Monday, May 25, 2026 10:09 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରହସ୍ୟରେ ରହିଗଲା ସତପାଲ୍ ଙ୍କ ପରିବାର ଟ୍ରାଜେଡ଼ି

by Our Correspondent
31 Dec, 2017- 01:23 PM
in Latest News, News
1 min read
0
ରହସ୍ୟରେ ରହିଗଲା ସତପାଲ୍ ଙ୍କ ପରିବାର ଟ୍ରାଜେଡ଼ି
ଭୁବନେଶ୍ୱର: ୨୦୧୭ ମସିହାରେ ସବୁଠାରୁ ଅଧିକ ମିଷ୍ଟ୍ରି ହୋଇ ରହିଗଲା ପାଲ୍ ହାଇଟସ୍ ମାଲିକ ସତପାଲ ସିଂ ପରିବାର ଟ୍ରାଜେଡ଼ି । ବୁଦ୍ଧେଶ୍ୱରୀ ନଗରସ୍ଥିତ ନିଜ ଘରେ ନିଆଁରେ ପୋଡ଼ି ମରିଗଲେ ସତପାଲ୍ ଙ୍କ ସାନ ପୁଅ ଗଗନ ପାଲ ସିଂ, ବୋହୁ ଭାବନା ସିଂ, ନାତି ରୁବିର ସିଂ, ନାତୁଣୀ ସୋହାବି ସିଂ ଏବଂ କେୟାର ଟେକର୍ ଖୁସି ଦାସ । ଅଗଷ୍ଟ ୩ ତାରିଖ ଭୋର ୪ଟାରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ଦଇବ ବାଛି ବାଛି ନେଇଗଲା ସତପାଲ୍ ଙ୍କ ସାନପୁଅ ପରିବାରକୁ । ଦୁଇ/ତିନି ଦିନ ଧରି ଗଣମାଧ୍ୟମରେ ଏହି ଦୁଃଖଦ ଘଟଣାର ଛାନଭିନ୍ ହେଲା । ତଦନ୍ତ ଆଳରେ ପୁଲିସ ଝାଳନାଳ ନିଗାଡ଼ିଲା । ସିସିଟିଭି ହାର୍ଡଡିସ୍କ ସମେତ ଅନ୍ୟାନ୍ୟ ସାମଗ୍ରୀକୁ ଫୋରେନସିକ୍ ଲାବୋରେଟିକୁ ଯାଞ୍ଚ ପାଇଁ ପଠାଇଲା । ବାସ୍ ତାପରେ ନା ଗଣମାଧ୍ୟମରେ ଏହାର ଫଲୋ ଅପ୍ ଆସିଲା ନା ପୁଲିସ ତଦନ୍ତର ଫଳାଫଳ ଦେଲା । ସତପାଲ୍ ସିଂ ଓ ତାଙ୍କ ବଡ଼ପୁଅ ବି ଆଶ୍ଚର୍ଯ୍ୟଜନକ ଭାବେ ଚୁପ୍ ରହିଗଲେ । ସବୁ କିଛି ମିଳାଇଗଲା ।
ସତପାଲ୍ ଙ୍କ ସାନପୁଅ ଗଗନଙ୍କ ପରିବାର ରହୁଥିଲେ ଘରର ତୃତୀୟ ମହଲାରେ । ଦ୍ୱିତୀୟ ମହଲାରେ ବଡ଼ପୁଅ ଓ ସବା ତଳେ ରହୁଥିଲେ ସତପାଲ୍ ଓ ପତ୍ନୀ । କୁହାଗଲା, ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଲା । ପୁଲିସ ତଦନ୍ତରୁ ଏୟା ବି ଜଣାଗଲା ତଳୁ ନିଆଁ ଲାଗି ଉପରକୁ ବ୍ୟାପିଥିଲା । ଆଶ୍ଚର୍ଯ୍ୟଜନକ ଭାବେ ତଳ ଓ ପ୍ରଥମ ମହଲାରେ କାହାର କିଛି ଆଘାତ ଲାଗି ନ ଥିଲା ବେଳେ ତୃତୀୟ ମହଲାରେ ୫ ଜଣଙ୍କୁ ଜାଳିଦେଲା । ପୁଲିସ ତଦନ୍ତ କାଳରେ କ’ଣ ଦେଖିଲା, କ’ଣ ଶୁଣିଲା ଓ କ’ଣ ପାଇଲା ତାହା କାହାରିକୁ ଜଣାନାହିଁ । ହେଲେ ୬ ଦିନ ପରେ ଯାଇ ଘରର ସିସିଟିଭି ଅନୁଧ୍ୟାନ କଲାବେଳକୁ ତୃତୀୟ ମହଲାର ସିସିଟିଭି ହାର୍ଡଡିସ୍କ ପୋଡ଼ି ଯାଇଥିବା ଦେଖିଥିଲା । କିନ୍ତୁ ଘରର ଅନ୍ୟ ସିସିଟିଭି ହାର୍ଡଡିସ୍କର ସନ୍ଧାନ ପାଇଥିଲା ପୁଲିସ । ଆଶ୍ଚର୍ଯ୍ୟର କଥା, ସେହି ଜବତ ହାର୍ଡଡିସ୍କରେ ଫୁଟେଜ୍ ସେଟିଂ ଠିକ୍ ନ ଥିଲା । ସେଥିରେ ତାରିଖ ଏପଟ ସେପଟ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ନିଶ୍ଚିତ ହୋଇଥିଲା । ଅଧିକ ଯାଞ୍ଚ ପାଇଁ ତାହାକୁ ଫୋରେନସିକ୍ ଲାବୋରେଟୋରିକୁ ପଠାଇଥିଲା । ଅନ୍ୟାନ୍ୟ ଦିଗର ତଦନ୍ତ ପାଇଁ ବିଶେଷଜ୍ଞ ଟିମ୍ ବି ଆଣିଥିଲା । ଖୁବ୍ ଶୀଘ୍ର ଅଗ୍ନିକାଣ୍ଡର ରହସ୍ୟ ଜଣାପଡ଼ିବ ବୋଲି ଡିସିପି ସତ୍ୟବ୍ରତ ଭୋଇ ଦମ୍ଭ ଦେଖାଇଥିଲେ । ମାତ୍ର ୫ ମାସ ବିତିଗଲା ପଛେ ପୁଲିସର କାର୍ଯ୍ୟ ଜଣାପଡ଼ିଲା ନାହିଁ । ଏ ସମ୍ପର୍କରେ ତଦନ୍ତକାରୀ ଅଧିକାରୀଙ୍କୁ ପଚାରିବାରେ ଫୋରେନସିକ୍ ରିପୋର୍ଟକୁ ଅପେକ୍ଷା କରାଯାଇଥିବା କହି ମାମଲାକୁ ଟାଳିଦେଇଛନ୍ତି । ଖୋଦ୍ ଡିସିପି ମଧ୍ୟ ତଦନ୍ତର ଦିଗ ଉପରେ ଧରାଛୁଆଁ ଦେଉନାହାନ୍ତି ।
ଆଉ ରହିଲେ ଗଣମାଧ୍ୟମ । ଛୋଟ ଛୋଟ କଥାରେ ତୁମ୍ବିତୋଫାନ କରୁଥିବା ଗଣମାଧ୍ୟମ ଖୋଦ୍ ଭୁବନେଶ୍ୱରର ଛାତି ଉପରେ ଏକ ପ୍ରତିଷ୍ଠିତ ନାମଜାଦା ପରିବାରର ରହସ୍ୟଜନକ ଅଘଟଣ ଉପରେ ଚୁପ୍ ହୋଇଯାଇଛନ୍ତି । ସତେକି ହୁଇପ୍ ଜାରି ହେଲା ଭଳି ଏହି ଖବର ଉପରେ କଟକଣା ଲାଗିଛି । ଗଣମାଧ୍ୟମରେ ଖବର ଛପିଯିବା ପୁଲିସକୁ ବି ସୁହାଇଛି । ଲୋକଙ୍କ ମନରୁ ହଜିଯାଇଥିବାରୁ ପୁଲିସ ଆରାମ୍ ହୋଇଯାଇଛି । ହୁଏତ ସତପାଲ ସିଂ ଓ ତାଙ୍କ ବଡ଼ପୁଅ ଏହି ଅଘଟଣର ପର୍ଦ୍ଦାଫାସ୍ କରିବାକୁ ଆଗ୍ରହ ଦେଖାଇଥିଲେ ପୁଲିସ ଚାପରେ ରହିଥାନ୍ତା । ମାତ୍ର ତାହା ବି ହୋଇନି । ତେବେ ଏହି ମର୍ମନ୍ତୁଦ ଅଘଟଣରେ ଅସମାହିତ ରହିଥିବା ପ୍ରଶ୍ନର ଉତ୍ତର ଏବେ ବି ଉଙ୍କି ମାରିଛି..
ଦ୍ୱିତୀୟ ମହଲାରୁ ନିଆଁ ଯାଇ ତୃତୀୟ ମହଲାକୁ ବ୍ୟାପିଗଲା । ତୃତୀୟ ମହଲାର ତିନି ତିନିଟି ବେଡ଼ରୁମ୍ କୁ ନିଆଁ ଓ ଧୂଆଁ ପଶି ସାନପୁଅ ପରିବାରର ୪ଜଣ ଯାକ ସଦସ୍ୟ ଓ ନାବାଳିକା କେୟାର ଟେକର୍ ଙ୍କ ଜୀବନ ନେଇଗଲା । ମାତ୍ର ନିଆଁର ମୂଳ ଉତ୍ସ ଦ୍ୱିତୀୟ ମହଲାକୁ ଅକ୍ଷତରେ ଛାଡ଼ିଦେଲା । ସେଠାରେ ରହୁଥିବା ବଡ଼ପୁଅ ପରିବାର ୪ ସଦସ୍ୟଙ୍କ ଦେହରେ ଇଞ୍ଚେ ବି ଆଘାତ ଆଣିଲା ନାହିଁ । ଦ୍ୱିତୀୟ ମହଲାରୁ ନିଆଁ ଲାଗିବା ପରେ ସେଠାରେ ରହୁଥିବା ବଡ଼ପୁଅ ପରିବାର ସୌଭାଗ୍ୟବଶତଃ ଅକ୍ଷତ ଅବସ୍ଥାରେ ସେମାନଙ୍କ ଜୀବନ ବଞ୍ଚାଇବାରେ ସଫଳ ହେଲେ । ହେଲେ ତାପରେ ଗଲେ କୁଆଡେ ? ନିଜ ଘରେ ନିଆଁ ଜଳୁଥିବା ବେଳେ ସେମାନଙ୍କର ସ୍ୱାଭାବିକ ପ୍ରତିକ୍ରିୟା ଥିଲା କି ? ଜୀବନ ବିକଳରେ ଧାଁ ଧପଡ଼ କରିଥିଲେ କି ? ନିଆଁରୁ ସାନଭାଇ ପରିବାରକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ କି ? ପୁଲିସ କି ଦମକଳବାହିନୀକୁ ଖବର ଦେଇଥିଲେ କି ? ପ୍ରଥମ ମହଲାରେ ରହୁଥିବା ଘରର ମୁରବୀ ସତପାଲ୍ ସିଂ ଓ ତାଙ୍କ ପତ୍ନୀ ଅଗ୍ନିକାଣ୍ଡ ବିଷୟରେ ପ୍ରଥମେ ବଡ଼ପୁଅଠାରୁ ଜାଣିଲେ ନା ପଡୋଶୀଙ୍କଠାରୁ ? ନିଆଁ ଡରରେ ଅବାକ୍ ହୋଇ ମୁକ ପାଲଟିଗଲେ କି ? ଏତେବଡ଼ ଶିକ୍ଷିତ ଓ ସମ୍ବ୍ରାନ୍ତ ପରିବାର ସଦସ୍ୟମାନେ ନିଜେ ଦମକଳ ନ ଡାକି ପାହାନ୍ତା ପହରର ନିଦରେ ଶୋଇଥିବା ପଡୋଶୀଙ୍କ ଆଗମନକୁ ଅପେକ୍ଷା କରିଥିଲେ କି ?

 

Previous Post

କଟକୀ ବିଜେଡ଼ି ନେତାଙ୍କ ଉପରେ ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ

Next Post

୨୦୧୮: ନୂଆ ସ୍ୱପ୍ନ, ନୂଆ ସମ୍ଭାବନା

Next Post

୨୦୧୮: ନୂଆ ସ୍ୱପ୍ନ, ନୂଆ ସମ୍ଭାବନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA