Thursday, May 7, 2026 12:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପଶ୍ଚିମବଙ୍ଗରେ ପିଲାଙ୍କ ରଥ

by Our Correspondent
14 Jul, 2018- 11:50 AM
in Latest News, News
1 min read
0
ପଶ୍ଚିମବଙ୍ଗରେ ପିଲାଙ୍କ ରଥ
ଦିଲୀପ ସାବତ
ପଶ୍ଚିମବଙ୍ଗରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳିଗୁଡିକ ମଧ୍ୟରୁ ମନ୍ଦାରମଣି ହେଉଛି ଅନ୍ୟତମ । ବଙ୍ଗୋପସାଗର କୂଳରେ ଥିବା ଏହି ସ୍ଥାନଟିକୁ ଦୂରରୁ ଦେଖିଲେ ଏକ ଦ୍ୱୀପ ଭଳି ଦେଖାଯାଏ । ଲାଗେ ଯେମିତି ସମୁଦ୍ର ଭିତରେ ଏହି ଅଞ୍ଚଳଟି ବୁଡି ରହିଛି । ତେଣୁ ବର୍ଷ ତମାମ ପର୍ଯ୍ୟଟକମାନେ ଏଠାକୁ ଆସନ୍ତି । ତେବେ ଗ୍ରୀଷ୍ମ ଋତୁରେ ଏ ଅଞ୍ଚଳଟି ଅଧିକ ଚଳଚଞ୍ଚଳ ଲାଗେ । ଜୁନ ମାସ ଖରାଛୁଟି ହେଲେ ଆଖ ପାଖ ରାଜ୍ୟରୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ଠିକ୍ ଏହି ସମୟରେ ସେଠାକାର ପିଲାମାନେ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ଦେଖିବାକୁ ମିଳେ । ଅଧିକାଂଶ ଘର ବାରଣ୍ଡାରେ ପିଲାମାନେ ବସି ରଥନିର୍ମାଣ କରୁଥାନ୍ତି । କାଠ, ବାଉଁଶ, କଟୁରୀ ଧରି ସଭିଏ ବ୍ୟସ୍ତ ରଥ ତିଆରିରେ । ସେମାନଙ୍କ ମଧ୍ୟରୁ ରଥ କାରିଗର ହେଉଛନ୍ତି ତପନ । ଆଉ ସେ ହିଁ ପିଲାଙ୍କ ପାଖରେ ରଥଯାତ୍ରାର ପରମ୍ପରାକୁ ପରିଚିତ କରିଛି । ଯାହାଦ୍ୱାରା ମନ୍ଦାରମଣିରେ ପିଲାଙ୍କ ରଥ ସମାଗମ ଦେଖିବାକୁ ମିଳେ ।
ତପନ ହେଉଛି ନବମ ଶ୍ରେଣୀର ଛାତ୍ର । ସେ ପୁରୀ କେବେ ଆସିବା ସୁଯୋଗ ପାଇନି । ଚତୁର୍ଥ ଶ୍ରେଣୀରେ ପଢ଼ିବା ବେଳେ ବାପାଙ୍କ ସହିତ ରଥଯାତ୍ରା ଦେଖିବାକୁ ଦିଘା ଯାଇଥିଲା । ସେଠାରେ ଜଗନ୍ନାଥଙ୍କ ରଥଯାତ୍ରା ତାକୁ ବିମୁହିତ କରିଥିଲା । ଅତ୍ୟନ୍ତ ଉତ୍ସୁକତାର ସହିତ ସେଠାରୁ ଫେରି ବିଭିନ୍ନ ଡବା ଖୋଳ ଓ ପେଟି ଖୋଳ ଆଣି ସେଥିରେ ରଥ ତିଆରି କରିଥିଲା । ଆଉ ସେଥିରେ ଜଗନ୍ନାଥଙ୍କ ଫଟୋକୁ ରଖିଥିଲା । ତା’ପର ବର୍ଷ ଠାରୁ ଆରମ୍ଭ କଲା କାଠ ତିଆରି ରଥ ଆଉ ରଖିଲା ଜଗନ୍ନାଥଙ୍କ ମୂର୍ତ୍ତି । ଛୋଟ ପିଲାଙ୍କ ଖେଳରେ ଜଗନ୍ନାଥଙ୍କ ଭକ୍ତି ଭରା ଆବେଗ ଧିରେ ଧିରେ ମନ୍ଦାରମଣିର ଚାରିଆଡେ ବ୍ୟାପିଗଲା । ଉତ୍ସବରେ ସାମିଲ୍ ହେଲେ ତା’ର ସମସ୍ତ ସହପାଠୀ । ପରବର୍ତ୍ତୀ ସମୟରେ ସହପାଠୀମାନେ ନିଜେ ରଥ ନିର୍ମାଣ କଲେ ଉତ୍ସବ ପାଳିଲେ । ଏଭଳି ପର୍ଯ୍ୟାୟକ୍ରମେ ଅନ୍ୟ ପିଲାମାନେ ମଧ୍ୟ ରଥ ଗଢ଼ିବା ଆରମ୍ଭ କଲେ ।

ଖରାଛୁଟି ଆସିଲେ କାଠ-ବାଉଁଶ ଏକାଠି କରି ଲାଗିପଡ଼ନ୍ତି ରଥ ତିଆରିରେ । ସ୍କୁଲ ଖୋଲିବା ପୂର୍ବରୁ ରଥ କାମ ପ୍ରାୟ ଶେଷ ହୋଇଯାଇଥାଏ । ଖାଲି ବାକିଥାଏ ରଙ୍ଗ ବେରଙ୍ଗ କପଡା ଓ କାଗଜରେ ରଥକୁ ସଜେଇବା । ଆଉ ରଥଯାତ୍ରା ଆସିଲେ ରାସ୍ତା ଉପରକୁ ଆସେ ରଥ । କାହାର ମୂର୍ତ୍ତି ତ କିଏ ତିନି ଠାକୁରଙ୍କ ଫଟୋ ରଥରେ ରଖି ରାସ୍ତାରେ ଗଡାଉଥାନ୍ତ । ଅପରାହ୍ଣରୁ ସଂଜ ଯାଏଁ ଚାଲେ ରଥ ଟଣା । କିଏ କେମିତି ରଂଗ ଓ ଢ଼ଂଗରେ ରଥ ସଜାଡିଛି ତା’କୁ ନେଇ ଚାଲେ ଚର୍ଚ୍ଚା ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା କେବଳ ଯେ ପୁରୀ କିମ୍ବା ଓଡିଶାରେ ଦେଖିବାକୁ ମିଳେ ତା’ନୁହଁ, ସାରା ବିଶ୍ୱରେ ଅତି ଆଦର ଓ ଆନନ୍ଦର ସହିତ ପାଳନ କରାଯାଏ । ତେବେ ଓଡ଼ିଶା ବାହାରେ ଅଣ ଓଡ଼ିଆ ପିଲାମାନେ ଜଗନ୍ନାଥଙ୍କ ପ୍ରତି ଆଦର, ଭକ୍ତି ଭାବ, ଆମ ସଂସ୍କୃତି ଓ ପରମ୍ପରାର ପାଥେୟରେ ଥିବାଦେଖି ନିଶ୍ଚିତ ଆମକୁ ଗୌରବ ମନେହୁଏ ।
Previous Post

ଟିଟୋ ଲିଙ୍କ୍ ରେ ଦୁଇ ବିଧାୟକ !

Next Post

ରଘୁନାଥ, ସୋନାଲ ରାଜ୍ୟସଭାକୁ ମନୋନୀତ

Next Post
ରଘୁନାଥ, ସୋନାଲ ରାଜ୍ୟସଭାକୁ ମନୋନୀତ

ରଘୁନାଥ, ସୋନାଲ ରାଜ୍ୟସଭାକୁ ମନୋନୀତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA