Thursday, April 30, 2026 01:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଧର୍ମେନ୍ଦ୍ରଙ୍କ ହାଇ ଭୋଲଟେଜ୍ ତେଲ

by Our Correspondent
15 Sep, 2017- 04:28 PM
in Latest News, Politics
1 min read
0
ଧର୍ମେନ୍ଦ୍ରଙ୍କ ହାଇ ଭୋଲଟେଜ୍ ତେଲ
ଭୁବନେଶ୍ୱର: ପେଟ୍ରୋଲିୟମ୍ ବିଭାଗର ସଫଳ ମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରମୋସନ୍ ହୋଇଛି । ବିଭାଗକୁ ନେଇ ଆଣି ଥୋଇବାରେ ତାଙ୍କର ପାରଦର୍ଶିତାକୁ ପ୍ରଧାନମନ୍ତ୍ରୀ ପୁରସ୍କୃତ କରିଛନ୍ତି । ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ଦେଶବାସୀଙ୍କୁ ଭାରାକ୍ରାନ୍ତ କରିଥିବା ବେଳେ ଧର୍ମେନ୍ଦ୍ର ନିଜ ଉପରୁ ଦୋଷ ଛଡ଼ାଇ ଦେଶବାସୀଙ୍କୁ ଅର୍ଥନୀତିର ପାଠ ପଢ଼ାଇଛନ୍ତି । କହିଛନ୍ତି, ତେଲଦର ନିୟନ୍ତ୍ରଣ ଉପରେ ସରକାର ହସ୍ତକ୍ଷେପ କରିବେନି । ତେଲ ଉପରୁ ସରକାର ଏକ୍ସସାଇଜ୍ ଡିଉଟି କମାଇ ପାରିବେ ନାହିଁ । ଏହି ଟିକସରେ ସରକାର ରାସ୍ତା ତିଆରି କରୁଛନ୍ତି । ଜଳସେଚନ ଏବଂ ପିଇବା ପାଣି ବ୍ୟବସ୍ଥା କରୁଛନ୍ତି । ପେଟ୍ରୋଲ ଓ ଡିଜେଲ୍ ଦର ସମ୍ଭାଳିବା ପାଇଁ ଜିଏସଟି ପାଠ ପଢ଼ାଇଛନ୍ତି ଧର୍ମେନ୍ଦ୍ର ।
ଧର୍ମେନ୍ଦ୍ରଙ୍କ ତେଲ ଗଣିତ ବୁଝିବା ପୂର୍ବରୁ ଆମେ ନରେନ୍ଦ୍ର ମୋଦି ଓ ଏଲ.କେ.ଆଡଭାନୀଙ୍କ ଅତୀତ ବୟାନକୁ ପକାଇଦେଉଛୁ । ଉପା ସରକାରଙ୍କ ଅମଳରେ ତେଲଦର ବୃଦ୍ଧି ଉପରେ ୨୦୧୨ ମେ ୨୩ ତାରିଖରେ ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ମୋଦି ଏକ ଟୁଇଟ୍ କରିଥିଲେ । ଲେଖିଥିଲେ, ତେଲ ଦରରେ ମାସିଭ୍ ହାଇକ୍ ଉପା ସରକାରଙ୍କ ଫେଲୁଅର୍ ର ଏକ ବଡ଼ ଦୃଷ୍ଟାନ୍ତ । ଗୁଜୁରାଟବାସୀଙ୍କ ଉପରେ ଏହା ଶହ ଶହ କୋଟି ଟଙ୍କାର ବୋଝ ଆଣିଛି । ପୂର୍ବରୁ ଜୁନ୍ ୨୦୦୮ ରେ ଏଲ.କେ.ଆଡଭାନୀ ବି ଉପା ସରକାରଙ୍କ ଉପରେ ବର୍ଷିଥିଲେ । ତେଲ ଦରବୃଦ୍ଧି ଉପା ସରକାରଙ୍କ ପାଇଁ ମୃତ୍ୟୁଘଣ୍ଟି ବୋଲି ଚେତାବନୀ ଦେଇଥିଲେ । ହେଲେ ଆଜି ଆଡଭାନୀ ଏବଂ ନରେନ୍ଦ୍ର ମୋଦି ଚୁପ୍ କାହିଁକି ? ମୁଣ୍ଡଫଟା ତେଲଦର ଗରିବ ଓ ମଧ୍ୟବିତ୍ତ ପରିବାରକୁ କି କଷ୍ଟ ଦେଉଛି ତାହା ବୁଝୁଛନ୍ତି ତ ? ଓଲଟି ତେଲମନ୍ତ୍ରୀଙ୍କୁ ପୁରସ୍କୃତ କରି ମୋଦି ଭାରତବାସୀଙ୍କୁ କି ବାର୍ତ୍ତା ଦେବାକୁ ଚାହିଁଛନ୍ତି ?
ଗୁରୁତର କଥା ହେଉଛି, ଗତ ୩ ବର୍ଷରେ ଆର୍ନ୍ତଜାତୀୟ ବଜାରରେ ଅଶୋଧିତ ତେଲ ଦର ୫୦ ପ୍ରତିଶତରୁ ଅଧିକ ହ୍ରାସ ପାଇଥିବା ବେଳେ ଭାରତରେ ପେଟ୍ରୋଲ୍ କି ଡିଜେଲ୍ ଦର କମିନାହିଁ । ବରଂ ବଢ଼ିଚାଲିଛି । ମୋଦି ସରକାର ଆସିବା ପୂର୍ବରୁ ୨୦୧୪ ମାର୍ଚ୍ଚ ୧ ତାରିଖରେ ଆର୍ନ୍ତଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ୍ ପିଛା ୧୦୮.୬ ଡଲାର୍ ଥିଲା ବେଳେ ଦିଲ୍ଲୀରେ ପେଟ୍ରୋଲ୍ ଲିଟର ଦାମ ଥିଲା ୭୩ ଟଙ୍କା ୧୬ ପଇସା । ସେପ୍ଟେମ୍ବର ୧୧, ୨୦୧୭ ରେ ଆର୍ନ୍ତଜାତୀୟ ବଜାରରେ ଅଶୋଧିତ ତେଲ ଦର ୫୪.୨ ଡଲାର ବେଳକୁ ପେଟ୍ରୋଲ୍ ଦର ୭୦ ଟଙ୍କା ୩୦ ପଇସା ରହିଛି । ଡଲାର ସହ ଏକ୍ସଚେଞ୍ଜ ମୂଲ୍ୟରେ କିଛି ଫରକ୍ ନ ଥାଇ ମଧ୍ୟ ତେଲଦର କମିବା ପରିବର୍ତ୍ତେ ବଢ଼ିଚାଲିଛି । ମୁମ୍ବାଇରେ ପେଟ୍ରୋଲ୍ ଲିଟର ୭୯ ଟଙ୍କା ହୋଇଛି ।
ବର୍ତ୍ତମାନର ଆର୍ନ୍ତଜାତୀୟ ବଜାର ଦର ଅନୁଯାୟୀ, ଅଶୋଧିତ ତେଲ ଲିଟର ଦାମ ୨୧ ଟଙ୍କା ୫୦ ପଇସା । ଏହାର ବିଶୋଧନ ଖର୍ଚ୍ଚ, ପ୍ରବେଶ ଶୁଳ୍କ, ପରିବହନ ଓ ଅନ୍ୟାନ୍ୟ ଖର୍ଚ୍ଚକୁ ମିଶାଇଲେ ଗୋଟିଏ ଲିଟର ପେଟ୍ରୋଲ ଖର୍ଚ୍ଚ ପଡୁଛି ୩୧ ଟଙ୍କା । ଭାରତୀୟ ବଜାରରେ କିନ୍ତୁ ଏହା ୭୦ ରୁ ୮୦ ଟଙ୍କାରେ ବିକ୍ରୀ ହେଉଛି । ଅର୍ଥାତ୍ ଗ୍ରାହକଙ୍କ ଉପରେ ପାଖାପାଖି ୫୦ ଟଙ୍କାର ଟିକସ ଭାର ପଡୁଛି । ଟିକସର ସିଂହଭାଗ(ପେଟ୍ରୋଲ୍ ୫୫.୫% ଏବଂ ଡିଜେଲ୍ ୪୭.୩%) ଏକ୍ସସାଇଜ୍ ଡିଉଟି ବା ଅବକାରୀ ଟିକସ ଆକାରରେ ଆଦାୟ କରାଯାଉଛି ।
ଏପ୍ରିଲ୍ ୨୦୧୪ରେ ପେଟ୍ରୋଲ୍ ଲିଟର ଉପରେ ୯ଟଙ୍କା ୪୮ ପଇସାର ଅବକାରୀ ଟିକସ ଲାଗୁଥିବା ବେଳେ ଏବେ ତାହା ବଢ଼ିଛି ୨୧ ଟଙ୍କା ୪୮ ପଇସାକୁ । ସେହି ସମୟରେ ଡିଜେଲ୍ ଲିଟର ଉପରେ ୩ଟଙ୍କା ୬୫ ପଇସାର ଅବକାରୀ ଟିକସ ଲାଗିଥିବା ବେଳେ ଏବେ ତାହା ବଢ଼ି ହୋଇଛି ୧୭ ଟଙ୍କା ୩୩ ପଇସା । ଗତ ୩ ବର୍ଷରେ ଅବକାରୀ ଟିକସ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ତତ୍ତ୍ୱ କହୁଛି, ଅବକାରୀ ଟିକସର ବୋଝ ଗ୍ରାହକମାନେ ସହିବାକୁ ବାଧ୍ୟ । ତେଣିକି ପେଟ୍ରୋଲ୍ କି ଡିଜେଲ୍ ଲିଟର ଦାମ ଯେତେ ବଢ଼ୁ ପଛେ ।
ମୋଦି ସରକାରଙ୍କ ତେଲଦର ବୃଦ୍ଧି ଉପରେ ବାମପନ୍ଥୀ ନେତା ସୀତାରାମ ୟେଚୁରି ସାଂଘାତିକ ଅଭିଯୋଗ ଆଣିଛନ୍ତି । କହିଛନ୍ତି, ମୋଦି ସରକାର ବଡ଼ ବଡ଼ କର୍ପୋରେଟ୍ ହାଉସ୍ ଉପରୁ ୨ ଲକ୍ଷ କୋଟି ଟଙ୍କାର ଅନାଦେୟ ଋଣ ଛାଡ଼ କରିଛନ୍ତି । ସରକାରୀ ତହବିଲରୁ ଏହି ମୋଟା ଟଙ୍କା ଭରଣର ଗୋଟେ ବାଟ ଜନସାଧାରଣଙ୍କ ଉପରେ ଟିକସ ବୋଝ । ଗରିବ ଜନସାଧାରଣଙ୍କ ତଣ୍ଟିରେ ଖୋଜ ପକାଇ ମୋଦି ସରକାର କର୍ପୋରେଟ ହାଉସ୍ ଙ୍କୁ ଖୁସି କରାଇଛନ୍ତି ଏବଂ ପ୍ରତିବଦଳରେ ଚାନ୍ଦା ସଂଗ୍ରହ କରୁଛନ୍ତି ।
ଆଉ କେତେକଙ୍କ ମତରେ ତେଲ କମ୍ପାନୀଙ୍କୁ ଅହେତୁକ ଫାଇଦା ଦେଇ ସେମାନଙ୍କ ସିଏସଆର୍ ଭାଗକୁ ମୋଦି ସରକାର ଦଳୀୟ ପ୍ରଚାର କାର୍ଯ୍ୟରେ ଲଗାଇଛନ୍ତି । ପାରାଦ୍ୱୀପରେ ଆଇଓସିଏଲ୍ ତୈଳ ବିଶୋଧନାଗାର ପ୍ରକଳ୍ପ ଉଦଘାଟନ ପାଇଁ କମ୍ପାନୀ ୧୨ କୋଟି ଟଙ୍କା ଖର୍ଚ୍ଚ କରିବା ତାହାର ଏକ ଜ୍ୱଳନ୍ତ ଉଦାହରଣ ବୋଲି ସେମାନେ ଦର୍ଶାଇଛନ୍ତି । ମୋଦି ସରକାରଙ୍କ ତେଲ ଚାଲକୁ ଧର୍ମେନ୍ଦ୍ର ପ୍ରଧାନ ଦକ୍ଷତାର ସହ ଆଗେଇ ନେଉଥିବାରୁ ତାଙ୍କ ଉପରେ ଆର୍ଶିବାଦ ଉଛୁଳୁଛି । ଧର୍ମେନ୍ଦ୍ର ଖୋଲାହାତରେ ପାଣ୍ଠି ଯୋଗାଡ଼ କରି ଦଳୀୟ ପ୍ରଚାର ଓ କାର୍ଯ୍ୟକ୍ରମ ପାଇଁ ହାତ ଖୋଲିଦେଇଥିବା ଦିଲ୍ଲୀ ମହଲରେ ଆଲୋଚନା ହେଉଛି ।
Previous Post

ସତକହି ଫସିଗଲେ ମାଡ଼କାମୀ

Next Post

ଆଟାକିଂ ହେଲା ବିଜେଡି, ଗାଲୁ ପେଲିଲା ବିଜେପି

Next Post
ଆଟାକିଂ ହେଲା ବିଜେଡି, ଗାଲୁ ପେଲିଲା ବିଜେପି

ଆଟାକିଂ ହେଲା ବିଜେଡି, ଗାଲୁ ପେଲିଲା ବିଜେପି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA