ଭୁବନେଶ୍ୱର: ବିଧାୟକଙ୍କ ବହୁ ଦିନର ଦାବି ପୂରଣ ହୋଇଛି । ସରକାର ସେମାନଙ୍କ ଦରମା ଓ ଭତ୍ତା ବଢ଼ାଇ ପାଖାପାଖି ଦୁଇଗୁଣା କରିଛନ୍ତି । ଏଣିକି ବିଧାୟକମାନଙ୍କୁ ଦରମା ଓ ଭତ୍ତା ବାବଦରେ ମାସକୁ ମିଳିବ ୧ ଲକ୍ଷ ଟଙ୍କା । ପୂର୍ବରୁ ସେମାନଙ୍କୁ ୬୦ ହଜାର ଟଙ୍କା ମିଳୁଥିଲା । ସେହିଭଳି ବିଧାୟକଙ୍କ ପେନସନ୍ ମଧ୍ୟ ବୃଦ୍ଧି ପାଇଛି । ବିଧାୟକଙ୍କ ସର୍ବନିମ୍ନ ପେନସନ୍ ୧୫ ହଜାରରୁ ୨୫ ହଜାର ବୃଦ୍ଧି ପାଇଥିବା ବେଳେ ସର୍ବୋଚ୍ଚ ପେନସନ୍ ୩୫ ହଜାରରୁ ୭୦ ହଜାରକୁ ବୃଦ୍ଧି କରାଯାଇଛି । ବିଧାୟକଙ୍କ ଦରମା ବୃଦ୍ଧି ନିଷ୍ପତ୍ତିକୁ ଆଜି କ୍ୟାବିନେଟ୍ ମଂଜୁର କରିଛି । ମୁଖ୍ୟମନ୍ତ୍ରୀ, ବାଚସ୍ପତି, ଉପବାଚସ୍ପତି, ବିରୋଧୀ ଦଳ ନେତା, କ୍ୟାବିନେଟ୍ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ, ମୁଖ୍ୟ ସଚେତକ ଓ ଉପବାଚସ୍ପତିଙ୍କ ଦରମା ଓ ଭତ୍ତା ମଧ୍ୟ ଅନୁରୂପ ବୃଦ୍ଧି ପାଇଛି । ସେମାନେ କେତେ ପାଉଥିଲେ ଏବଂ ଏବେ କେତେ ପାଇବେ ତାହାର ସାରଣୀ ଦେଉଛୁ ।
ପାଉଥିଲେ ପାଇବେ
ମୁଖ୍ୟମନ୍ତ୍ରୀ ୫୯ ହଜାର ୯୮ ହଜାର
ବାଚସ୍ପତି ୫୮,୫୦୦ ୯୭,୫୦୦
ଉପବାଚସ୍ପତି ୫୭ ହଜାର ୯୫ ହଜାର
ବିରୋଧୀଦଳ ନେତା ୫୮ ହଜାର ୯୭ ହଜାର
କ୍ୟାବିନେଟ୍ ମନ୍ତ୍ରୀ ୫୮ହଜାର ୯୭ ହଜାର
ରାଷ୍ଟ୍ରମନ୍ତ୍ରୀ ୫୭ ହଜାର ୯୫ ହଜାର
ସରକାରୀ ମୁଖ୍ୟ ସଚେତକ ୫୮ ହଜାର ୯୭ ହଜାର
ଉପମୁଖ୍ୟ ସଚେତକ ୫୬ ହଜାର ୯୩ ହଜାର