Monday, May 25, 2026 10:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କଟକୀ ବିଜେଡ଼ି ନେତାଙ୍କ ଉପରେ ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ

by Our Correspondent
31 Dec, 2017- 09:03 AM
in Latest News, Politics
1 min read
0
କଟକୀ ବିଜେଡ଼ି ନେତାଙ୍କ ଉପରେ ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ
ଭୁବନେଶ୍ୱର: ଗତକାଲି ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ଅବସରରେ ବିଜେପିର ସିରିଜ୍ ବିକ୍ଷୋଭ, ଅଣ୍ଡାମାଡ଼ ଓ ଚୂଡ଼ି ପ୍ରଦର୍ଶନ ବିଜେଡ଼ି ନେତାଙ୍କ ପାରିବାରପଣିଆକୁ ପଦାରେ ପକାଇଛି । ଏହାକୁ ପୁଲିସ ଓ ପଲିଟିକାଲ୍ ଇଣ୍ଟେଲଜେନ୍ସ ଫେଲୁଅର୍ ବୋଲି କୁହାଯାଉଛି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ଏହା କ୍ଷୁବ୍ଧ କରିଛି । କଟକରେ ଗଣ୍ଡା ଗଣ୍ଡା ବିଜେଡ଼ିର ପ୍ରଭାବୀ ନେତା ଅଛନ୍ତି । କଟକ ବାରବାଧୀ ବିଧାୟକ ଦେବାଶିଷ ସାମନ୍ତରାୟ କଟକରେ ନିଜର ଅଖଣ୍ଡ ପ୍ରଭାବ ଓ ଦବଦବା ଦାବି କରୁଛନ୍ତି । ପଡ଼ୋଶୀ ମାହାଙ୍ଗା ବିଧାୟକ ତଥା କଟକ ବାସିନ୍ଦା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ସେଠି ଅଖଣ୍ଡ ସାମ୍ରାଜ୍ୟର ଦାବିଦାର । କଟକ ସଦର ବିଧାୟକ ତଥା ଖେଳମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ବି ସହରରେ ନିଜର ଆଧିପତ୍ୟ ଦାବିଦାରରେ ପଛରେ ନାହାନ୍ତି । ଗିରଫ ହୋଇଥିବା ବିଧାୟକ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ମଧ୍ୟ ସହରରେ ପ୍ରବଳ ଦବଦବା । କଟକ ବାସିନ୍ଦା ତଥା ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ମଧ୍ୟ କଟକରେ କୁଆଡ଼େ ଜବରଦସ୍ତ ସଂଗଠନ । ମାତ୍ର ଏତେ ବଡ଼ ବଡ଼ ମୁଣ୍ଡିଙ୍କୁ କିମିଆ କରି ସମୀର ଦେ ଓ ସଜ୍ଜନ ଶର୍ମାଙ୍କ ଗୋଷ୍ଠୀ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ ହଲାପଟା ଉଦ୍ୟମ କରି ନିଜର ଶକ୍ତି ଦେଖାଇବା ମୁଖ୍ୟମନ୍ତ୍ରୀଙ୍କୁ ଅପମାନ ସହ ଦଳର ଦୁର୍ବଳ ଶକ୍ତିକୁ ପଦାରେ ପକାଇଛି ।
ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ବିକ୍ଷୋଭ କିମ୍ବା ଅଣ୍ଡାମାଡ଼ କରିବାରେ ବିଜେପିବାଲା ସମର୍ଥ ହୋଇ ନ ଥିଲେ ମଧ୍ୟ ସେହିଭଳି ଏକ ମାହୋଲ୍ ସୃଷ୍ଟି କରିବାରେ ସମର୍ଥ ହୋଇଥିବାରୁ ବିଜେଡ଼ିକୁ ଚଟକଣା ମାରିଲା ଭଳି ହୋଇଛି । କଟକ ସହରରେ ବିଜେଡ଼ି ପାଇଁ ବିଜେପି ଚାଲେଂଜ ହୋଇଯାଇଥିବା ଏଥିରୁ ସ୍ପଷ୍ଟ ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ତାଙ୍କର ପ୍ରଭାବୀ ନେତାଙ୍କ ବିଫଳତା ଖୋଦ୍ ବିଜେଡ଼ି ମହଲରେ ଅସନ୍ତୋଷ ସୃଷ୍ଟି କରିଛି । ଦଳର ଜଣେ ବରିଷ୍ଠ ନେତା କହିଛନ୍ତି, ନିଜ ନାଁରେ ରେସନ୍ କାର୍ଡ ଇସ୍ୟୁ କରିବା ଭଳି ଏକ ମାମୁଲି ଘଟଣାରେ ମେୟର ଅନୀତା ବେହେରାଙ୍କୁ ହଟାଯିବା କଟକ ବିଜେଡ଼ି ସଂଗଠନ ଉପରେ ଜବରଦସ୍ତ ପ୍ରଭାବ ରଖିଛି । କଟକ ମହାନଗର ନିଗମରେ ଯାହା ଅବସ୍ଥା ଏବେ ସେଠି ନିର୍ବାଚନ ହେଲେ ବିଜେଡ଼ି ସଫା ହୋଇଯିବ ବୋଲି ତାଙ୍କର ଆଶଙ୍କା । ଦଳକୁ ସଜାଡ଼ି ବିଜେପିର କ୍ରମବର୍ଦ୍ଦିଷ୍ଣୁ ଶକ୍ତିକୁ ପ୍ରତିହତ କରିବା ବଦଳରେ କଟକୀ ନେତାମାନେ ଭୁବନେଶ୍ୱରରେ ପାୱାର ସୋ ଦେଖାଇବାରେ ମାତିଛନ୍ତି । ଖାସ୍ କରି ମନ୍ତ୍ରୀ ପ୍ରତାପ ଜେନା ଓ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପାରିବାରପଣିଆକୁ ବିଜେଡ଼ିର ଅନେକ ନେତା ଅଙ୍ଗୁଳି ଉଠାଇଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ବିରୋଧ କରି ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଯୋବ୍ରା ନିକଟରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ ପାଇଁ ତୟାର ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପୂର୍ବରୁ ପୁଲିସ ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲା । ଏଥିରେ ପୁଲିସ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ମାରିବାକୁ ଥିବା ଅଣ୍ଡାକୁ ବିଜେପି କର୍ମୀମାନେ ପୁଲିସ ଗାଡ଼ି ଉପରକୁ ମାଡ଼ କରିଥିଲେ । ସେହିପରି ସିଡ଼ିଏରେ ବିଜେପି କର୍ମୀମାନେ କଳାପତାକା ଓ ଚୂଡ଼ି ଧରି ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରିଥିଲେ । ସୌଭାଗ୍ୟ, ପୁଲିସ ସେମାନଙ୍କୁ ଗିରଫ କରି ମୁଖ୍ୟମନ୍ତ୍ରୀଙ୍କୁ ଅପ୍ରୀତିକର ପରିସ୍ଥିତିରୁ ରକ୍ଷା କରିଦେଇଥିଲା ।
Previous Post

ପ୍ରମ୍ପଟିଂ ହେଲା କାଳ: ଭୁଲ ମାଗିଲେ ରେଳ ରାଷ୍ଟ୍ରମନ୍ତ୍ରୀ

Next Post

ରହସ୍ୟରେ ରହିଗଲା ସତପାଲ୍ ଙ୍କ ପରିବାର ଟ୍ରାଜେଡ଼ି

Next Post
ରହସ୍ୟରେ ରହିଗଲା ସତପାଲ୍ ଙ୍କ ପରିବାର ଟ୍ରାଜେଡ଼ି

ରହସ୍ୟରେ ରହିଗଲା ସତପାଲ୍ ଙ୍କ ପରିବାର ଟ୍ରାଜେଡ଼ି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA