ଭୁବନେଶ୍ୱର: ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆରମ୍ଭ ହୋଇଛି ୧୦୦୦ ଶଯ୍ୟା ବିଶିଷ୍ଟ ଦୁଇଟି କୋଭିଡ୍ ହସ୍ପିଟାଲ୍ ନିର୍ମାଣ କାର୍ଯ୍ୟ । ଭୁବନେଶ୍ୱରର କିମସ୍ ଓ ସମ୍ ହସ୍ପିଟାଲ୍ ରେ ୫୦୦ ଶଯ୍ୟା ଲେଖାଏଁ ଏହି ହସ୍ପିଟାଲ୍ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାପନ ଚାଲିଛି । ଆଜି ସଂଧ୍ୟାରେ କିମସ୍ ହସ୍ପିଟାଲ୍ ଯାଇ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, ୫ଟି ସଚିବ ଭି.କେ.ପାଣ୍ଡିଆନ୍, ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ କିଶୋର ଧଳ ଏବଂ ଡିଏମଇଟି ସିବିକେ ମହାନ୍ତି ।







