Saturday, April 18, 2026 10:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଧର୍ମେନ୍ଦ୍ର ଭକୁଆ ବନେଇଲେ

by Our Correspondent
24 Aug, 2017- 11:51 AM
in Latest News, Politics
1 min read
1
ଧର୍ମେନ୍ଦ୍ର ଭକୁଆ ବନେଇଲେ
ଭୁବନେଶ୍ୱର: ଇଣ୍ଡିଆ ଟୁଡେ ପତ୍ରିକା ପକ୍ଷରୁ ଗତ ଜୁଲାଇ ଦ୍ୱିତୀୟ ସପ୍ତାହରେ ହୋଇଥିବା ମୁଡ୍ ଅଫ ଦ ନେସନ୍ ସର୍ଭେ ଲୋକପ୍ରିୟତା ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥାନ ନାହିଁ । ୫ ଜଣ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ଆଉଟଲୁକ୍ ପତ୍ରିକା ତାଙ୍କୁ ‘ଶ୍ରେଷ୍ଠ ପ୍ରଶାସକ’ ଆସନରେ ବସାଇଥିଲା ବେଳେ ଇଣ୍ଡିଆ ଟୁଡେ ପତ୍ରିକାର ଶ୍ରେଷ୍ଠ ୫ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ସ୍ଥାନ ପାଇନାହାନ୍ତି । ରାଜ୍ୟର ଏକନମ୍ବର ଟିଭିରେ ଗତ ସୋମବାର ସଂଧ୍ୟାର ଏହା ଥିଲା ମୁଖ୍ୟ ଖବର । ସେଥିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବାଇଟ୍ ଲାଗିଥିଲା । ଧର୍ମେନ୍ଦ୍ର ନିଜ ପ୍ରତିକ୍ରିୟା ରଖି ନବୀନଙ୍କୁ ମନଭରି ତାତ୍ସଲ୍ୟ କରିଥିଲେ । ଟିଭିରେ ଦିନତମାମ ତାହା ବ୍ରେକିଂ ଖବର ହୋଇ ଚାଲିବା ପରେ ସଂଧ୍ୟାରେ ଲିଡ୍ ଷ୍ଟୋରି ହୋଇଥିଲା । ସଂପୃକ୍ତ ଟିଭି ସଂସ୍ଥାର ୱେବ ପୋର୍ଟାଲ୍ ରେ ମଧ୍ୟ ତାହା ଲିଡ୍ ଖବର ଥିଲା। ଶୀର୍ଷକ ଥିଲା ‘ଆଉଟଲୁକ୍ ରେ ହୀରୋ, ଇଣ୍ଡିଆ ଟୁଡେରେ ଜିରୋ’ । ତେବେ ଆଶ୍ଚର୍ଯ୍ୟର କଥା, ସେହି ଏକ ନମ୍ବର ଷ୍ଟୋରିଟି ପରଦିନ ସକାଳୁ ଉଭୟ ଟିଭି ଓ ପୋର୍ଟାଲ୍ ରୁ ଗାଏବ ହୋଇଗଲା । ରାତିରେ ପୋର୍ଟାଲ୍ ପଢ଼ି ଶୋଇଥିବା ଲୋକେ ସକାଳୁ ପୋର୍ଟାଲ୍ ଖୋଲିଲା ବେଳକୁ ଷ୍ଟୋରି ନ ଥିଲା । ଡିଲିଟ୍ ହୋଇଯାଇଥିଲା ।
ଘଟଣା ପଛର ରହସ୍ୟ ବୁଝୁ ବୁଝୁ ଜଣାପଡ଼ିଲା, ଧର୍ମେନ୍ଦ୍ରଙ୍କ କଥାରେ ଭଳି ଷ୍ଟୋରି ତିଆରି ହୋଇଥିଲା । ଇଣ୍ଡିଆ ଟୁଡେ ପତ୍ରିକାକୁ ଭଲଭାବେ ନ ପଢ଼ିକି ହେଉ ବା ଜାଣିଶୁଣି ହେଉ ଉପରେ ପଡ଼ି ଧର୍ମେନ୍ଦ୍ର ଡାହା ମିଛ କହିଥିଲେ । ଅନ୍ୟ ଅର୍ଥରେ କହିଲେ, ଧର୍ମେନ୍ଦ୍ର ଏକ ନମ୍ବର ଟିଭିକୁ ଭକୁଆ ବନେଇ ନବୀନଙ୍କ ବିରୋଧରେ ଅପପ୍ରଚାରର ଅସ୍ତ୍ର କରିଥିଲେ । ନିଃସଙ୍କୋଚରେ ସେଦିନର ଲିଡ୍ ଷ୍ଟୋରିକୁ ପ୍ରାୟୋଜିତ କରିବାରେ ସମର୍ଥ ହୋଇଥିଲେ ଧର୍ମେନ୍ଦ୍ର । ଏକ ନମ୍ବର ଟିଭି ବି ଇଣ୍ଡିଆ ଟୁଡେ ପତ୍ରିକାର ସର୍ଭେକୁ ଯାଞ୍ଚ ନକରି ଅନାୟାସରେ ତାକୁ ଲିଡ୍ ଷ୍ଟୋରି ବନେଇଥିଲା । ପୋର୍ଟାଲ୍ ରେ ଲମ୍ବାଚଉଡ଼ା ଷ୍ଟୋରି ଲେଖିଥିଲା । ତେବେ ସୋସିଆଲ୍ ମିଡ଼ିଆରେ ଏହାର ପ୍ରତିକ୍ରିୟା ଦେଖି ଏକ ନମ୍ବର ଟିଭିର ବୁଦ୍ଧି ପଶିଲା । ସତ ଜାଣିଲା ପରେ ଷ୍ଟୋରିକୁ ଉଠାଇଦେଲା ।
ସୂଚନାଯୋଗ୍ୟ, ଇଣ୍ଡିଆ ଟୁଡେର ଅଗଷ୍ଟ ୨୮ ଇସ୍ୟୁରେ ପ୍ରକାଶିତ ମୁଡ୍ ଅଫ ଦ ନେସନ୍ ସର୍ଭେରେ ନବୀନ ପଟ୍ଟନାୟକଙ୍କୁ ଦେଶର ଦ୍ୱିତୀୟ ଜନପ୍ରିୟ ମୁଖ୍ୟମନ୍ତ୍ରୀର ମାନ୍ୟତା ମିଳିଛି । ଓଡ଼ିଶାର ୬୯ ପ୍ରତିଶତ ଲୋକ ତାଙ୍କୁ ସମର୍ଥନ/ପସନ୍ଦ କରନ୍ତି । ସର୍ଭେ ତାଲିକାର ପ୍ରଥମରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତାଙ୍କୁ ରାଜ୍ୟର ୭୭ ପ୍ରତିଶତ ଲୋକ ପସନ୍ଦ କରନ୍ତି । ତାଲିକାର ତୃତୀୟରେ ଅଛନ୍ତି ବିଜେପି ଶାସିତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ତାଙ୍କ ପଛରେ ୬୭ ପ୍ରତିଶତ ଲୋକଙ୍କ ସମର୍ଥନ ରହିଛି । ତେବେ ଇଣ୍ଡିଆ ଟୁଡେର ୪୮ ପୃଷ୍ଠାରେ ସ୍ଥାନିତ ଏହି ରିପୋର୍ଟକୁ ଏକ ନମ୍ବର ଟିଭି ଭଲ ଭାବେ ନ ଦେଖି ବୋଧହୁଏ ଧର୍ମେନ୍ଦ୍ରଙ୍କ କଥାକୁ ଠିକ୍ ଭାବିଦେଇଥିଲା । ଏଥିରେ ଟିଭିର ଲାଭକ୍ଷତି ଯାହା ହେଉ ନା କାହିଁକି ଧର୍ମେନ୍ଦ୍ର ଓ ତାଙ୍କ ଦଳର କିନ୍ତୁ ଲାଭ ହୋଇଛି ।
Previous Post

ବିଜେଡ଼ି-ବିଜେପିକୁ ନାହିଁ ଲଜ୍ଜାସରମ

Next Post

ବିଜେଡ଼ିରେ କିଏ ସେହି ଗୁପ୍ତଚର ?

Next Post
ବିଜେଡ଼ିରେ କିଏ ସେହି ଗୁପ୍ତଚର ?

ବିଜେଡ଼ିରେ କିଏ ସେହି ଗୁପ୍ତଚର ?

Comments 1

  1. ବିଶ୍ୱ says:
    9 years ago

    ଧର୍ମେନ୍ଦ୍ର ବିହାରୀ ବୁଦ୍ଧି ପ୍ରୟୋଗ କଲେ । ହେଲେ ଅନଲୁକର ବଡ ହେଉ କି ଛୋଟ ନବୀନଙ୍କ ଫ୍ୟାନ୍ ଫଲୋଇଙ୍ଗ ଦେଖି ଧର୍ମେନ୍ଦ୍ର ଚେତା ପଶିବା କଥ । ବକିବା ସ୍ୱପ୍ନ ଦେଖିବା ଆଉ କରି ଦେଖାଇବା ଅଲଗା କଥା । କୋଡିଏ ବର୍ଷ ତଳେ ଓଡିଶା କଣ ଥିଲା ସମସ୍ତେ ଜାଣନ୍ତି ।
    କଙ୍ଗ୍ରେସ ବିଜେପି ଶାସନରେ ଓଡିଶା ଅବହେଳିତ ଏକଥା ଅଛପା ନାହିଁ । ଅଶୀ ପରଠୁ କଙ୍ଗ୍ରେସ କାହାକୁ କ୍ୟାବିନେଟ ଦେଇନାହିଁ । ଖୋଦ ବାଜପେୟୀ ମହାବାତ୍ୟା ପରେ ଥରେ ଫେରିଗଲେ ଆଉ ଓଡିଶା ଆସିନାହାନ୍ତି । କେଉଁ ଓଡିଆ ଗୁରୁତ୍ୱପୂର୍ଣ ପଦବୀ ପାଇଛି ?
    ଯେ ପର୍ଯ୍ୟନ୍ତ କଂକଡା ଗୁଣ ଛାଡି ଓଡିଶାର ସ୍ୱାର୍ଥ ପାଇଁ ଏକାଠି ହେବା ନଶିଖିଛନ୍ତି ଏମିତି ପାଦଚଟା ଅବହେଳିତ ହୋଇ ପଡିଥିବେ ।

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA