Friday, May 8, 2026 08:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଟିଭିକୁ ବିପିନ୍ ମିଶ୍ର ଝଟକା

by Our Correspondent
11 Feb, 2018- 09:16 AM
in Latest News, News
1 min read
1
ଭୁବନେଶ୍ୱର: ‘ଓଟିଭିରେ ମୋ ସ୍ୱାମୀଙ୍କ ବିରୋଧରେ ମିଛ ଖବର ପ୍ରସାରଣ କରାଯାଇଛି । ଏଥିରେ ମୋ ସ୍ୱାମୀ ଓ ପରିବାରର ସାମାଜିକ ପ୍ରତିଷ୍ଠା କ୍ଷୂର୍ଣ୍ଣ ହୋଇଛି । ବାଉଳାରେ ଏହି ଖବର ହୋଇଯାଇଛି ବୋଲି ଓଟିଭି ଆମକୁ ସଫେଇ ଦେଇଛି । ମିଡ଼ିଆ ସମସ୍ତଙ୍କୁ ନ୍ୟାୟ ଦିଏ । ମାତ୍ର ଓଟିଭି ଆମ ପରିବାରକୁ ବଦନାମ କରିବାକୁ ଚେଷ୍ଟା କରିଛି । ଆମକୁ ନ୍ୟାୟ ଦରକାର । ନଚେତ୍ କୋର୍ଟର ଆଶ୍ରୟ ନେବୁ ।’ ମୁମ୍ବାଇ ଓଡ଼ିଆ ମହାସଂଘର ସଭାପତି ବିପିନ୍ ବିହାରୀ ମିଶ୍ରଙ୍କ ପତ୍ନୀ ସୁକାନ୍ତି ମିଶ୍ର ଏମିତି ବର୍ଷିଛନ୍ତି ଓଟିଭି ଉପରେ ।
ମୁମ୍ବାଇ ଓଡ଼ିଆ ମହାସଂଘର ଅନ୍ୟାନ୍ୟ କର୍ମକର୍ତ୍ତାମାନଙ୍କ ସହ ବିପିନ୍ ବିହାରୀ ମିଶ୍ର ତାଙ୍କ ବିରୋଧରେ ମିଛ ଖବର ପ୍ରସାର କରିଥିବା ଓଟିଭିଠାରୁ ନ୍ୟାୟ ମାଗିଛନ୍ତି । ଖବର ପ୍ରସାରଣ ନାଁରେ କାହାର ବ୍ୟକ୍ତିଗତ ମର୍ଯ୍ୟାଦା ଓ ସମ୍ମାହନହାନୀ କରିବାର ଅଧିକାର ଓଟିଭିକୁ ଦେଲା କିଏ ବୋଲି ପ୍ରଶ୍ନ କରିଛନ୍ତି । ସମାଜରେ ତାଙ୍କୁ ନିନ୍ଦିତ କରିବାକୁ ଚେଷ୍ଟା କରିଥିବା ଓଟିଭି କ୍ଷମା ମାଗି ଖବର ପ୍ରସାରଣ ନକଲେ ସେ ଆଇନରେ ଆଶ୍ରୟ ନେବେ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଗତ ୩ ତାରିଖରେ ମୁମ୍ବାଇରେ ‘ଦି ଟଲ୍ ମ୍ୟାନ୍’ ପୁସ୍ତକ ପ୍ରେଜେଣ୍ଟେସନ୍ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସେଥିରେ ଯୋଗଦେଇଥିଲେ । ସଭାମଂଚ ତଳେ ଆଗଧାଡ଼ିରେ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ମଝିରେ ବସିଥିଲେ ବିପିନ୍ ବିହାରୀ ମିଶ୍ର । ତା’ ପର ଦିନ ତମାମ ଏହି ଫଟୋ ଦେଖାଇ ଓଟିଭି ତୁମ୍ବିତୋଫାନ କରିଥିଲା । ବିପିନ୍ ମିଶ୍ର ସିବିଆଇ ଦ୍ୱାରା ଦୁଇ ଦୁଇ ଥର ଜେରା ହୋଇଥିବା ଜଣେ ଚିଟଫଣ୍ଡ ଅଭିଯୁକ୍ତ ବୋଲି ଦର୍ଶାଇଥିଲା । ଏଭଳି ଜଣେ କଳଙ୍କିତ ବ୍ୟକ୍ତିଙ୍କୁ ସେଠାକୁ କିଏ ଆମନ୍ତ୍ରଣ କରିଥିଲା ବୋଲି ପ୍ରଶ୍ନ ଉଠାଇଥିଲା । ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ନେବାର ଫଟୋ ଦେଖାଇ ଉତ୍ସବର ସେ ଆୟୋଜକ କି ବୋଲି ପ୍ରଶ୍ନ କରିଥିଲା । ଚିଟଫଣ୍ଡ ଅଭିଯୁକ୍ତଙ୍କ ସହ ସରକାରଙ୍କ ଏହା ମଧୁଚନ୍ଦ୍ରିକା ବୋଲି ଗତ ୪ ତାରିଖ ଓ ୫ ତାରିଖ ଦୁଇଦିନ ଧରି ନିଜ ଖବରରେ ଦର୍ଶାଇବାକୁ ଚେଷ୍ଟା କରିଥିଲା ଓଟିଭି ।
ଶ୍ରୀ ମିଶ୍ରଙ୍କ କହିବାନୁଯାୟୀ, ତୁରନ୍ତ ସେ ଏହାର ପ୍ରତିବାଦ କରି ଓଟିଭିକୁ ପତ୍ର ଲେଖିଥିଲେ । ଚିଟଫଣ୍ଡ ସମ୍ପର୍କିତ ଖୋଳତାଡ଼ରେ ସିବିଆଇ ତାଙ୍କୁ ପଚରାଉଚୁରା କରିଥିଲା ସତ ହେଲେ ସେ ଜଣେ ଅଭିଯୁକ୍ତି ନୁହଁନ୍ତି । ତଦନ୍ତବେଳେ ସିବିଆଇ ଅନେକଙ୍କୁ ପଚରାଉଚୁରା କରେ, ତାଙ୍କୁ କରିଥିଲା । ମାତ୍ର ତାଙ୍କର ସେଭଳି କୌଣସି ସଂପୃକ୍ତି ନାହିଁ ବୋଲି ସିବିଆଇ ହୃଦବୋଧ କରିସାରିଛି । ତେଣୁ ଓଟିଭି ପାଇଁ ସେ ଜଣେ ଦାଗୀ କି ଅଭିଯୁକ୍ତ କିଭଳି ହେଲେ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ସମାଜରେ ତାଙ୍କର ମର୍ଯ୍ୟାଦା ଅଛି । ତାଙ୍କ ମର୍ଯ୍ୟାଦାକୁ ବାଜି ରଖି ଅନ୍ୟ କାହା ଉପରେ ରାଜନୈତିକ ରାଗ ସୁଝାଇବାର ଅଧିକାର ଓଟିଭିର ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ତାଙ୍କ ପ୍ରତିବାଦର ଜବାବ ଦେଇ ଓଟିଭି କର୍ତ୍ତୃପକ୍ଷ କଥା ଭୁଲାଇବାକୁ ଚେଷ୍ଟା କରିଥିବା ଶ୍ରୀ ମିଶ୍ର କହିଛନ୍ତି । ନିଉଜ୍ ଆଙ୍କର ବାଉଳାରେ ‘ଅଭିଯୁକ୍ତ’ କହିଦେଇଛନ୍ତି ବୋଲି ସଫେଇ ଦେଇଛନ୍ତି । ତେବେ ତାଙ୍କର ପ୍ରତିଷ୍ଠା କ୍ଷୂର୍ଣ୍ଣ କରିଥିବା ଏହି ସମ୍ବେଦନଶୀଳ ମାମଲାକୁ ଖବର ଆକାରରେ ପ୍ରସାରଣ କରିବାକୁ ନିବେଦନ କରିଥିଲେ ମଧ୍ୟ ଓଟିଭି କର୍ତ୍ତୃପକ୍ଷ ଶୁଣିନାହାନ୍ତି । ତାଙ୍କ ସମ୍ମାନହାନୀ ବିରୋଧରେ ନ୍ୟାୟ ଭିକ୍ଷା ସେ ଅଦାଲତ ଯିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଶ୍ରୀ ମିଶ୍ରଙ୍କ ବ୍ୟକ୍ତିଗତ ମର୍ଯ୍ୟାଦା ହାନି କରି ଓଟିଭିର ଏଭଳି ଖବର ପ୍ରସାରଣକୁ ମୁମ୍ବାଇରେ ଅବସ୍ଥାପିତ ଅନେକ ପ୍ରବାସୀ ଓଡ଼ିଆ ମଧ୍ୟ ସମାଲୋଚନା କରିଛନ୍ତି ।
Tags: middayodisha-bipin mishra
Previous Post

ମିଶନ୍ ପାଣ୍ଡିଆନ୍: ଧରାପଡ଼ିଲେ ବୈଜୟନ୍ତ !

Next Post

ପାଣ୍ଡିଆନ୍ ଙ୍କ ଘର ଆକ୍ରମଣ ପରେ..

Next Post
ପାଣ୍ଡିଆନ୍ ଙ୍କ ଘର ଆକ୍ରମଣ ପରେ..

ପାଣ୍ଡିଆନ୍ ଙ୍କ ଘର ଆକ୍ରମଣ ପରେ..

Comments 1

  1. Padmalochan Nayak says:
    8 years ago

    Turant emananka upare abamanana case kariba darkar. OTV ku bahiskar kariba darkar.

    Reply

Leave a Reply to Padmalochan Nayak Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA