Monday, May 25, 2026 02:43 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶାରେ ବିଜେପିକୁ ହାୱା ଭରସା

by Our Correspondent
06 Oct, 2018- 12:35 PM
in Latest News, Politics
1 min read
0
ଓଡ଼ିଶାରେ ବିଜେପିକୁ ହାୱା ଭରସା

– ଏବିପି ସର୍ଭେ: ୧୪ରେ ବିଜେପିକୁ ୧୦, ୧୯ରେ ୧୩
– ମୋଦୀଙ୍କ ନାଁରେ ନିର୍ବାଚନ ପାର୍ ଯୋଜନାରେ ବିଜେପି

ଭୁବନେଶ୍ୱର: ଏବିପି ନ୍ୟୁଜ ଓ ସି-ଭୋଟର ସର୍ଭେ ପୁର୍ବାନୁମାନ କରିଛି ଯେ ଓଡ଼ିଶାରେ ଆଜି ନିର୍ବାଚନ ହେଲେ ବିଜେପି ୧୩ଟି ଲୋକସଭାରେ ଆସନରେ ଜିତିବ । ଏହି ସର୍ଭେ ବିଜେଡ଼ିକୁ ୬ ଟି ଓ କଂଗ୍ରେସକୁ ୨ଟି ଲୋକସଭା ଆସନ ଦେଇଛି । ଏହି ରିପୋର୍ଟକୁ ନେଇ ଓଡ଼ିଶା ବିଜେପି ନେତାମାନେ ଉତ୍ସାହିତ ହୋଇପଡ଼ିଛନ୍ତି । ତେବେ ରିପୋର୍ଟର ବାସ୍ତବତାକୁ ନେଇ ସବୁ ମହଲରେ ସନ୍ଦେହ ଉପୁଜିଛି । ଓଡ଼ିଶାରେ ଏବେ ଯାହା ସ୍ଥିତି ସେଠି ବିଜେପି ଯେ ୧୩ଟି ଲୋକସଭା ଆସନରେ ଜିତିପାରିବ ଖୋଦ୍ ତାଙ୍କ ଦଳର ଅନେକ ନେତାଙ୍କର ବିଶ୍ୱାସ ହେଉନି । ଏହି ଆକଳନ ସେମାନଙ୍କ ପାଇଁ ଆକାଶ କଇଁଆ ଚିଲିକା ମାଛ ସଦୃଶ ହୋଇଛି ।
ଆମେ ମନେ ପକାଇ ଦେବାକୁ ଚାହୁଁ ଯେ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଏବିପି ନିଉଜ୍ ସର୍ଭେ ଓଡ଼ିଶାରେ ବିଜେପି ୧୦ଟି ଲୋକସଭା ଆସନରେ ଜିତିବ ବୋଲି ଆକଳନ କରିଥିଲା । ସେଥିରେ ବିଜେଡ଼ିକୁ ୯ ଟି ଆସନ ଏବଂ କଂଗ୍ରେସକୁ ୨ ଟି ଆସନ ଦେଇଥିଲା ଏବିପି ସର୍ଭେ । ମାତ୍ର ନିର୍ବାଚନ ଫଳାଫଳ କ’ଣ ହେଲା ସମସ୍ତେ ଜାଣନ୍ତି । ବିଜେପି ବହୁ କଷ୍ଟରେ ଗୋଟିଏ ମାତ୍ର ଆସନ(ସୁନ୍ଦରଗଡ଼) ଜିତିଥିଲା ବେଳେ ଅବଶିଷ୍ଟ ୨୦ଟି ଆସନ ବିଜେଡ଼ି ପୋଛି ନେଇଥିଲା ।
ମଜ୍ଜାର କଥା ସେହି ୨୦୧୪ ସାଧାରଣ ନିର୍ବାଚନ ସର୍ଭେରେ ଟାଇମସ୍ ନାଓ+ଇଣ୍ଡିଆ ଟିଭି- ସି ଭୋଟର ସର୍ଭେ ବିଜେପିକୁ ଦୁଇଟି ଆସନ ଦେଇଥିଲା ବେଳେ ଇଣ୍ଡିଆ ଟୁଡେ-ସି ଭୋଟର ସର୍ଭେରେ ବିଜେପି ଗୋଟିଏ ବି ଆସନ ପାଇ ନ ଥିଲା । ଏନଡିଟିଭି-ହଂସ ରିସର୍ଚ୍ଚ ତାର ୨୦୧୪ ମାର୍ଚ୍ଚ ସର୍ଭେରେ ବିଜେପିକୁ ଗୋଟିଏ ଆସନ ଦେଇଥିବା ବେଳେ ଏପ୍ରିଲ ସର୍ଭେରେ ବିଜେପି ୭ ଟି ଆସନରେ ଜିତିବ ବୋଲି ଆକଳନ କରିଥିଲା ।
ସୁତରାଂ ବିଗତ ଦିନରେ ଅନ୍ୟ ସମସ୍ତ ସର୍ଭେଠାରୁ ଏବିପି ନିଉଜ୍ ସର୍ଭେର ଓଡ଼ିଶା ଲୋକସଭା ସିଟ୍ ଆକଳନରେ ଫରକ୍ ବହୁତ ଲମ୍ବା ଥିଲା । ଏବିପି ନ୍ୟୁଜ୍ ସର୍ଭେର ବାସ୍ତବତା ଓଡ଼ିଶାବାସୀ ଦେଖିସାରିଛନ୍ତି । ସୁତରାଂ ଏହି ସର୍ଭେକୁ ନେଇ ବିଜେପି ଶିବିର ଏତେ ଉତ୍ସାହିତ ହେବାର କୌଣସି ମାନେ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି । ଅନେକ ଏହାକୁ ପ୍ରାୟୋଜିତ ବୋଲି ଆଖ୍ୟା ଦେଇଛନ୍ତି ।
ବାକି ରହିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରାର୍ଥୀତ୍ୱ । ମୋଦୀ ପୁରୀରୁ ପ୍ରାର୍ଥୀ ହେବା ନେଇ ଓଡ଼ିଶା ବିଜେପି ଜୋରଦାର ପ୍ରଚାର ଆରମ୍ଭ କରିଛି । କାଲି ରାଜ୍ୟ ସଭାପତି ବସନ୍ତ ପଣ୍ଡା ମୋଦୀଙ୍କୁ ପୁରୀରୁ ପ୍ରାର୍ଥୀ କରିବା ପ୍ରସ୍ତାବ ସମ୍ପର୍କରେ କହିଥିଲା ବେଳେ ଆଜି ପ୍ରଭାରୀ ଅରୁଣ ସିଂ ସମାନ କଥା ଦୋହରାଇଛନ୍ତି । ସଂସଦୀୟ ବୋର୍ଡକୁ ଏହି ପ୍ରସ୍ତାବ ପଠାଯାଇଥିବା ଦୁହେଁ କହିଛନ୍ତି । ତେବେ ଏଭଳି ପ୍ରଚାରକୁ ବିଜେପିର ସୁଚିନ୍ତିତ ଯୋଜନା ବୋଲି କୁହାଯାଉଛି ।
ଦେଶର ରାଜନୈତିକ ଦୃଷ୍ଟିପଟକୁ ଦେଖିଲେ ଏହା ଏକ ଅବାସ୍ତବ ପ୍ରଚାର ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । କାରଣ ଯଦି ଏବିପି ନ୍ୟୁଜ୍ ଓ ସି-ଭୋଟର ସର୍ଭେକୁ ବିଜେପି ବିଶ୍ୱାସ କରୁଛି ତେବେ ଆଗ ଉତ୍ତରପ୍ରଦେଶ ସମେତ ଉତ୍ତର ଭାରତ ସମୀକରଣକୁ ହିସାବକୁ ନେଉ । ଉତ୍ତରପ୍ରଦେଶରେ ଲୋକସଭା ଆସନ ସଂଖ୍ୟା ହେଉଛି ୮୦ଟି । ସର୍ଭେ କହୁଛି, ସେଠି କଂଗ୍ରେସ ସହ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିର ମହାମେଣ୍ଟ ହେଲେ ୫୬ ଟି ସିଟ୍ ପୋଛିନେବେ । ଅର୍ଥାତ୍ ବିଜେପିର ସ୍ଥିତି ସେଠି କେତେ ବିପଦ ତାହା ସେହି ସର୍ଭେ ସୂଚେଇ ଦେଉଛି । ତେଣୁ ଦିଲ୍ଲୀ ଗାଦି ରକ୍ଷା ପାଇଁ ନରେନ୍ଦ୍ର ମୋଦିଙ୍କ ପାଇଁ ୮୦ ଆସନ ବିଶିଷ୍ଟ ଉତ୍ତରପ୍ରଦେଶ ଦୁର୍ଗ ବଡ଼ ନା ୨୧ ଆସନ ବିଶିଷ୍ଟ ଓଡ଼ିଶା ବଡ଼?
ଗତଥର ମୋଦୀ ଉତ୍ତରପ୍ରଦେଶର ବାରାଣାସୀ ଓ ଗୁଜୁରାଟର ଭଦଦୋରା ଲୋକସଭା ଆସନରୁ ଲଢ଼ି ଉଭୟରେ ଜିତିଥିଲେ । ଦିଲ୍ଲୀ ସିଂହାସନକୁ ଆଖିରେ ରଖି ସେ ନିଜ ରାଜ୍ୟ ଗୁଜୁରାଟର ଆସନ ଛାଡ଼ି ବାରାଣାସୀ ଆସନ ରଖିଲେ । ବାରାଣାସୀରେ ଲଢ଼ି ସେ ସିଧାସଳଖ ଉତ୍ତରପ୍ରଦେଶର ୮୦ଟି ଆସନ ଓ ଉତ୍ତର ବିହାରର ୨୦ଟି ଆସନ ଉପରେ ପ୍ରଭାବ ରଖିପାରିଛନ୍ତି । ଏଥର ଉତ୍ତରପ୍ରଦେଶରେ ବିଜେପି ପ୍ରତି ବିପଦ ଆଶଙ୍କା ଥିବା ବେଳେ ସେ ବାରାଣାସୀ ଛାଡ଼ି ପୁରୀ କାହିଁକି ଆସିବେ ବୋଲି ପ୍ରଶ୍ନ ଉଠୁଛି । ମୋଦୀ ପୁରୀରୁ ଲଢ଼ିଲେ ଓଡ଼ିଶାର ୨୧ଟି ଲୋକସଭା ଆସନରେ ପ୍ରଭାବ ପଡ଼ିବା ସତ ହୋଇପାରେ । ହେଲେ ମାତ୍ର ୨୧ଟି ଆସନ ପାଇଁ ମୋଦୀ କାହିଁକି ରିସ୍କ ନେବେ? ଉତ୍ତରପ୍ରଦେଶର ୮୦ଟି ଆସନକୁ ସେ କ’ଣ ପାଇଁ ଆଖି ବୁଜିବେ?
ରାଜନୈତିକ ସମୀକ୍ଷକମାନଙ୍କ ମତରେ ଦିଲ୍ଲୀରେ ଶାସନଗାଦି ରକ୍ଷା କରିବାକୁ ହେଲେ ବିଚକ୍ଷଣ ମୋଦୀଙ୍କ ପାଇଁ ସେହି ବାରାଣାସୀ ଆସନ ହିଁ ଏକମାତ୍ର ବାଟ । ଅନ୍ୟପକ୍ଷରେ ନିଜର ସାଂଗଠନିକ ଶକ୍ତି ଯୋଗାଡ଼ କରିପାରି ନ ଥିବା ଓଡ଼ିଶା ବିଜେପି ମୋଦୀଙ୍କ ନାଁରେ ପାର୍ ହେବାକୁ ଚାହୁଁଛି । ଏମିତି ପ୍ରଚାର କଲେ ଲୋକେ ବିଜେପି ଆଡକୁ ଢ଼ଳିଯିବେ ଏବଂ ଲୋକଙ୍କ ମନରେ ମୋଦୀ ପଶିଯିବେ ବୋଲି ବିଜେପି ନେତାମାନେ ଭାବିଛନ୍ତି । କିନ୍ତୁ ଓଡ଼ିଶାରେ ବର୍ତ୍ତମାନର ସ୍ଥିତି ଯାହା ସେଠି ବିଜେପିକୁ ନେଇ ଖୋଦ୍ ଦଳର ନେତାମାନଙ୍କର ବି ପ୍ରବଳ ଶଙ୍କା ରହିଛି । ମିସନ୍ ୧୨୦ ସ୍ଲୋଗାନ୍ କୁ ଆମେ ଟିଭିରେ ପ୍ରଚାର କରିବାରେ ସଫଳ ହୋଇଥିଲେ ମଧ୍ୟ ସଂଗଠନକୁ ଶକ୍ତିଶାଳୀ କରି ଲୋକଙ୍କ ଆସ୍ଥା ଜିଣିବାରେ ସଫଳ ହୋଇପାରିନାହୁଁ ବୋଲି ଜଣେ ବରିଷ୍ଠ ବିଜେପି ନେତା ସ୍ୱୀକାର କରିଛନ୍ତି ।
Previous Post

ମିଆଦ ପୂରିଲା: ଥାନାରେ ହାଜର ହେଲେନି ଆୟାର

Next Post

ବିଶ୍ୱକପ୍ ହକି ପାଇଁ ପ୍ରସ୍ତୁତି ଜୋରଦାର

Next Post
ବିଶ୍ୱକପ୍ ହକି ପାଇଁ ପ୍ରସ୍ତୁତି ଜୋରଦାର

ବିଶ୍ୱକପ୍ ହକି ପାଇଁ ପ୍ରସ୍ତୁତି ଜୋରଦାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA