Saturday, April 18, 2026 06:38 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Editors Pick

ଏମାନଙ୍କ ପାଇଁ ସ୍ୱାଧୀନତାର ମାନେ ନାହିଁ

by Our Correspondent
15 Aug, 2017- 01:48 PM
in Editors Pick, Latest News
1 min read
0
ଏମାନଙ୍କ ପାଇଁ ସ୍ୱାଧୀନତାର ମାନେ ନାହିଁ
ଭୁବନେଶ୍ୱର: ଗଦାଧର ନାଏକ । ବୟସ ପ୍ରାୟ ୬୦ ବର୍ଷ । ଭଲ ଭାବେ ଚାଲିବାର ଶକ୍ତି ନାହିଁ । ଆଖିକୁ ବି ଭଲ ଦିଶୁନି । ସୁନ୍ଦରଗଡ଼ ସହରଠାରୁ ୧୫ କିମି ଦୂର ବିସାନ୍ତପୁରରେ ଘର । ଘର ବୋଲେ ଚାଳିଆ ବଖରାଟିଏ । ଛପର ପକାଇ ପାରୁ ନ ଥିବାରୁ ପରିବାର ବର୍ଷା ଦିନେ ପର ପିଣ୍ଡା ଖୋଜନ୍ତି ମୁଣ୍ଡ ଗୁଞ୍ଜିବାକୁ । ଘରେ ସ୍ତ୍ରୀ ଓ ଦୁଇ ରୋଗିଣା ପୁଅ । ବାତରୋଗରେ ସ୍ତ୍ରୀ ଏକପ୍ରକାର ଶଯ୍ୟାଶାୟୀ । ପାଠ ଶାଠ ପଢ଼ି ନ ଥିବା ଦୁଇ ରୋଗିଣା ପୁଅ ବେକାର । ମୂଲ ଲାଗିବାକୁ ଦେହରେ ବଳ ନାହିଁ । ପ୍ରଚଣ୍ଡ ଅଭାବ ଭିତରେ ସଢୁଥିବା ଗଦାଧର ପରିବାର ପୋଷଣ ପାଇଁ ୫ ବର୍ଷ ହେଲା ଏକା ଗାଁ ଛାଡ଼ି ଚାଲିଆସିଛନ୍ତି ଭୁବନେଶ୍ୱର । ଲିଙ୍ଗରାଜ ମନ୍ଦିର ସାମନାରେ ଭିକ୍ଷାଥାଳି ଧରି ବସୁଛନ୍ତି । ବହୁ କଷ୍ଟରେ ଦିନକୁ ୧୦୦ ଟଙ୍କା ହେଲେ ତାଙ୍କ ପାଇଁ ବଡ଼ । ସେଥିରେ ନିଜେ କଷ୍ଟମଷ୍ଟେ ଦି ଓଳି ଖାଇ ସ୍ତ୍ରୀ ପିଲାଙ୍କ ପେଟକୁ ଦାନା ଦଉଛନ୍ତି । ସକାଳୁ ସଂଧ୍ୟା ଲିଙ୍ଗରାଜ ମନ୍ଦିର ସାମନାରେ ଭିକ୍ଷଥାଳିରେ ଦିନ କଟୁଥିବା ବେଳେ ରାତି କଟୁଛି ରାଜଧାନୀ ଫୁଟପାଥରେ ।
ଖାଲି ଗଦାଧର ନୁହଁନ୍ତି, ବାଉରି, ଦାସିଆ, ଶାନ୍ତି, ସୁବନି, ପୁଷ୍ପଙ୍କର ସମାନ ଦୁର୍ଦ୍ଦଶା । କାହା ଦେହରେ ଚାଲିବାର ବଳ ନାହିଁ ତ ଆଉ କିଏ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ ଶରୀରର ଅଙ୍ଗ ହରାଇଛନ୍ତି । ଲିଙ୍ଗରାଜ ମନ୍ଦିର ସାମନାରେ ଭିକ୍ଷାଥାଳିର ପସରା ଖୋଲିଛନ୍ତି । ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ କି ରାସ୍ତାରେ ଯାଉଥିବା ଲୋକ, କାହାର ଦୟା ହେଲେ ଟଙ୍କେ କି ଦି ଟଙ୍କା ପକେଇଦେଲେ ଏମାନଙ୍କ ମନ ଖୁସି । ସୂର୍ଯ୍ୟ ଉଇଁଲେ ମନ୍ଦିର ସାମନା ସେମାନଙ୍କ ଜୀଇଁବାର ଆଶା ଭରିଦିଏ । ସଞ୍ଜ ନଇଁଲେ ମୁଣ୍ଡ ଗୁଞ୍ଜିବାକୁ ଫୁଟପାଥ୍ ହିଁ ସେମାନଙ୍କ ସାହାରା ।
ଏମାନଙ୍କ ପାଇଁ ସ୍ୱାଧୀନତା ଦିବସର ମାନେ ନାହିଁ । ପଚାରିଲେ ମୁହଁ ବୁଲାଇ ଦିଅନ୍ତି । ସ୍ୱାଧୀନ ଭାରତବର୍ଷର ନାଗରିକ ଭାବେ ଆପଣ ନିଜକୁ କିଭଳି ଗର୍ବ ଅନୁଭବ କରନ୍ତି ବୋଲି ପଚାରିବାରୁ ଆଜି ଗଦାଧରଙ୍କ ଆଖିରେ ଜକେଇ ଆସିଥିଲା ଲୁହ । ଲୁହଭରା ଆଖିରେ ବଲ ବଲ ହୋଇ ଚାହିଁଥିଲେ । ନିଜ ଜୀବନକୁ ଛିଛାକର କରିଥିଲେ । ଆଜ୍ଞା, ଗାଁରେ ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ । ସ୍ତ୍ରୀ, ପିଲା ୟା ଦାଣ୍ଡ ତା ଦା ଦାଣ୍ଡ ହଉଚନ୍ତି । ସେମାନଙ୍କୁ ପେଟପୂରା ଖାଇବାକୁ ଗଣ୍ଡେ ଦେଇପାରୁନି ସେଥିରେ ମୁଣ୍ଡ ଗୁଞ୍ଜିବା କଥା କେଉଁଠୁ ଚିନ୍ତା କରିବି ବୋଲି ପ୍ରଶ୍ନ କରିଥିଲେ । ଇନ୍ଦିରା ଆବାସ ଘର ଖଣ୍ଡେ ପାଇଁ ସମସ୍ତଙ୍କ ଗୋଡ଼ ଧରୁଛି ହେଲେ କେହି ଶୁଣୁନାହାନ୍ତି । ଆଜ୍ଞା ଆମେ ଦିନଦରିଦ୍ର ଲୋକ, କିଏ ଆମ କଥା ଶୁଣିବ ? ଟଙ୍କିକିଆ ଚାଉଳ ମୋ ପରିବାରକୁ ବଞ୍ଚେଇ ଦଇଛି । ତେଲ ଲୁଣ ପାଇଁ ଏଠାରେ ପଡ଼ିଛି । ଭଗବାନ କେତେଦିନ କଷ୍ଟ ଦଉଛନ୍ତି ଦିଅନ୍ତୁ ବୋଲି କହିଲା ବେଳକୁ ଆଖିର ଲୁହ ପାଟିକୁ ଜକେଇ ଦେଇଥିଲା । ଅଧିକ କିଛି କହିପାରି ନ ଥିଲେ ।
କୁଷ୍ଠରୋଗ ଆକ୍ରାନ୍ତ ପୁଷ୍ପଙ୍କ ଦୁଃଖ ତ ଛାତି ଧରାଇ ଦେଲା ଭଳି । ବାଲେଶ୍ୱର ଅଞ୍ଚଳରେ ଘର । ନିଜ ଗାଁ ଛାଡ଼ି ୧୫ ବର୍ଷ ହେଲା ପଡ଼ିଛନ୍ତି ଲିଙ୍ଗରାଜ ମନ୍ଦିର ସାମନାରେ । ଗାଁ, ଘର ଲୋକେ ତାଙ୍କୁ ଅଛୁଆଁ ପର କରିଦେଇଛନ୍ତି । ସ୍ୱାମୀ, ପୁଅ ଝିଅଙ୍କୁ ୧୫ ବର୍ଷ ହେଲା ଦେଖିନାହାନ୍ତି । ସେମାନେ ବି ମାଆକୁ କେବେ ଖୋଜିନାହାନ୍ତି । କୁଷ୍ଠରୋଗ ତାଙ୍କ ପାଇଁ ଅଭିଶାପ ହୋଇଛି । ନିଜେ ବଞ୍ଚିବାକୁ ଭିକ୍ଷାଥାଳି ହୋଇଛି ତାଙ୍କର ଆଶ୍ରା । ସ୍ୱାଧୀନତା ଦିବସର ଅନୁଭବ ପଚାରିବାରୁ ସେ ବି କାନ୍ଦିଥିଲେ । ଦୋକାନରେ ବିକ୍ରୀ ହଉଥିବା ଜାତୀୟ ପତାକାକୁ ଠାରି କିଛି କହିବାକୁ ଚାହୁଁଥିଲେ । ହେଲେ କହିପାରୁ ନ ଥିଲେ ।
Previous Post

ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସୁସ୍ଥ

Next Post

ନବୀନ କାଶିଲେ, ଲାଇଭ୍

Next Post
ନବୀନ କାଶିଲେ, ଲାଇଭ୍

ନବୀନ କାଶିଲେ, ଲାଇଭ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA