Thursday, April 30, 2026 01:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସତକହି ଫସିଗଲେ ମାଡ଼କାମୀ

by Our Correspondent
14 Sep, 2017- 11:52 PM
in Latest News, Politics
1 min read
0
ସତକହି ଫସିଗଲେ ମାଡ଼କାମୀ
ଭୁବନେଶ୍ୱର: ମାଲକାନଗିରିର ବିଜେଡ଼ି ବିଧାୟକ ମାନସ ମାଡ଼କାମୀ ବଡ଼ ଅଡୁଆରେ ଫସିଛନ୍ତି । ଜିଲ୍ଲା ପ୍ରଶାସନରେ ଚାଲିଥିବା ବ୍ୟାପକ ଦୁର୍ନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦୁର୍ଗତି ଡାକିଆଣିଛନ୍ତି । ଜିଲ୍ଲାପାଳ ଓ ଏପସିଙ୍କଠାରୁ ଆରମ୍ଭ କରି ତଳିଆ ଅଫିସରଙ୍କ ଦୁର୍ନୀତି ଓ ମନମାନି ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆଣିବା ତାଙ୍କ ପାଇଁ କାଳ ହୋଇଛି । ପରିସ୍ଥିତି ଏଭଳି ହୋଇଛି ଯେ ଅଫିସରମାନେ ତାଙ୍କୁ ଆଉ ସହଯୋଗ କରୁନାହାନ୍ତି, ଓଲଟି ବିଭିନ୍ନ ଉପାୟରେ ରାଗ ସୁଝାଉଛନ୍ତି । ମାଡ଼କାମୀ ଗୋପନରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମଧ୍ୟ ତାହା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବାଟେ ଜିଲ୍ଲା ପ୍ରଶାସନ ହାତରେ ପଡ଼ିବା ସବୁ ବିଗିଡ଼େଇ ଦେଇଛି ।
ଗତ ଜୁନ୍ ୨୫ ତାରିଖରେ ମାଡ଼କାମୀ ନିଜ ପ୍ୟାଡ୍ ରେ ଏହି ଚିଠିଟି ଦେଇଥିଲେ । ମୁଖ୍ୟମନ୍ତ୍ରୀ ଭାବେ ନୁହେଁ, ବରଂ ଦଳ ସଭାପତି ଭାବେ ନବୀନ ପଟ୍ଟନାୟକଙ୍କୁ ଚିଠି ଦେଇଥିଲେ । ସେଥିରେ ସେ ଜିଲ୍ଲାର ସବୁ ଅଣଓଡ଼ିଆ କଲେକ୍ଟରଙ୍କ ବିରୋଧରେ କଡ଼ା ଭାଷାରେ ବିଷ ଓଗାଳିଥିଲେ । ଜିଲ୍ଲାପାଳ ନିଜକୁ ଡେମିଗଡ଼ ଭଳି ବ୍ୟବହାର କରୁଛନ୍ତି । ସଚ୍ଚୋଟ ଅଫିସରଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରୁଥିଲା ବେଳେ ଦୁର୍ନୀତିଖୋର ଅଫିସରଙ୍କୁ ସୁରକ୍ଷା ଦେଉଛନ୍ତି । ଜିଲ୍ଲାପାଳଙ୍କ ଅହଂକାର ଓ ମନମାନି ଯୋଗୁଁ ଜିଲ୍ଲାରେ ଉନ୍ନୟନ କାର୍ଯ୍ୟ ଠପ୍ ହୋଇଯାଇଛି । ଜିଲ୍ଲାର ଭାଗ୍ୟ ତାଙ୍କ ହାତରେ ବନ୍ଧାପଡ଼ିଛି । ଥ୍ରୀ ଟି କାର୍ଯ୍ୟକ୍ରମ ସାଂଘାତିକ ଭାବେ ଅକାମୀ ହୋଇପଡ଼ିଛି ।
ସେହିଭଳି ଏସପି ମଧ୍ୟ ଲୁଟେରାଙ୍କ ସୁରକ୍ଷାକର୍ତ୍ତା ସାଜିଛନ୍ତି । ଥାନା ଆଇଆଇସିମାନଙ୍କ ମାଧ୍ୟମରେ ନିଜେ ଦୁର୍ନୀତିରେ ବୁଡ଼ି ଅରାଜକତା ଚଳାଇଛନ୍ତି । ଗଞ୍ଜେଇ ବେପାରୀ ଓ ଟେଣ୍ଡର ମାଫିଆଙ୍କୁ ସୁରକ୍ଷା ଦେଉଛନ୍ତି । ଜିଲ୍ଲା ଯୋଗାଣ ଅଧିକାରୀ ବି ଆଖିବୁଜା ଦୁର୍ନୀତି କରୁଛନ୍ତି । ଜିଲ୍ଲାର ଚାଷୀମାନଙ୍କୁ ଅଭାବୀ ଧାନ ବିକ୍ରୀ ପାଇଁ ବାଧ୍ୟ କରାଯାଉଛି । ମିଲର୍ ମାନଙ୍କଠାରୁ ସିଏସଓ ବର୍ଷକୁ ୭୦ ଲକ୍ଷ ଟଙ୍କା ଚାନ୍ଦା ଆଦାୟ କରୁଥିବା ବିଧାୟକ ଲେଖିଥିଲେ । ଆଗକୁ ମାଲକାନଗିରି ମ୍ୟୁନିସିପାଲିଟି ନିର୍ବାଚନ ଥିବାରୁ ଏହା ଦଳ ପାଇଁ ମହଙ୍ଗା ପଡ଼ିବ । ଆଜିଠାରୁ ନ ସଜାଡ଼ିଲେ ସାଧାରଣ ନିର୍ବାଚନରେ ଲୋକଙ୍କୁ ସାମନା କରିବା କଷ୍ଟକର ହୋଇପଡ଼ିବ ବୋଲି ବିଧାୟକ ଜଣାଇଥିଲେ ।
ତେବେ ବିଧାୟକଙ୍କୁ ହଟହଟା କରିଛି ଭୁଲ୍ ଯୋଗାଯୋଗ । ନବୀନ ନିବାସ ଦଳ ସଭାପତିଙ୍କ ପାଖକୁ ସେ ଚିଠି ଲେଖିଥିଲେ ମଧ୍ୟ ତାହା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପଡ଼ିଯାଇଛି । ଆଉ ତାହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠିଟି ଆସି ପହଞ୍ଚିଛି ଜିଲ୍ଲାପାଳଙ୍କ ଦପ୍ତରରେ । ଜିଲ୍ଲାପାଳଙ୍କ ଦପ୍ତରରେ ଚିଠି ପହଞ୍ଚିଲା ପରେ ଏବେ ଜିଲ୍ଲାପାଳ,ଏସପି, ସିଏସଓ ସମସ୍ତେ ଖଡ଼ଗହସ୍ତ । ଏମିତିକି ବିଡ଼ିଓ/ହସିଲଦାରମାନେ ବି ତାଙ୍କଠାରୁ କରଛଡ଼ା ଦେଇଛନ୍ତି । ଚିଠିଟି ଜିଲ୍ଲା ଦପ୍ତରରେ କିଭଳି ପହଞ୍ଚିଲା ସେକଥା ଭାବି ବିଧାୟକଙ୍କ ମୁଣ୍ଡ ବି ଗୋଲ୍ । ସେ ସାଂଘାତିକ ସତକଥା ଲେଖିଥିବା ତାଙ୍କ ସମର୍ଥକମାନେ କହୁଥିଲେ ମଧ୍ୟ ବିଧାୟକ ନିଜ ସୁରକ୍ଷା ଖୋଜୁଛନ୍ତି । ବୁଲି ବୁଲି ସଫେଇ ଦେଉଛନ୍ତି ମୁଁ ସେ ଚିଠି ଲେଖିନି । ହେଲେ ବୁଦ୍ଧିଆ ଅଫିସରଙ୍କଠାରୁ ସେ ଖସିପାରିନାହାନ୍ତି । ଏ ସମ୍ପର୍କରେ ଆମେ ବିଧାୟକଙ୍କ ମତାମତ ଜାଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କିଛି କହିନଥିଲେ ।
Previous Post

ଏ ବୋଝଙ୍କୁ କେତେ ବୋହିବେ ନବୀନ ?

Next Post

ଧର୍ମେନ୍ଦ୍ରଙ୍କ ହାଇ ଭୋଲଟେଜ୍ ତେଲ

Next Post
ଧର୍ମେନ୍ଦ୍ରଙ୍କ ହାଇ ଭୋଲଟେଜ୍ ତେଲ

ଧର୍ମେନ୍ଦ୍ରଙ୍କ ହାଇ ଭୋଲଟେଜ୍ ତେଲ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA