ଭୁୁବନେଶ୍ୱର: ଆସନ୍ତାକାଲି ବିଶ୍ୱକପ୍ ହକି ଫାଇନାଲ୍ । କଳିଙ୍ଗ ଷ୍ଟାଡିୟମ୍ ରେ ହେବ ଜମାଦାର ଲଢ଼େଇ । ଆଉ ଷ୍ଟାଡିୟମ୍ ରେ ବସି ଖେଳାଳୀଙ୍କୁ ଚିୟର୍ସ କରିବେ କ୍ରିକେଟ୍ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର । ନିଜେ ତେନ୍ଦୁଲକର ଆଜି ଟୁଇଟ୍ କରି ଏହା ଜଣାଇଛନ୍ତି ।
ଭୁବନେଶ୍ୱରରେ ପୁରୁଷ ବିଶ୍ୱକପ୍ ହକି ଆୟୋଜନକୁ ତେନ୍ଦୁଲକର ତାରିଫ୍ କରିବା ସହ ଏହି ୱାଲର୍ଡ କ୍ଲାସ୍ ଆରେଂଜମେଣ୍ଟ ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ହକି ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି । ସମଗ୍ରଦେଶ ଏହାକୁ ସମର୍ଥନ କରୁଥିବା ଦେଖି ସେ ଅଭିଭୂତ ବୋଲି କହିଛନ୍ତି । ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ରେ କଳିଙ୍ଗ ଷ୍ଟାଡିୟମ୍ ରେ ଉପସ୍ଥିତ ରହିବି ଏବଂ ଆପଣମାନଙ୍କ ସହ ଦେଖାହେବ ବୋଲି ତେନ୍ଦୁଲକର ଟୁଇଟ୍ କରିଛନ୍ତି ।
ରବିବାର ବିଶ୍ୱକପ୍ ଉଦଯାପନ ଦିବସରେ କୌଣସି ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିବନି ବୋଲି ଖୋଦ୍ ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଥିଲା । ଏପଟେ ଭାରତ କ୍ୱାଟର୍ ଫାଇନାଲ୍ ରୁ ବିଦାୟ ନେଇସାରିଥିବାରୁ ଘରୋଇ ଦର୍ଶକଙ୍କ ମନରେ ନୈରାଶ୍ୟ ଭରିଯାଇଥିଲା । ମାତ୍ର ତେନ୍ଦୁଲକର ଆସିବା ଖବର ଜଣାପଡ଼ିବା ପରେ ଦର୍ଶକଙ୍କ ମନରେ ଆନନ୍ଦ ଖେଳିଯାଇଛି ।