ପ୍ରାଇଜ୍ ଚିଟସ୍ ଆଣ୍ଡ ମନି ସର୍କୁଲେସନ୍ ସ୍କିମ୍(ବ୍ୟାନିଂ) ଆକ୍ଟ,୧୯୭୮ର ସେକ୍ସନ୍ ୫ (ବି) ରେ ପ୍ରାଇଜ୍ ଚିଟ୍ କିମ୍ବା ମନି ସର୍କୁଲେସନ୍ ସ୍କିମ୍ ର ପ୍ରମୋସନ୍ ଉପରେ ସମ୍ପୂର୍ଣ୍ଣ କଟକଣା ରହିଛି । ଉକ୍ତ ଆଇନରେ ଏଭଳି ବିଜ୍ଞାପନ ପ୍ରସାରଣକୁ ଅନୁମତି ଦିଆଯାଇନି । ପ୍ରସାରଣ କଲେ ବେଆଇନ । ମାତ୍ର ଓଟିଭି ଏଭଳି ବିଜ୍ଞାପନ ପ୍ରସାରଣ କରି ରାଜ୍ୟ ଓ ରାଜ୍ୟ ବାହାରର କୋଟି କୋଟି ଚିଟଫଣ୍ଡ ଜମାକାରୀଙ୍କୁ ଆକୃଷ୍ଟ କରିଛି । ଜମାକାରୀଙ୍କୁ ଆକୃଷ୍ଟ କରିବା ପାଇଁ ହିଁ ପ୍ରଦୀପ ସେଠୀ ସାଢ଼େ ୫ କୋଟି ଖର୍ଚ୍ଚ କରିଛି । ସିବିଆଇ କିନ୍ତୁ କ’ଣ ପାଇଁ ଏହି ବଡ଼ମାଛକୁ ତଦନ୍ତ ପରିସର କରୁନି ତାହା ଅନେକଙ୍କୁ ବୁଝାପଡ଼ୁନି । ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ସ୍ୱାର୍ଥରକ୍ଷା ପାଇଁ ଚିତ୍କାର କରୁଥିବା ନେତା, ସ୍ୱେଚ୍ଛାସେବୀମାନେ ଏ ବିଷୟରେ ଚୁପ୍ କାହିଁକି ବୋଲି ଅନେକ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି ।
ସେପଟେ ଚିଟଫଣ୍ଡ ଓ ସିବିଆଇ ନାଁ ନେଇ ବର୍ଷତମାମ ତୁମ୍ବିତୋଫାନ କରୁଥିବା ସିଭିଲ୍ ସୋସାଇଟ୍ ଗ୍ରୁପ୍ ର ଆଭିମୁଖ୍ୟ ବୁଦ୍ଧିଜୀବୀ ମହଲକୁ ଆନ୍ଦୋଳିତ କରିଛି । ଲୋକଙ୍କ ସ୍ୱାର୍ଥ ଅପେକ୍ଷା ସେମାନେ ରାଜନୀତିରେ ବେଶୀ ମାତିଥିବା କୁହାଯାଉଛି । ସିବିଆଇ ତଦନ୍ତ ବାଟବଣା କରିବାକୁ ରାଜନୈତିକ ଦଳ ଷଡ଼ଯନ୍ତ୍ର କରୁଥିବା ସେମାନଙ୍କର ଫ୍ରେସ୍ ଅଭିଯୋଗ । ନିର୍ଦ୍ଦିଷ୍ଟ ଭାବେ ବିଜେଡ଼ି ବିରୋଧରେ କୁତ୍ସାରଟନା କରି ସିବିଆଇ ସପକ୍ଷରେ ଓକିଲାତି କରିଛନ୍ତି । ସିବିଆଇର ଚିଟଫଣ୍ଡ ତଦନ୍ତକୁ ଡିଫେମ୍ କରିବା ଉଦ୍ୟମ ହେଉଥିବା ଅଭିଯୋଗ କରିଛନ୍ତି । କେଉଁ ପରିପ୍ରେକ୍ଷୀରେ ସେମାନେ ଏକଥା ଉଠାଇଛନ୍ତି ତାହା କାହାରିକୁ ଅବୁଝା ନାହିଁ । ତେବେ ସିବିଆଇକୁ ବିଜେପି ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଅଭିଯୋଗ ଉପରେ ସିଭିଲ୍ ସୋସାଇଟ୍ ଚୁପ୍ କାହିଁକି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି । ସାହସ ଅଛି ତ ଏଟି ଲିଙ୍କ୍ ରେ ଆଗ ଓଟିଭିକୁ ତଦନ୍ତ ପରିସରଭୁକ୍ତ ପାଇଁ ଦାବି କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ।
Previous Post

ବିଜେଡ଼ି-ବିଜେପୁର-ବିଭୀଷଣ

Next Post

ସତ ହୋଇଥିଲେ ସାଂଘାତିକ

Next Post
ସତ ହୋଇଥିଲେ ସାଂଘାତିକ

ସତ ହୋଇଥିଲେ ସାଂଘାତିକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA