Monday, May 25, 2026 06:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କାମାକ୍ଷାଙ୍କ ବିଜେପି ଖାତା ଖତିଆନ୍

by Our Correspondent
27 Jun, 2017- 11:07 PM
in Latest News, Politics
1 min read
0
କାମାକ୍ଷାଙ୍କ ବିଜେପି ଖାତା ଖତିଆନ୍

ଭୁବନେଶ୍ୱର: ବରିଷ୍ଠ ରାଜନେତା କାମାକ୍ଷା ପ୍ରସାଦ(କେପି) ସିଂହଦେଓଙ୍କ ଦଳ ହେଉଛି ଭାରତୀୟ ଜନତା ପାର୍ଟି(ବିଜେପି) । ଏକଥା ଆମେ କହୁନୁ କେପିଙ୍କ ୱିକିପେଡ଼ିଆରେ ଏହା ସିଧା ଉଲ୍ଲେଖ ଅଛି । ଗତବର୍ଷ ଜୁନ୍ ମାସରେ କେପି ବିଜେପିରେ ଯୋଗଦେଇଥିବା ନେଇ ଦିଲ୍ଲୀରୁ ଖବର ଆସିଥିଲା । ମାତ୍ର ଏହାକୁ ଉଡ଼ା ଖବର କହି କେପି ସେତେବେଳେ ଖଣ୍ଡନ କରିଥିଲେ । ସେ କଂଗ୍ରେସରେ ଅଛନ୍ତି ଏବଂ ଦଳ ଛାଡ଼ିନାହାନ୍ତି ବୋଲି ଟିଭିରେ ସଫେଇ ଦେଇଥିଲେ । ମାତ୍ର କେପି ମିଛ କହିଥିବା ଏବେ ତାଙ୍କ ୱିକିପେଡ଼ିଆରୁ ଧରାପଡ଼ିଛି । ଅବଶ୍ୟ ଏ ସମ୍ପର୍କରେ କେପିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଢ଼େଙ୍କାନାଳ ଆସନରେ କଂଗ୍ରେସରୁ ୬ ଥର ଲୋକସଭାକୁ ନିର୍ବାଚିତ କେପି କେନ୍ଦ୍ରରେ ମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିଲେ । ତେବେ ଏହି ବରିଷ୍ଠ ନେତାଙ୍କୁ କଂଗ୍ରେସ ୨୦୧୪ ସାଧାରଣ ନିର୍ବାଚନରେ ଆଉ ଟିକେଟ ଦେଇ ନ ଥିଲା । ତାଙ୍କ ଜାଗାରେ ସୁଧିର ସାମଲଙ୍କୁ ପ୍ରାର୍ଥୀ କରିଥିଲା । କେପି ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ । ଦୀର୍ଘ ଦୁଇବର୍ଷ ଧରି କଂଗ୍ରେସର ସକ୍ରିୟ ରାଜନୀତିରୁ ନିଜକୁ ଦୂରେଇ ଦେଇଥିଲେ । ଗତବର୍ଷ ଜୁନ୍ ମାସରେ ଦିଲ୍ଲୀଠାରେ ସେ ବିଜେପିରେ ଯୋଗଦେଇଥିବା ଖବର ବିଜୁଳି ବେଗରେ ଖେଳିଯାଇଥିଲା । ମାତ୍ର ଏହି ଖବରକୁ କେପି ତତକ୍ଷଣାତ ଖଣ୍ଡନ କରିଥିଲେ । ସେ କଂଗ୍ରେସରେ ଅଛନ୍ତି ଓ ରହିବେ ବୋଲି ଦୃଢ଼ୋକ୍ତି ଦେଖାଇଥିଲେ । ଅବଶ୍ୟ ତାହାପରଠାରୁ ସେ ପୁଣି ଆତ୍ମନିର୍ବାସନରେ ଅଛନ୍ତି । କଂଗ୍ରେସର ଦଳୀୟ କାର୍ଯ୍ୟକ୍ରମରେ ତାଙ୍କର ଦେଖା ମିଳୁନି ।

ସେପଟେ କେପିଙ୍କ ୱିକିପେଡ଼ିଆ ତାଙ୍କୁ ବିଜେପିର ଦର୍ଶାଇଥିଲେ ମଧ୍ୟ ପଦ୍ମପୋଖରୀରେ ତାଙ୍କର ଦେଖା ନ ମିଳିବା ରହସ୍ୟମୟ ହୋଇଛି । କେପିଙ୍କ ଭଳି ଜଣେ ବର୍ଷଆନ୍ ରାଜନେତାଙ୍କର ପରିଚୟକୁ ନେଇ ଏହା ଦ୍ୱନ୍ଦ ସୃଷ୍ଟି କରିଛି । କେପି କଂଗ୍ରେସ ଛାଡ଼ି ନ ଥିବା ଦାବି କରିଥିଲେ ମଧ୍ୟ ଦଳରୁ ଅନ୍ତର୍ଦ୍ଧାନ ହୋଇଯିବା ଯେତିକି ପ୍ରଶ୍ନ ଲଗାଇଛି, ବିଜେପିରେ ଯୋଗ ନ ଦେଇ ୱିକିପେଡ଼ିଆରେ ବିଜେପିର ବୋଲି ଦର୍ଶାଇବା ସେତିକି ରହସ୍ୟ ତୋଳୁଛି । କେପି ନିଜ ପରିଚୟକୁ ଗୋପନ ନ ରଖି ସତ ପ୍ରକାଶ କରିଦେବା ଉଚିତ ।

Previous Post

ସୋସିଆଲ୍ ମିଡ଼ିଆରେ ଯୁବକର ଅଭଦ୍ରାମୀ

Next Post

ପାଠକଙ୍କୁ ଶୋଷଣ ନୁହେଁ ତ ?

Next Post
ପାଠକଙ୍କୁ ଶୋଷଣ ନୁହେଁ ତ ?

ପାଠକଙ୍କୁ ଶୋଷଣ ନୁହେଁ ତ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA