Thursday, April 30, 2026 01:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଏ ବୋଝଙ୍କୁ କେତେ ବୋହିବେ ନବୀନ ?

by Our Correspondent
13 Sep, 2017- 10:33 PM
in Latest News, Politics
1 min read
0
ଏ ବୋଝଙ୍କୁ କେତେ ବୋହିବେ ନବୀନ ?
ଭୁବନେଶ୍ୱର: ବିଜେଡ଼ି କରୁଛି କ’ଣ ? ବିଜେପିର ମିସନ୍ ୧୨୦ ପ୍ଲସ୍ ର କ’ଣ ସେମାନଙ୍କ କାଉଣ୍ଟର ଷ୍ଟ୍ରାଟେଜି ? କେବଳ ନବୀନ ପଟ୍ଟନାୟକଙ୍କ ନାଁକୁ ନେଇ କ’ଣ ୧୨୩ ସଂଖ୍ୟାର ଆକଳନ ? ଦଳର ତଳିଆ ମହଲରେ ଆଜି ଏହି ପ୍ରଶ୍ନ ଉଙ୍କି ମାରିଛି । ଅମିତ୍ ଶାହାଙ୍କ ମିସନ୍ ୧୨୦ ଅଭିଯାନକୁ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଟିମ୍ ଜୋରଦାର କରିଥିବା ବେଳେ ବିଜେଡ଼ି ଆଁ କରି ଅନେଇଛି । ୧୭ ବର୍ଷ ଶାସନର ଗର୍ବ ଓ ଅହଂକାର ମନରୁ ଯାଉନି । ବିଜେପି ଶିବିରରେ କ’ଣ ଚାଲିଛି ସେ ଖବର ଜାଣୁନାହାନ୍ତି ବିଜେଡ଼ି ନେତା । ଅନ୍ୟର ଗୋଛି କାଟି ନିଜର କାଟତି ରଖିବା କସରତରେ ନେତାଙ୍କ ଦିନ ଯାଉଛି । ବିଜେପିର ଜୋରଦାର ପ୍ରଚାରକୁ ଟକ୍କର ଦେବାର ମାନସିକତା ନାହିଁ । ପୂର୍ବପରି ନବୀନଙ୍କ ଭରସାରେ ନିର୍ବାଚନ ନଦୀ ପାର୍ ହେବାକୁ ନେତା ଏଥର ବି ଚାହିଁ ବସିଛନ୍ତି ।
ଅମିତ୍ ଶାହାଙ୍କ ଗସ୍ତ ପରେ ଧର୍ମେନ୍ଦ୍ର କ୍ୟାମ୍ପ ଅଧିକ ଚଳଚଞ୍ଚଳ ହୋଇଛି । ହାତଗଣତି ହେଲେ ମଧ୍ୟ ନେତାମାନେ ଲଢ଼େଇ ପାଇଁ ଅଣ୍ଟା ଭିଡ଼ିଛନ୍ତି । ଦିଲ୍ଲୀବଳ ଓ ଅର୍ଥବଳକୁ ପୁଂଜି କରି ଆଗକୁ ବଢ଼ୁଛନ୍ତି । ମିଡ଼ିଆ ଆଗରେ କହିବାରେ ନିଜର ପାରଦର୍ଶିତା ଦେଖାଇଛନ୍ତି । ତେବେ ବିଜେପିକୁ କାଉଣ୍ଟର କରିବା ପାଇଁ ବିଜେଡ଼ି ଏ ପର୍ଯ୍ୟନ୍ତ ନିଜକୁ ପ୍ରସ୍ତୁତ କରିପାରିନାହିଁ । ବ୍ୟକ୍ତିଗତ ଭାବେ ନେତାଙ୍କ ପାଖରେ ଦଳର ସୁରକ୍ଷା ପାଇଁ ଉଦ୍ୟମ ନାହିଁ । ଦଳ ସୁପ୍ରିମୋଙ୍କର ମଧ୍ୟ ଏ ଦିଗରେ କୌଣସି ଆଖିଦୃଶିଆ କାର୍ଯ୍ୟକ୍ରମ ନାହିଁ । ପ୍ରତାପ ଦେବଙ୍କ ଭଳି ହାତଗଣତି ନେତାଙ୍କୁ ମୁଣ୍ଡରେ ବସାଇ ଦଳ ପରିଚାଳନା କରୁଛନ୍ତି । ମୁଖପାତ୍ର ତାଲିକାରେ ଦମ୍ଭିଲା ଲୋକଙ୍କୁ ସ୍ଥାନ ମିଳିନି । କିଛି ମାସ ତଳେ ଯେଉଁ ସୁଲୋଚନା ଦାସ ନବୀନଙ୍କ ସାତପୁରୁଷ ଖୋଳୁଥିଲେ ତାଙ୍କୁ ଦଳ ମୁଣ୍ଡରେ ବସାଇ ମୁଖପାତ୍ର କରିଛି । ନା ସୁଲୋଚନା ବିଜେଡ଼ି ସପକ୍ଷରେ କହିବାର ନୈତିକତା ପାଉଛନ୍ତି ନା ସହଯୋଗୀ ମୁଖପାତ୍ରଙ୍କୁ ସାଥ୍ ଦେଉଛନ୍ତି । ଟିଭିରେ ତାଙ୍କର ନବୀନଗାନକୁ ଲୋକେ ନାକ ଟେକୁଥିଲେ ମଧ୍ୟ ଦଳର ମୁଣ୍ଡିମାନଙ୍କୁ ଫରକ୍ ପଡୁନି ।
ବିଜେପି ପ୍ରାୟୋଜିତ ମନୋଜ ନାୟକଙ୍କ ଟିଭି ଚାନେଲ୍ ବିତର୍କରେ ସୁଲୋଚନାକୁ ବସେଇବା ଦଳ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ସେଥିପାଇଁ ଦଳୀୟ ନେତାମାନେ ପ୍ରତାପ ଦେବଙ୍କୁ ସମାଲୋଚନା କରିଛନ୍ତି । ବିଜେପି ଶିବିରର ଏହି ଆୟୋଜନକୁ କାର୍ପଟଦାର ସାଜିଥିବା ପ୍ରତାପ ଦେବ କିଭଳି ଜାଣିପାରିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଯଦି ଜାଣିଥିଲେ, ସୁଲୋଚନାଙ୍କୁ ନେବାର କି ଆବଶ୍ୟକତା ଥିଲା ? ବିଜେପିର କୁହାଳିଆ ନେତା,ନେତ୍ରୀଙ୍କୁ ଟକ୍କର ଦେବା ପାଇଁ ଦଳରେ ଟାଣୁଆ ନେତାଙ୍କର କ’ଣ ଅଭାବ ଥିଲା ? ପ୍ରତାପ ଦେବ ନିଜେ, ସୁଲୋଚନା ଓ ସସ୍ମିତ୍ ପାତ୍ର ନ ଯାଇ ସୁବାସ ସିଂ ଏବଂ ଲେଲିନ୍ ମହାନ୍ତିଙ୍କ ଭଳି ଫାୟାର୍ ବ୍ରାଣ୍ଡ ନେତାଙ୍କୁ ପଠାଇବାରେ କ’ଣ ଥିଲା ଅସୁବିଧା ? ସେମାନେ ଯାଇଥିଲେ ହୁଏତ ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାରଙ୍କ ପାଟିକୁ ଟକ୍କର ଦେଇପାରିଥାଆନ୍ତେ ।
ଧର୍ମେନ୍ଦ୍ର ପ୍ରଧାନ ମାଷ୍ଟର ଷ୍ଟ୍ରାଟେଜି ଖେଳୁଥିବା ବେଳେ ବିଜେଡ଼ି କମାଣ୍ଡରଙ୍କ ନନ୍ କମାଣ୍ଡିଂ ଆଟିଚ୍ୟୁଡ୍ ଦଳ ପାଇଁ ବିପଦ ସୃଷ୍ଟି କରିଛି ।
ପଞ୍ଚାୟତ ନିର୍ବାଚନରୁ ବିଜେଡ଼ି କିଛି ବୁଦ୍ଧି ଶିଖିଥିବା ଜଣାପଡୁନାହିଁ । ଦଳୀୟ ପର୍ଯ୍ୟବେକ୍ଷକଙ୍କୁ ଜିଲ୍ଲାରେ ବୁଲାଇ ସୋ ବାଜି କରୁଥିଲେ ମଧ୍ୟ ସବୁସ୍ତରରେ ଦଳର ନିଷ୍କ୍ରିୟତା ଧରାପଡ଼ିଯାଉଛି । ଖୋଦ୍ ବିଧାନସଭାରେ ତାରା ବାହିନୀପତି ପିସି କାରବାର ନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ କୁ ଟାର୍ଗେଟ୍ କରି ଅଫିସରଙ୍କୁ ବାଡେଇବା ଧମକ ଦେଇଥିଲେ ମଧ୍ୟ ଜଣେ ବି ବିଧାୟକ ପ୍ରତିବାଦ କରିବାକୁ ସାହସ କରିନାହାନ୍ତି । ଯାହା ଦଳର ଦୋଷଦୁର୍ବଳତାକୁ ପଦାରେ ପକାଇଛି ।
Previous Post

ପାଖାପାଖି ଦୁଇଗୁଣା ବଢ଼ିଲା ବିଧାୟକଙ୍କ ଦରମା

Next Post

ସତକହି ଫସିଗଲେ ମାଡ଼କାମୀ

Next Post
ସତକହି ଫସିଗଲେ ମାଡ଼କାମୀ

ସତକହି ଫସିଗଲେ ମାଡ଼କାମୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA