ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଏବେ ରାଜନୈତିକ ମୈଦାନକୁ ଓହ୍ଲାଇବେ । ଖୁବ୍ ଶୀଘ୍ର ସେ କଂଗ୍ରେସରେ ଯୋଗଦେବେ ବୋଲି ସୂଚନା ମିଳିଛି । କଂଗ୍ରେସର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ଆଗାମୀ ଓଡ଼ିଶା ଗସ୍ତ ଅବସରରେ ସେ ବିଧିବଦ୍ଧ ଭାବେ ଦଳରେ ଯୋଗଦେବେ ବୋଲି ଏହି ସୂତ୍ରରୁ ଜଣାପଡ଼ିଛି । ଖୋଦ୍ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ସତ୍ୟପ୍ରକାଶଙ୍କୁ ଦଳରେ ସାମିଲ କରିବାକୁ ଆଗ୍ରହ ପ୍ରକାଶ କରିଥିବା କୁହାଯାଉଛି ।
ଓଡ଼ିଶା ଟିଭି ଖବର ଜଗତର ଜଣାଶୁଣା ଚେହେରା ହେଉଛନ୍ତି ସତ୍ୟପ୍ରକାଶ ନାୟକ । ସାମ୍ବାଦିକତା ସହ ସାଂଗଠନିକ କାର୍ଯ୍ୟକ୍ରମରେ ତାଙ୍କର ବେଶ ଦକ୍ଷତା ଅଛି । କଂଗ୍ରେସର ନବକଳେବର ହେଲା ପରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ସତ୍ୟପ୍ରକାଶଙ୍କ ସହ ବାରମ୍ବାର ଯୋଗାଯୋଗରେ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ସତ୍ୟପ୍ରକାଶଙ୍କୁ ଦଳରେ ନେଇ ମିଡ଼ିଆ ଦାୟିତ୍ୱ ଦେବାକୁ ସେ କୁଆଡ଼େ ମନସ୍ଥିର କରିଛନ୍ତି । ଏଥିପ୍ରତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ତାଙ୍କର ସମ୍ମତି ଜଣାଇଛନ୍ତି ।
କଂଗ୍ରେସ ଶିବିରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଜିତେନ୍ଦ୍ର ସିଂଙ୍କ ଓଡ଼ିଶା ଗସ୍ତରେ ରହୁଥିବାରୁ ସେହି ସମୟରେ ସତ୍ୟପ୍ରକାଶ ଦଳରେ ଯୋଗଦେବାକୁ ଏକରକମ ଚୂଡ଼ାନ୍ତ ହୋଇଛି । ତେବେ ଏ ସମ୍ପର୍କରେ କିଛି କହିବାକୁ ମନା କରିଛନ୍ତି ସତ୍ୟପ୍ରକାଶ ।
ଭାଗ୍ୟ ଖରାପ ଆଡକୁ ଗତି କରୁଛି ,