Saturday, April 18, 2026 10:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କମାଣ ନ ଥାଇ କମାଣ୍ଡର !

by Our Correspondent
22 Aug, 2017- 10:57 PM
in Latest News, Politics
1 min read
0
କମାଣ ନ ଥାଇ କମାଣ୍ଡର !
ଭୁବନେଶ୍ୱର: ଗତ ସାଧାରଣ ନିର୍ବାଚନରେ ସମଗ୍ରଦେଶରେ ମୋଦି ହାୱା ବହୁଥିବା ବେଳେ ଓଡ଼ିଶାରୁ ଏକମାତ୍ର ସୁନ୍ଦରଗଡରେ ଗଡ଼ ଜିଣିଥିଲା ବିଜେପି । ସେଠୁଁ ଜୁଏଲ୍ ଓରାମ ହାରୁ ହାରୁ ଜିତିଥିଲେ । ବିଜେଡ଼ିଠାରୁ ଭୋଟ ବ୍ୟବଧାନ ଥିଲା ମାତ୍ର ୧୮,୮୨୯ । ଏଥର କିନ୍ତୁ ୨୧ରୁ ୨୧ ଲୋକସଭା ଆସନ ଦଖଲ କରିବାକୁ ହଲପ୍ କରିଛି ଦଳ । ସମଗ୍ର ରାଜ୍ୟକୁ ୫ଟି ଜୋନ୍ ରେ ବିଭକ୍ତ କରି ୫ କମାଣ୍ଡରଙ୍କ ହାତରେ ଦାୟିତ୍ୱ ଛାଡ଼ିଛି । ତେବେ ବିଶ୍ୱଭୂଷଣ ହରିଚନ୍ଦନ, କେ.ଭି.ସିଂହଦେଓ, ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀ, ବିଜୟ ମହାପାତ୍ର କି ଦିଲ୍ଲୀପ ରାୟଙ୍କ ଭଳି ରାଜ୍ୟର ହେଭିୱେଟ୍ ଏଥିପାଇଁ ଯୋଗ୍ୟ ହୋଇନାହାନ୍ତି । ହୋଇଛନ୍ତି ପ୍ରକାଶ ଜାଭେଡ଼କର, ଅନୀଲ ଜୈନ୍, ଅରୁଣ ସିଂଙ୍କ ଭଳି ଓଡ଼ିଶା ରାଜନୀତିର ଭୂଗୋଳ, ଇତିହାସ ଜଣା ନ ଥିବା ଅଣଓଡ଼ିଆ ନେତା । ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍ ଓରାମ୍ ଙ୍କ ସହ ଏମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଅମିତ୍ ଶାହାଙ୍କ ମିଶନ-୨୦୧୯ ର ଏମାନେ ହେବେ ରାଜ୍ୟ କମାଣ୍ଡର । ତୃଣମୂଳବିହୀନ ସଂଗଠନକୁ ମଜବୁତ କରି ଏମାନେ ବିଜେପି ଭୋଟ ପ୍ରତିଶତକୁ ବଢ଼ାଇବାର ସଂକଳ୍ପ ନେଇଛନ୍ତି ।
୫ କମାଣ୍ଡରଙ୍କ ମଧ୍ୟରେ ଜୋନ୍ ବଣ୍ଟାଯାଇଛି । ଉପକୂଳ ଓଡ଼ିଶାର ମୋଷ୍ଟ ୱାଣ୍ଟେଡ୍ ଅବିଭକ୍ତ କଟକ ଜିଲ୍ଲାର କମାଣ୍ଡର ହୋଇଛନ୍ତି ମୁଖ୍ୟମନ୍ତ୍ରୀ ସ୍ୱପ୍ନଦାର ଧର୍ମେନ୍ଦ୍ର ପ୍ରଧାନ । ଯାଜପୁର, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱ ତାଙ୍କର । ସେଠି ଶଙ୍ଖକୁ ମାତ୍ କରି ପଦ୍ମ ଫୁଟାଇବେ ଧର୍ମେନ୍ଦ୍ର । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର ଓ ନବରଙ୍ଗପୁର ଜିଲ୍ଲାରେ ବିଜେପିକୁ ଜିତାଇ ଆଣିବେ । ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅନୀଲ ଜୈନ୍ ଙ୍କୁ ପଶ୍ଚିମ ଓଡ଼ିଶା ଦାୟିତ୍ୱ ମିଳିଛି । ସେ ସମ୍ବଲପୁର, ବଲାଙ୍ଗୀର, ବରଗଡ଼ ଓ କଳାହାଣ୍ଡି ଜିଲ୍ଲା ସାରା ପଦ୍ମ ଫୁଟାଇବେ । ଜୁଏଲ୍ ଓରାମ୍ ଙ୍କୁ ସୁନ୍ଦରଗଡ଼, କୋରାପୁଟ, କନ୍ଧମାଳ ଓ ଆସ୍କା ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଦଳର ଓଡ଼ିଶା ପ୍ରଭାରୀ ଅରୁଣ ସିଂଙ୍କ ଭାଗରେ ପଡ଼ିଛି ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା । ଅମିତ୍ ଶାହାଙ୍କ ଓଡ଼ିଶା ଦଖଲ ସ୍ୱପ୍ନକୁ ଏମାନେ ମିଳିମିଶି ବାସ୍ତବ ରୂପ ଦେବେ ।
ମାରିଅନ୍ ହୋଟେଲରେ ଅନୁଷ୍ଠିତ ଦଳର କାର୍ଯ୍ୟକାରିଣୀ ବୈଠକରେ ଏହି ବ୍ଲୁ ପ୍ରିଣ୍ଟ ଖୋଲାଯାଇଛି । ତେବେ ପ୍ରଥମ ଥର ପାଇଁ କାର୍ଯ୍ୟକାରିଣୀରେ ପଞ୍ଚାୟତ ପ୍ରତିନିଧିଙ୍କୁ ସାମିଲ କରିବା ନାଁରେ ଦଳ ଡିଆଁଙ୍କୁ ଗୁରୁତ୍ୱ ଦିଆଯାଇଥିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଅମିତ୍ ଶାହା-ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧିକ ଫୋକସ୍ ରେ ଥିବା ଅବିଭକ୍ତ କଟକ ଜିଲ୍ଲାର ଅନେକ ପୁରୁଖା ଦଳୀୟ ନେତାଙ୍କୁ ସାଇଡ୍ କରାଯାଇ ବିଶ୍ୱ ମଲ୍ଲିକ, ଅମର ନାୟକ, ଟୁଟୁ ବଳ ଓ ଟୁଲୁ ପରିଡ଼ାଙ୍କ ଭଳି ନେତାଙ୍କୁ ଅଧିକ ଗୁରୁତ୍ୱ ଦିଆଯିବାକୁ ନେଇ କାର୍ଯ୍ୟକାରିଣୀ ବାହାରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା । ଯାଜପୁର ଜିଲ୍ଲାର ୫୦ ରୁ ଅଧିକ ବ୍ରାଣ୍ଡେଡ୍ ବିଜେପି କର୍ମୀ ବାହାରେ ହୋ ହଲ୍ଲା କରିଥିଲେ । ଘରଭଙ୍ଗାଙ୍କ ମାୟାରେ ବାୟା ଧର୍ମେନ୍ଦ୍ର ସେମାନଙ୍କୁ ଗୁରୁତ୍ୱ ଦେଉନାହାନ୍ତି ବୋଲି ଅସନ୍ତୋଷ ଜାହିର କରିବା ସହ ବିଦ୍ରୋହ ଧମକ ଦେଇଥିଲେ । ଘରେ ନ ପଶୁଣୁ ଚାଳ ବାଜିବା ନ୍ୟାୟରେ ଧର୍ମେନ୍ଦ୍ର ଓ ତାଙ୍କ ଟିମ୍ ଙ୍କୁ ଏହା ବିଚଳିତ କରିଥିଲା ।
କୌତୁହଳର କଥା, କାର୍ଯ୍ୟକାରିଣୀରେ ଦଳ ବିଜେଡ଼ି ସରକାରଙ୍କ ବିରୋଧରେ ଅଭିଯୋଗର ଲମ୍ବା ଫର୍ଦ୍ଦ ସହ ୧୨ଟି ରାଜନୈତିକ ଚିଠା ପ୍ରସ୍ତୁତ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଉଟଲୁକ୍ ପତ୍ରିକାର ‘ଶ୍ରେଷ୍ଠ ପ୍ରଶାସକ’ ଉପାଧିକୁ କାଉଣ୍ଟର ଅସ୍ତ୍ର କରିପାରିନି । ଦୁଇଦିନ ତଳେ ଧର୍ମେନ୍ଦ୍ର ଏହାକୁ ପ୍ରାୟୋଜିତ କହି ଖାଲି ସମାଲୋଚନା କରି ନ ଥିଲେ ବରଂ ଆଉଟଲୁକ୍ ମାଗାଜିନ୍ ବର୍ଜନ ପାଇଁ ପରୋକ୍ଷରେ ହୁକୁମ ଜାରି କରିଥିଲେ । ଆଜିର କାର୍ଯ୍ୟକାରିଣୀରେ ଏ ପ୍ରସଙ୍ଗରେ କଥା ଉଠିଥିଲେ ମଧ୍ୟ ଧର୍ମେନ୍ଦ୍ର ନିଜ ଛେପ ନିଜେ ଢ଼ୋକିଥିଲେ । ଆଉଟଲୁକ୍ ପତ୍ରିକା ସମସ୍ତେ ପଢ଼ନ୍ତୁ ବୋଲି ସେ ପରାମର୍ଶ ଦେଇଥିବା ଦଳର ଜଣେ ବରିଷ୍ଠ ନେତାଙ୍କ ସୂତ୍ରରୁ ଜଣାପଡ଼ିଛି ।
କାର୍ଯ୍ୟକାରିଣୀ ବୈଠକକୁ ବହୁ ଆଡମ୍ବର କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ୍ ଙ୍କ ସହ ନରେନ୍ଦ୍ର ସିଂ ତୋମାର ଓ ପ୍ରକାଶ ଜାଭେଡକର ଯୋଗଦେଇଥିଲେ । ଅମିତ୍ ଶାହାଙ୍କ ମିଶନ୍-୨୦୧୯ ବ୍ଲୁ ପ୍ରିଣ୍ଟକୁ ସେମାନେ ଦିଲ୍ଲୀରୁ ଧରି ଆସିଥିଲେ । ତେବେ ବୈଠକରେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଭଳି ହେଭିୱେଟ୍ ଙ୍କ ଅନୁପସ୍ଥିତି ଅନ୍ଦରମହଲରେ ଚର୍ଚ୍ଚାର ଖୋରାକ୍ ହୋଇଥିଲା ।
Previous Post

ସୁବଳ ସାହୁ ଚାଲିଗଲେ

Next Post

ବିଜେଡ଼ି-ବିଜେପିକୁ ନାହିଁ ଲଜ୍ଜାସରମ

Next Post
ବିଜେଡ଼ି-ବିଜେପିକୁ ନାହିଁ ଲଜ୍ଜାସରମ

ବିଜେଡ଼ି-ବିଜେପିକୁ ନାହିଁ ଲଜ୍ଜାସରମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA