ଭୁୁବନେଶ୍ୱର: କୋଭିଡ୍-୧୯ ଭାଇରସ୍ ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟସେବା କ୍ଷେତ୍ର ଆଜି ବଡ଼ ସଙ୍କଟ ଭିତରକୁ ଟାଣି ହୋଇଯାଇଛି । ପୂର୍ବ ଅଭିଜ୍ଞତାକୁ ଧରି ଓଡ଼ିଶା ସରକାର ଏହାର ମୁକାବିଲା ପାଇଁ ଚିନ୍ତା ଖଟାଇଛନ୍ତି । ବିଶ୍ୱର କୋଣ ଅନୁକୋଣରୁ ଅଭିଜ୍ଞ ସମ୍ପନ୍ନ ବିଶେଷଜ୍ଞମାନଙ୍କ ସହାୟତା ଲୋଡ଼ିଛନ୍ତି । ବୃହତ୍ତ ଉଦ୍ୟୋଗରେ ସ୍ୱାସ୍ଥ୍ୟସେବା, ଡାକ୍ତରଖାନା ଭିତ୍ତିଭୂମି ଓ ପରିଚାଳନା, ବିଶ୍ୱସ୍ତରୀୟ ଅନୁଭବ, ଯନ୍ତ୍ରପାତି, ସରଞ୍ଜାମ ତଥା ସାମଗ୍ରୀ ସଂଗ୍ରହ ଏବଂ ସରକାରୀ, ଘରୋଇ ତଥା ଦାତବ୍ୟ କ୍ଷେତ୍ରରେ କାର୍ଯ୍ୟ କରିବାର ସୁଦୀର୍ଘ ଅଭିଜ୍ଞତା ରହିଥିବା ଆଗ୍ରହୀ ତଥା ପ୍ରବୀଣ ବିଶେଷଜ୍ଞମାନଙ୍କଠାରୁ ଓଡ଼ିଶା ସରକାର ଆବେଦନ ଆହ୍ୱାନ କରିଛନ୍ତି ।
ଆଗ୍ରହୀ ସଂସ୍ଥା ଓ ବ୍ୟକ୍ତିମାନେ ଅବୈତନିକ ପରାମର୍ଶଦାତା ଭାବେ ସରକାରଙ୍କ ଉଚ୍ଚସ୍ତରୀୟ ପରିଚାଳନା କ୍ଷେତ୍ରରେ ସହଯୋଗ କରିବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ଆଗ୍ରହୀ ସଂସ୍ଥା ଓ ବ୍ୟକ୍ତିଙ୍କ ପାଖରେ ଓଡ଼ିଶା କୃତଜ୍ଞ ରହିବ ବୋଲି କୁହାଯାଇଛି ।
ଆଗ୍ରହୀମାନେ ମୁଖ୍ୟ ଶାସନ ସଚିବଙ୍କ ସ୍ୱତନ୍ତ୍ର ଅଧିକାରୀଙ୍କ ସହିତ ଯୋଗାଯୋଗ କରିପାରିବେ । ଟେଲିଫୋନ ନମ୍ବର 0674-2536727, ଫାକ୍ସ ନମ୍ବର 0674-2396348 ଏବଂ ଇ-ମେଲ vishal.k.dev@gmail.com ଯୋଗେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।