Thursday, April 30, 2026 08:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାଜ୍ୟ ସରକାରଙ୍କ ପଦକ୍ଷେପ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

by Our Correspondent
28 Mar, 2020- 08:52 PM
in Latest News, News
1 min read
0
ରାଜ୍ୟ ସରକାରଙ୍କ ପଦକ୍ଷେପ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଭୁବନେଶ୍ୱର: କୋଭିଡ୍-୧୯ ବିରୋଧରେ ସଂଗ୍ରାମକୁ ଜୋରଦାର କରାଯାଇଛି । ଦୁଃସ୍ଥ ଓ ଅସହାୟ ଲୋକଙ୍କ ରୋଜଗାର ଉପରେ ବଡ଼ ପ୍ରଭାବ ପଡ଼ିଥିବା ଯୋଗୁଁ ଏହାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ଜାରି ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ସମ୍ପର୍କରେ ଆଜିର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।
– ପ୍ରତି ପଞ୍ଚାୟତରେ ୧୦୦ରୁ ୨୦୦ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ଦୈନିକ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ । ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ଏହା କରାଯିବ ଏବଂ ଲୋକମାନେ ରନ୍ଧାଖାଦ୍ୟ ଘରକୁ ନେଇ ଖାଇବେ ।
– ରାଜ୍ୟର ୧୧୪ଟି ପୌରାଞ୍ଚଳରେ ରହିଥିବା ୬୫,୦୦୦ ପଞ୍ଜୀକୃତ ଉଠାଦୋକାନୀଙ୍କୁ ୩,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।
– ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଆ ଲୋକମାନଙ୍କୁ ସହାୟତା ଯୋଗାଇବାକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି । ଅନ୍ୟ ରାଜ୍ୟରେ ଥିବା ଓଡ଼ିଆ ସଂଗଠନଗୁଡ଼ିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁରୂପ ଅନୁରୋଧ କରିଛନ୍ତି । ଏଥିପାଇଁ ଯାହା ଖର୍ଚ୍ଚ ହେବ ତାହା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଦିଆଯିବ ବୋଲି କୁହାଯାଇଛି ।
– ବାହାର ରାଜ୍ୟଗୁଡ଼ିକରେ ରହିଯାଇଥିବା ଓଡ଼ିଆମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ପାଇଁ ଗୃହ ବିଭାଗ ପକ୍ଷରୁ ହେଲପ୍ ଲାଇନ୍ ନମ୍ବର 0674-2392115 ଓ ମୋବାଇଲ ହ୍ୱାଟସ୍ ଆପ୍ ନମ୍ବର 9438915986 କାର୍ଯ୍ୟ କରୁଛି । ଏଥିରେ ଯୋଗାଯୋଗ କରିବା ପାଇଁ ବାହାର ରାଜ୍ୟରେ ଥିବା ଓଡ଼ିଆ ଭାଇଭଉଣୀଙ୍କୁ ଅନୁରୋଧ କରାଯାଇଛି ।
– ଓଡ଼ିଶାରେ ଅଟକି ରହିଥିବା ଅନ୍ୟ ରାଜ୍ୟର ଲୋକମାନଙ୍କ ନିମନ୍ତେ ଓଡ଼ିଶା ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଏକ ହେଲପ୍ ଲାଇନ୍ ଖୋଲାଯାଇଛି । ଏହାର ନମ୍ବର 18003456703 । ଅନ୍ୟ ରାଜ୍ୟର ଆବାସିକ କମିଶନରମାନଙ୍କ ସହିତ ଯୋଗାଯୋଗ ରକ୍ଷା କରିବା ପାଇଁ ଓଡ଼ିଶାର ଆବାସିକ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
– ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ଇତିମଧ୍ୟରେ ଓଡ଼ିଶାରେ ଅଟକି ରହିଥିବା ବାହାର ରାଜ୍ୟର ୯,୦୦୦ ଶ୍ରମଜୀବୀଙ୍କ ସହିତ ଯୋଗାଯୋଗ ସ୍ଥାପନ କରାଯାଇଛି । ସେମାନେ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼, ରାଜସ୍ଥାନ ଓ ଉତ୍ତରପ୍ରଦେଶ ଇତ୍ୟାଦି ରାଜ୍ୟରୁ ଆସିଛନ୍ତି । ସେମାନଙ୍କୁ ଖାଦ୍ୟପେୟ, ରହଣି ଓ ଆବଶ୍ୟକସ୍ଥଳେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି ।
– କୋଭିଡ୍-୧୯ ସ୍ୱାସ୍ଥ୍ୟ ହେଲପ୍ ଲାଇନ୍ ନମ୍ବର ୧୦୪ କ୍ଷମତା ବୃଦ୍ଧି ପାଇଁ କେତେକ ରକ୍ଷଣାବେକ୍ଷଣ ଓ ବୈଷୟିକ ଉନ୍ନତିକରଣ କାର୍ଯ୍ୟ ହେଉଥିବା ଦୃଷ୍ଟିରୁ ଏହା ଆସନ୍ତାକାଲି ୨୯ ତାରିଖ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ । ସେଥିପାଇଁ ଜନସାଧାରଣଙ୍କ ସହଯୋଗ ଲୋଡାଯାଇଛି ।
– ଗୋଖାଦ୍ୟ, କୁକୁଡ଼ା ଖାଦ୍ୟ ଓ ମତ୍ସ୍ୟ ଖାଦ୍ୟ ସମେତ ଅନ୍ୟାନ୍ୟ ପଶୁଖାଦ୍ୟକୁ ଅତ୍ୟାବଶଞକ ସାମଗ୍ରୀରେ ଅନ୍ତର୍ଭୁକ୍ତ କରାଯାଇ ସେବୁଗୁଡ଼ିକୁ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ତେଜରାତି ଦୋକାନରେ ପଶୁଖାଦ୍ୟ ବିକ୍ରି ପାଇଁ ଅନୁମତି ଦିଆଯାଇଛି ।
Previous Post

୧୧୨ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ତୃତୀୟ ଆକ୍ରାନ୍ତ ବ୍ୟକ୍ତି

Next Post

ଓଡ଼ିଶା ଆପଣମାନଙ୍କୁ ଦରକାର କରୁଛି !

Next Post
ଓଡ଼ିଶା ଆପଣମାନଙ୍କୁ ଦରକାର କରୁଛି !

ଓଡ଼ିଶା ଆପଣମାନଙ୍କୁ ଦରକାର କରୁଛି !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA