Thursday, April 30, 2026 04:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସତ ହୋଇଥିଲେ ସାଂଘାତିକ

by Our Correspondent
26 Sep, 2017- 08:34 PM
in Latest News, Politics
1 min read
0
ସତ ହୋଇଥିଲେ ସାଂଘାତିକ
ଭୁବନେଶ୍ୱର: ଅଶୋକ ପାଣିଗ୍ରାହୀ ବଡ଼ ସାଂଘାତିକ କଥା କହୁଛନ୍ତି । ଗତ ନିର୍ବାଚନରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ବିରୋଧରେ ସେ ସ୍ୱାଧୀନ ପ୍ରାର୍ଥୀ ହୋଇ ଲଢ଼ିବାକୁ ଖୋଦ୍ ସୁପ୍ରିମୋ ନବୀନ ପଟ୍ଟନାୟକ କୁଆଡେ ଚାହିଁଥିଲେ । ନବୀନଙ୍କ ଇଚ୍ଛାକୁ କଳ୍ପତରୁ ଦାସ କାର୍ଯ୍ୟକାରୀ କରିଥିଲେ । ଦଳ ବିରୋଧରେ ଯିବାକୁ ନିଜର ଇଚ୍ଛା ନ ଥିଲେ ମଧ୍ୟ କଳ୍ପତରୁଙ୍କ ନିର୍ଦ୍ଦେଶରେ ସେ ନିର୍ବାଚନ ଲଢ଼ିଥିଲେ ବୋଲି ଅଶୋକ କହିଛନ୍ତି । ଗତକାଲି ନବୀନଙ୍କୁ ଲେଖିଥିବା ଚିଠିରେ ମଧ୍ୟ ଏ ମର୍ମରେ ଧାଡ଼ିଏ ଗୁଗୁଲି ଛାଡ଼ିଥିଲେ । ନବୀନଙ୍କୁ ମନେପକାଇଥିଲେ, ଆପଣଙ୍କ ପରୋକ୍ଷ ସମର୍ଥନରେ ମୁଁ ବିଜେପୁରରୁ ନିର୍ବାଚନ ଲଢ଼ିଥିଲି ।
ଅଶୋକଙ୍କ କଥାର ସାରମର୍ମ ହେଉଛି, ଗତ ସାଧାରଣ ନିର୍ବାଚନରେ ବିଜେପୁରରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନବୀନ ପ୍ରାର୍ଥୀ କରି ହରାଇବାକୁ ଚାହୁଁଥିଲେ । ତେଣୁ ଅଶୋକ ପାଣିଗ୍ରାହୀଙ୍କୁ ସ୍ୱାଧୀନ ଭାବେ ଲଢ଼ାଇଥିଲେ । ଫଳ ବି ସେୟା ହେଲା । ବିଜେଡ଼ିର ଭୋଟ ଭାଙ୍ଗି ଅଶୋକ ନିଜ ସପକ୍ଷରେ ୧୮ ହଜାର ଭୋଟ ଟାଣିନେଲେ । ମାତ୍ର ୪୫୮ ଖଣ୍ଡ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁଙ୍କଠାରୁ ପ୍ରସନ୍ନ ହାରିଥିଲେ ।
ଅଶୋକ ପାଣିଗ୍ରାହୀ ସତ କହୁଛନ୍ତି ନା ମିଛ କହୁଛନ୍ତି ତାହା ଆମେ ଜାଣୁନା । ହେଲେ ତାଙ୍କ ବକ୍ତବ୍ୟରୁ ସାଧାରଣରେ କିଛି ପ୍ରଶ୍ନ ଆସୁଛି । ଅଶୋକ ବିଜେଡ଼ିର ଅସନ୍ତୁଷ୍ଟ ପ୍ରାର୍ଥୀ ଭାବେ ଲଢ଼ିବା ପରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଖୋଦ୍ ନବୀନ ତାଙ୍କୁ ଦଳରୁ ବହିଷ୍କୃତ କରିଥିଲେ । ଯଦି ନବୀନଙ୍କ ଇଚ୍ଛାରେ ସେ ପ୍ରାର୍ଥୀ ହୋଇଥିଲେ ତେବେ ସେହି ନବୀନଙ୍କ ଦ୍ୱାରା ଦଳରୁ ବହିଷ୍କୃତ ହେଲେ କେମିତି ? ନବୀନ ଚାହିଁଥିଲେ ତାଙ୍କ ଉପରେ ଉପରଠାଉରିଆ ୬ ବର୍ଷିୟା ନିଲମ୍ବନ ଦଣ୍ଡ ଲଗାଇଥାଆନ୍ତେ । ନିର୍ବାଚନ ପରେ ଆଦେଶ ଉଠାଇ ଦେଇଥାଆନ୍ତେ । ହେଲେ ତାହା ନ କରି ଦଳରୁ ବହିଷ୍କାର ଭଳି ଶାସ୍ତିବିଧାନ କାହିଁକି ?
ଦ୍ୱିତୀୟରେ ଅଶୋକ ଆଜି ଯାହା ଖୁଲାସା କରୁଛନ୍ତି, ୩ ବର୍ଷ ତଳେ ଦଳରୁ ବହିଷ୍କାର ହେଲାବେଳେ କଲେନିି କାହିଁକି ? ସାଧାରଣ ଭାବେ ଜଣେ ବ୍ୟକ୍ତି ବିନା ଦୋଷରେ ଚରମ ଦଣ୍ଡ ପାଇଲେ ସ୍ୱତଃସ୍ପୃତ ଭାବେ ମନର କ୍ଷୋଭ ବାହାରି ଯିବା କଥା । ତାଙ୍କ କହିବାନୁସାରେ ଖୋଦ୍ ଦଳର ହାଇକମାଣ୍ଡ ଅର୍ଥାତ୍ ନବୀନଙ୍କ ଇସାରାରେ ସେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ନିର୍ବାଚନ ଯୁଦ୍ଧକୁ ଓହ୍ଲାଇଥିଲେ । ଆଉ ଯଦି ପରମୁହୁର୍ତ୍ତରେ ସେହି ବ୍ୟକ୍ତି ଏହାକୁ ଅପରାଧ ଭାବି ନିଜେ ଦଣ୍ଡ ଦେଉଛନ୍ତି, ସେତେବେଳେ ଆନୁଗତ୍ୟ ଛଳରେ ଗୁମର ଲୁଚାଇବାର ପ୍ରଶ୍ନ ଉଠୁଛି କେଉଁଠୁ ? ସେଦିନ ହିଁ ସେ ନବୀନଙ୍କ ମୁହଁ ବଙ୍କା କରିଥାଆନ୍ତେ । ନିଜର ପ୍ରାର୍ଥୀଙ୍କୁ ହରାଇବା ପାଇଁ ନବୀନଙ୍କ ଷଡ଼ଯନ୍ତ୍ରର ଖୁଲାସା କରିଥାଆନ୍ତେ । କିନ୍ତୁ ତାହା ନ କରି ଏତେ ଦିନ ଚୁପ୍ ରହିଥିଲେ କେମିତି ?
ଯେଉଁ ସମୟରେ ସେ ନବୀନଙ୍କ ଗୁମର ଖୁଲାସା କରୁଛନ୍ତି ତାହା ତାଙ୍କ ପାଇଁ ଅନୁକୂଳ ହେଲେ ମଧ୍ୟ ଲୋକଙ୍କୁ ଅବିଶ୍ୱାସ କରିବାକୁ ବାଧ୍ୟ କରିବ । କାରଣ ବିଜେପୁର ଉପନିର୍ବାଚନ ପାଇଁ ସେ ବି ଜଣେ ଆଶାୟୀ । ବିଜେଡ଼ିରୁ ବହିଷ୍କୃତ ହୋଇଥିବାରୁ ବିଜେପି ନାଆକୁ ଗୋଡ ଟେକିଛନ୍ତି । ବିଜେପିରୁ ପ୍ରାର୍ଥୀ ହେବା ଏକରକମ ଚୂଡ଼ାନ୍ତ ହୋଇଯାଇଛି । ଆଉ ଦିବଗଂତ ବିଧାୟକ ସୁବଳଙ୍କ ପତ୍ନୀ ରୀତା ସାହୁଙ୍କ ପ୍ରାର୍ଥୀତ୍ୱକୁ ନେଇ ବିଜେଡ଼ିରେ ବିଦ୍ରୋହ ଦେଖାଦେଲାବେଳକୁ ତାଙ୍କ ମନର ଆବେଗ, ଚିଠି, ବଚନ ଆର୍ବିଭାବ ହୋଇଛି । ଏହା ତାଙ୍କର ରାଜନୈତିକ ଚାଲବାଜି ବୋଲି ଲୋକଙ୍କୁ କହିବାର ସୁଯୋଗ ଦେଇଛନ୍ତି । ଖୋଦ୍ ନବୀନ ପଟ୍ଟନାୟକ ଏହାକୁ ମିଛ ବୋଲି କହିସାରିଲେଣି । ଏବେ ପ୍ରଶ୍ନ କାହା କଥା ସତ । ଅଶୋକ ପାଣିଗ୍ରାହୀ ନା ନବୀନ ପଟ୍ଟନାୟକ । ନବୀନଙ୍କ କଥାର ସତ୍ୟତା କ’ଣ ତାହା କେହି ନହେଲେ ପ୍ରସନ୍ନ ଆଚାର୍ଯ୍ୟ ଜାଣିଥିବେ । ହେଲେ ଅଶୋକଙ୍କ କଥା ସତ ହୋଇଥିଲେ ତାହା ନିିହାତି ସାଂଘାତିକ ।
Previous Post

ଏଟି ଲିଙ୍କ୍: ଓଟିଭିକୁ ସିବିଆଇ ମାଫ୍ !

Next Post

ଗୁରୁଗାଓଁରେ ଦୁର୍ଗାପୂଜା ମହୋତ୍ସବ

Next Post
ଗୁରୁଗାଓଁରେ ଦୁର୍ଗାପୂଜା ମହୋତ୍ସବ

ଗୁରୁଗାଓଁରେ ଦୁର୍ଗାପୂଜା ମହୋତ୍ସବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA