Saturday, April 18, 2026 01:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡ଼ି-ବିଜେପିକୁ ନାହିଁ ଲଜ୍ଜାସରମ

by Our Correspondent
23 Aug, 2017- 11:24 AM
in Latest News, Politics
1 min read
0
ବିଜେଡ଼ି-ବିଜେପିକୁ ନାହିଁ ଲଜ୍ଜାସରମ
ଭୁବନେଶ୍ୱର: ଆଉଟଲୁକ୍ ପତ୍ରିକା ପକ୍ଷରୁ ଦେଶର ‘ଶ୍ରେଷ୍ଠ ପ୍ରଶାସକ’ ଉପାଧି ଧରି ଫେରିଥିବା ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନର ସୁଅ ଛୁଟିଛି । ତିନି ଦିନ ହେଲାଣି ଉଭୟ ନବୀନ ନିବାସ ଓ ସଚିବାଳୟରେ ଚାଲିଛି ଯାତ୍ରା । ଦଳୀୟ କର୍ମୀଙ୍କ କୋଳାହଳରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ହାତରେ ନବୀନ ନିବାସରେ କଟାଯାଇଛି କେକ୍ । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ପାଇଁ ସଚିବାଳୟ ତ ଦୁଲୁକୁଛି । ମୁଖ୍ୟ ଶାସନ ସଚିବ, ପୁଲିସ ଡିଜିଙ୍କଠାରୁ ଆରମ୍ଭ କରି ସବୁ ବିଭାଗର କର୍ମଚାରୀ, ବିଭିନ୍ନ ସାମାଜିକ ସଂଗଠନ ଫୁଲତୋଡ଼ା ଦେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି । ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀଙ୍କ ନିବୁଜ ଘର ସମସ୍ତଙ୍କ ପାଇଁ ଖୋଲିଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବାକୁ ଚାଲିଛି ପ୍ରତିଯୋଗିତା । ଏଇ ମଉକାରେ ଅଫିସ କାମ ଛାଡ଼ି ଅଫିସର ଓ କର୍ମଚାରୀମାନେ ଯିଏ ଯୁଆଡେ ବୁଲିବାର ବାହାନା ମିଳିଯାଇଛି । ଫୁଲ ଦୋକାନୀଙ୍କ ବେପାର ବି ବଢ଼ିଯାଇଛି ।
ମୁଖ୍ୟମନ୍ତ୍ରୀଙ୍କୁ ଆଉଟଲୁକ୍ ପତ୍ରିକାର ଉପାଧିକୁ ନେଇ ଦଳୀୟ ଓ ସରକାରୀ ମାହୋଲରେ ଏଭଳି ଯାତ୍ରାକୁ ବୁଦ୍ଧିଜୀବୀ ମହଲ ନାପସନ୍ଦ କରିଛନ୍ତି । ଖୋଦ୍ ସଚିବାଳୟର ଅଧିକାଂଶ ଅଫିସର ଓ କର୍ମଚାରୀ ଏହାକୁ ଥଟ୍ଟାମଜ୍ଜା କରିଛନ୍ତି । ଆଉଟଲୁକ୍ ପତ୍ରିକାର ସାର୍ଟିଫିକେଟ୍ କୁ ବିଜେଡ଼ି ନୋବେଲ ପୁରସ୍କାର ସଦୃଶ ଉପସ୍ଥାପିତ କରିବା ଉଦ୍ୟମକୁ ସେମାନେ ଗ୍ରହଣ କରିନାହାନ୍ତି । ମାଛ ତେଲରେ ମାଛ ଭାଜିବା ନ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଆଳରେ ସରକାରୀ ରାଜକୋଷକୁ ଲୁଟ୍ କରାଯାଉଛି ବୋଲି ସେମାନଙ୍କ ମତ । ସେ ଯାହା ବି ହେଉ, ଆଉଟଲୁକ୍ ଉପାଧିକୁ ବିଜେଡ଼ି ଭୋଟପ୍ରଚାରର ବଢ଼ିଆ ଅସ୍ତ୍ର କରିଦେଇଛି । ଖାଲି ଭୁବନେଶ୍ୱର ନୁହେଁ, ରାଜ୍ୟର ଗାଁଗଣ୍ଡାରେ ଏହାକୁ ବ୍ୟାପକ ପ୍ରଚାର କରିବାକୁ ନିଷ୍ପତ୍ତି ନେଇଛି । ସବୁ ନିର୍ବାଚନ ମଣ୍ଡଳୀରେ ପ୍ରଚାର ତୋରଣ ଛାଇ କରିଦିଆଯିବ । ଲୋକଙ୍କୁ କୁହାଯିବ ଆମ ମୁଖ୍ୟମନ୍ତ୍ରୀ କେତେ ପାରିବାର । ସେଥିପାଇଁ ହେବାକୁ ଥିବା ବିପୁଳ ଖର୍ଚ୍ଚବାଚକୁ ବିଜେଡ଼ି ପରୱା କରିନାହିଁ ।
ସେପଟେ ବିଜେପି ଏହାକୁ ନବୀନ ବିରୋଧୀ ପ୍ରଚାରର ଆୟୁଧ କରିବାକୁ ବି ପଛାଇନାହିଁ । ଆଉଟଲୁକ୍ ପତ୍ରିକାକୁ ଅନାମଧ୍ୟେୟ ଦର୍ଶାଇବା ସହ ନବୀନ ପଟ୍ଟନାୟକଙ୍କ ‘ଶ୍ରେଷ୍ଠ ପ୍ରଶାସକ’ ଉପାଧିକୁ ପ୍ରାୟୋଜିତ ବୋଲି ତୁମ୍ବିତୋଫାନ କରୁଛି । ନିଜେ ଧର୍ମେନ୍ଦ୍ର ପ୍ରଧାନ ଏଭଳି ମନ୍ତବ୍ୟ ରଖି ନବୀନଙ୍କୁ କଟୁ ସମାଲୋଚନା କରିଛନ୍ତି । ତେବେ ଆଉଟଲୁକ୍ ପତ୍ରିକାକୁ ଅନାମେଧ୍ୟୟ ଦର୍ଶାଉଥିବା ବିଜେପି ଜାଣତରେ ହେଉ କି ଅଜାଣତରେ ହେଉ ଏହାର ଗୁରୁତ୍ୱ ବଢ଼ାଇ ଦେଇଛି । ଗତକାଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଏହି ପ୍ରସଙ୍ଗ ତୁଚ୍ଛ ହୋଇଥିଲେ ମଧ୍ୟ ବାହାରେ ଏହାକୁ ଦମଦାର କରିଛି । ଭୁବନେଶ୍ୱର ସହରର ବିଭିନ୍ନ ଜାଗାରେ ଦଳ ପକ୍ଷରୁ ୧୦ ଫୁଟିଆ ହୋର୍ଡିଂ ଲଗାଯାଇଛି । ଲାଇନ୍ ରହିଛି- ନବୀନ ଆଉଟଲୁକ୍ ଦ୍ୱାରା ସମ୍ମାନିତ…ବିଜେଡ଼ି ଉତଫୁଲ୍ଲିତ..ରାଜ୍ୟବାସୀ ବିପର୍ଯ୍ୟସ୍ତ.. । ଯେଉଁ ଆଉଟଲୁକ୍ କୁ ଅନାମଧ୍ୟେୟ କହି ବିଜେପି ବାଏଁ ବାଏଁ ଉଡାଉଛି, ସେହି ଆଉଟଲୁକ୍ ଉପାଧିକୁ ନେଇ ବ୍ୟତିବ୍ୟସ୍ତ କାହିଁକି ? କି ଆବଶ୍ୟକତା ପଡ଼ିଲା ଏଭଳି ହୋର୍ଡିଂର ? ବିଜେପି ଭୟଭୀତ କି ? ନବୀନଙ୍କ ଛାଇକୁ ବିଜେପିର ଡର କିି ? ବୁଦ୍ଧିଜୀବୀ ମହଲକୁ ଆଜି ଏହି ପ୍ରଶ୍ନ ଆନ୍ଦୋଳିତ କରିଛି ।
Previous Post

କମାଣ ନ ଥାଇ କମାଣ୍ଡର !

Next Post

ଧର୍ମେନ୍ଦ୍ର ଭକୁଆ ବନେଇଲେ

Next Post
ଧର୍ମେନ୍ଦ୍ର ଭକୁଆ ବନେଇଲେ

ଧର୍ମେନ୍ଦ୍ର ଭକୁଆ ବନେଇଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA