Thursday, April 30, 2026 12:38 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କାଲିଠାରୁ ୨୪ ଘଣ୍ଟିଆ କାଳିଆ କଲ୍ ସେଣ୍ଟର

by Our Correspondent
12 Jan, 2019- 10:21 PM
in Latest News, News
1 min read
0
କାଲିଠାରୁ ୨୪ ଘଣ୍ଟିଆ କାଳିଆ କଲ୍ ସେଣ୍ଟର
ଭୁବନେଶ୍ୱର: କାଲିଠାରୁ ୨୪ ଘଣ୍ଟିଆ କାର୍ଯ୍ୟରେ ରହିବ କାଳିଆ କଲ୍ ସେଣ୍ଟର । ଆଚାର୍ଯ୍ୟ ବିହାରସ୍ଥିତ ଓକାକ କାର୍ଯ୍ୟାଳୟରେ ଖୋଲିଥିବା ଏହି କଲ୍ ସେଣ୍ଟରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ପରିଦର୍ଶନରେ ଯାଇ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଜାନୁଆରୀ ୫ ତାରିଖରୁ କଲ୍ ସେଣ୍ଟର ଆରମ୍ଭ ହୋଇଛି । କାଳିଆ ଯୋଜନା ସଂକ୍ରାନ୍ତରେ ଜାଣିବାକୁ ଚାହୁଁଥିବା ଚାଷୀମାନଙ୍କୁ ଏଥିରେ ସମସ୍ତ ସୂଚନା ଦିଆଯାଉଛି । ଆଜି ମୁଖ୍ୟମନ୍ତ୍ରୀ ଏହାକୁ ପରିଦର୍ଶନ କରିଥିଲେ । ସେଠାରେ ସମସ୍ତ ବ୍ୟବସ୍ଥା ବୁଲି ଦେଖିବା ସହ ନିଜେ ଚାଷୀଙ୍କ ସହ କଥା ହେବାକୁ ଚାହିଁଥିଲେ । ଗଞ୍ଜାମ ଜିଲ୍ଲା ଚିକଲଖଣ୍ଡି ପଞ୍ଚାୟତ ବାସନାପଲ୍ଲୀ ଗାଁର ଚାଷୀ ବି.ମାଧବସ୍ୱାମୀଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ କାଳିଆ ଯୋଜନା ସଂକ୍ରାନ୍ତରେ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇଥିଲେ ।
କଲ୍ ସେଣ୍ଟର ଜରିଆରେ ଚାଷୀମାନଙ୍କୁ କାଳିଆ ଯୋଜନା ସଂକ୍ରାନ୍ତରେ ସମସ୍ତ ସୂଚନା ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଚାଷୀମାନେ ୧୮୦୦-୫୭୨-୧୧୨୨ ଟେଲିଫୋନ୍ ନମ୍ବରକୁ କଲ୍ କରିପାରିବେ । ଏଥିପାଇଁ କୌଣସି ଖର୍ଚ୍ଚ(ଟୋଲ୍ ଫ୍ରି) ପଡ଼ିବ ନାହିଁ । ଏହାଛଡ଼ା ୦୮୦-୬୧୧୭-୪୨୨୨ ନମ୍ବରରେ ମିସ୍ କଲ ଦେଲେ କଲ୍ ସେଣ୍ଟର ପକ୍ଷରୁ ଯୋଗାଯୋଗ କରାଯିବ । ମୋବାଇଲ୍ ହ୍ୱାଟସ୍ ଅପ୍ ନଂ ୮୪୫୬୦୯୯୬୮୮ରେ ମଧ୍ୟ ସୂଚନା ମିଳିପାରିବ ।
ସୂଚନାଥାଉକି, ଡିସେମ୍ବର ୩୧ ତାରିଖରେ କାଳିଆ ଯୋଜନାର ଶୁଭାରମ୍ଭ ହୋଇଛି । ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ଚାଷୀମାନଙ୍କୁ ୫ ଟି ଫସଲ ଋତୁରେ ୫ ହଜାର ଟଙ୍କା ଲେଖାଏଁ ମୋଟ ୨୫ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି । ଏଥିପାଇଁ ଚାଷୀମାନଙ୍କଠାରୁ ଆବେଦନ ପ୍ରକ୍ରିୟା ଚାଲୁ ରହିଛି । ପ୍ରଥମ ଦଫା ଆବେଦନ ସମୟସୀମା ୧୦ ତାରିଖରୁ ୧୫ ତାରିଖ ଘୁଞ୍ଚାଇ ଦିଆଯାଇଛି । ଦ୍ୱିତୀୟ ଦଫାରେ ଜାନୁଆରୀ ୨୫ରୁ ଫେବ୍ରୁଆରୀ ୫ ତାରିଖ ପର୍ଯ୍ୟନ୍ତ ଆବେଦନ କରିହେବ ।
Previous Post

ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର: ଦରମା, ଛୁଟି, ଅବସର, ସାମାଜିକ ସୁରକ୍ଷା ବଢ଼ିଲା

Next Post

୨୪ ତାରିଖରେ ବିଜେଡ଼ିରେ ମିଶିବେ ନବ ଦାସ

Next Post
୨୪ ତାରିଖରେ ବିଜେଡ଼ିରେ ମିଶିବେ ନବ ଦାସ

୨୪ ତାରିଖରେ ବିଜେଡ଼ିରେ ମିଶିବେ ନବ ଦାସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA