ଭୁବନେଶ୍ୱର: ଭୁବନେଶ୍ୱରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୦ ବର୍ଷ ବୟସ୍କ ଏହି ବ୍ୟକ୍ତିଙ୍କ କୋଭେଡ୍-୧୯ ନମୁନା ପଜିଟିଭ୍ ଆସିଛି । ଏହି ବ୍ୟକ୍ତିଙ୍କୁ ମିଶାଇ ଓଡ଼ିଶାରୁ ଏ ପର୍ଯ୍ୟନ୍ତ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସବୁ ପୁଣି ଭୁବନେଶ୍ୱର ବାସିନ୍ଦା । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ରାତିରେ ଟ୍ୱିଟର୍ ଯୋଗେ ଏହି ସୂଚନା ଦିଆଯାଇଛି ।
କରୋନା ଆକ୍ରାନ୍ତ ଏହି ତୃତୀୟ ବ୍ୟକ୍ତି କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହାର ଖୋଳତାଡ଼ ଆରମ୍ଭ ହୋଇଛି । ଏହି ବ୍ୟକ୍ତିଜଣଙ୍କର ଟ୍ରାଭେଲ୍ ହିଷ୍ଟ୍ରି କୁ ଗୁରୁତ୍ୱ ଦିଆଯାଉଛି । ବିଦେଶରୁ ଫେରିଥିଲେ ନା ନାହିଁ ରାଜ୍ୟ ଭିତରୁ ସଂକ୍ରମିତ ହୋଇଛନ୍ତି ତାହା ଉପରେ ନଜର ରଖାଯାଇଛି ।