Saturday, May 9, 2026 03:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଟିଟୋ ଲିଙ୍କ୍ ରେ ଦୁଇ ବିଧାୟକ !

by Our Correspondent
13 Jul, 2018- 10:31 PM
in Latest News, News
1 min read
0
ଟିଟୋ ଲିଙ୍କ୍ ରେ ଦୁଇ ବିଧାୟକ !
ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍ ଟିଟୋର ବ୍ୟବସାୟ ସାମ୍ରାଜ୍ୟର ଲମ୍ବା ଚେର ପାଉଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଖାଲି ଯନ୍ତ୍ରୀ କି ଠିକାଦାର ନୁହଁନ୍ତି, କିଛି ରାଜନେତାଙ୍କୁ ହାତରେ ରଖି ସେ ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲା । ସେହି ରାଜନେତାମାନେ ତାକୁ ଖାଲି ସହଯୋଗ କରୁ ନ ଥିଲେ, ବରଂ ତା ବେପାରରେ ଭାଗିଦାର ହୋଇ ଭଲ ରୋଜଗାର କରୁଥିଲେ । ସେହି ରାଜନେତାଙ୍କ ମଧ୍ୟରେ ପ୍ରମୁଖ ଅଛନ୍ତି ଉପକୂଳ ଅଞ୍ଚଳର ଦୁଇ ବିଧାୟକ । ଜଣେ ଶାସକ ଦଳର ଦୁଇଥରର ବିଧାୟକ ଓ ଆଉ ଜଣେ ବିରୋଧୀ ଦଳର ବିଧାୟକ । ଟିଟୋର କୋଟି କୋଟି ଟଙ୍କାର ବିଭିନ୍ନ ଟେଣ୍ଡର ଓ ବାଲିଘାଟ ବେପାରରେ ଏମାନଙ୍କର ସଂପୃକ୍ତି ଥିଲା । କିଛି କାମକୁ ଏମାନେ ଟିଟୋ ଜରିଆରେ ସିଧାସଳଖ ହାତେଇଥିଲେ । କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍ କୁ ଏହାର ଠୋସ୍ ପ୍ରମାଣ ଲାଗିଥିବା ଜଣାପଡ଼ିଛି । ଖୁବ୍ ଶୀଘ୍ର ଏହି ଦୁଇ ବିଧାୟକଙ୍କ ସମେତ ଆଉ କିଛି ନେତାଙ୍କୁ ପଚରାଉଚୁରା କରାଯିବ ବୋଲି ସୂଚନା ମିଳିଛି ।
ଟିଟୋ ସହ ଦୁଇ ବିଧାୟକଙ୍କ ସିଧାସଳଖ ସଂପୃକ୍ତିର ସୂରାକ୍ ଖୋଦ୍ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ହୋସ୍ ଉଡ଼ାଇ ଦେଇଛି । ସେମାନଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ରୁ ବହୁ ତଥ୍ୟ ହାସଲ କରିବାକୁ ସେମାନେ ଆଶା ବାନ୍ଧିଛନ୍ତି । ବର୍ଷ ବର୍ଷ ଧରି ଟିଟୋର ଅଣ୍ଡରୱାଲର୍ଡ କାରବାର ପଛରେ ରାଜନେତାଙ୍କ ଆର୍ଶିବାଦ ମାମଲାକୁ ଅତ୍ୟଧିକ ଗମ୍ଭୀର କରିଦେଇଛି । ଟିଟୋ କାରବାର ପଛରେ ଯିଏ ବି ଥାଉ କାହାରିକୁ ଛଡ଼ାଯିବ ନାହିଁ ବୋଲି ଜଣେ କ୍ରାଇମବ୍ରାଞ୍ଚ ଅଧିକାରୀ କହିଛନ୍ତି ।
ସେପଟେ ଟିଟୋର ବିପୁଳ ବେନାମୀ ସମ୍ପତ୍ତି ଉପରେ ଏସଟିଏଫ୍ ଛାନଭିନ୍ ଜାରି ରଖିଛି । ଟିଟୋର ପତ୍ନୀ ବେନଜୀରଙ୍କ ନାଁରେ ଥିବା ଅଚଳାଚଳ ସମ୍ପତ୍ତିର ରହସ୍ୟ ଖୋଜାଚାଲିଛି । ଆଜି ଜଣେ ଡିଏସପିଙ୍କ ନେତୃତ୍ୱରେ ଦୁଇଜଣ ମହିଳା ଇନସପେକ୍ଟରଙ୍କୁ ନେଇ ଗଠିତ ଏସଟିଏଫ୍ ଟିମ୍ କେନ୍ଦ୍ରାପଡ଼ା ଯାଇ ଟିଟୋର ଘର ତଲାସି କରିଛି । କିଛି ରୋଜଗାର ନ ଥାଇ ଏତେ ବିପୁଳ ସମ୍ପତ୍ତିର ମାଲିକ କିଭଳି ବନିଲେ ସେ ନେଇ ଟିଟୋର ପତ୍ନୀ ବେନଜୀରଙ୍କୁ ଦେଢ଼ଘଣ୍ଟା ଧରି ପଚରାଉଚୁରା କରାଯାଇଛି । ପରେ ଏହି ଟିମ୍ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ସିଏସଓ ଅଫିସ ଯାଇ ବେନଜୀର ନାଁରେ କିଭଳି ପେଟ୍ରୋଲ୍ ପମ୍ପ ଆସିଲା ତାହାର କାଗଜପତ୍ର ତନଖି କରିଛନ୍ତି । ଟିଟୋ ଲିଙ୍କ୍ ରେ କେନ୍ଦ୍ରାପଡ଼ାର ପୂର୍ବତନ କାଉନସେଲର ହିଜବୁଲ୍ ରେହେମାନ୍ ଙ୍କୁ ମଧ୍ୟ ଜେରା କରିଛି ଏସଟିଏଫ୍ ।
ଟିଟୋକୁ ତୃତୀୟ ଥର ପାଇଁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ପୁଲିସ । ୫ ଦିନିଆ ରିମାଣ୍ଡ ସରିଲା ପରେ କ୍ରାଇମବ୍ରାଞ୍ଚ ଆଜି ଟିଟୋକୁ କେନ୍ଦ୍ରାପଡ଼ା ଏସଡିଜେଏମ୍ କୋର୍ଟରେ ହାଜର କରିଥିଲା । ଆଉ ତିନିଦିନିଆ ରିମାଣ୍ଡରେ ନେବାକୁ କୋର୍ଟର ଅନୁମତି ଲୋଡ଼ିଥିଲା । କୋର୍ଟ ଏହି ଅନୁମତି ଦେଇଛନ୍ତି । ଟିଟୋର ପଲିଟିକାଲ୍ ଲିଙ୍କ୍ ର ସମସ୍ତ ତଥ୍ୟ ହାସଲ କରିବାକୁ କ୍ରାଇମବ୍ରାଞ୍ଚ ର ଏସଟିଏଫ୍ ଟିମ୍ ଏଥର ପ୍ରସ୍ତୁତି କରିଛି । ବର୍ତ୍ତମାନେ ସୁଦ୍ଧା ଟିଟୋଠାରୁ ଯାହା ତଥ୍ୟ ମିଳିଛି ତାହା ଉପରେ ଅଧିକ ଜେରା କରାଯିବ ଏବଂ ପରବର୍ତ୍ତୀ ସମୟରେ ଅଭିଯୁକ୍ତ ରାଜନେତା, ଯନ୍ତ୍ରୀ ଓ ଠିକାଦାରଙ୍କୁ ଜେରା କରିବାକୁ ଯୋଜନା ପ୍ରସ୍ତୁତ ହେଉଥିବା ଜଣେ ବରିଷ୍ଠ କ୍ରାଇମବ୍ରାଞ୍ଚ ଅଧିକାରୀ ସୂଚନା ଦେଇଛନ୍ତି ।
Previous Post

କଂଗ୍ରେସରେ ଯୋଗଦେବେ ସାମ୍ବାଦିକ ସତ୍ୟପ୍ରକାଶ !

Next Post

ପଶ୍ଚିମବଙ୍ଗରେ ପିଲାଙ୍କ ରଥ

Next Post
ପଶ୍ଚିମବଙ୍ଗରେ ପିଲାଙ୍କ ରଥ

ପଶ୍ଚିମବଙ୍ଗରେ ପିଲାଙ୍କ ରଥ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA