Wednesday, April 29, 2026 02:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନଙ୍କ ଫୋକସ୍ ରେ ଚାଷୀ: ପ୍ରସନ୍ନ, ପ୍ରତାପଙ୍କ ଉପରେ ସଂଗଠନ ଦାୟିତ୍ୱ

by Our Correspondent
14 Dec, 2018- 05:54 PM
in Latest News, News
1 min read
0
ନବୀନଙ୍କ ଫୋକସ୍ ରେ ଚାଷୀ: ପ୍ରସନ୍ନ, ପ୍ରତାପଙ୍କ ଉପରେ ସଂଗଠନ ଦାୟିତ୍ୱ
ଭୁବନେଶ୍ୱର: ଦୁଇ ବରିଷ୍ଠ ନେତା ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରେ ବିଜେଡ଼ି ଚାଷୀ ସଂଗଠନ ଦାୟିତ୍ୱ ଛାଡ଼ିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ଛାମୁଆ ଶାଖା ବିଜୁ କୃଷକ ଜନତା ଦଳର ପୁର୍ନଗଠନ କରି ସେ ଏହି ଦୁଇ ନେତାଙ୍କ ଉପରେ ଭରସା କରିଛନ୍ତି । ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏହାର ସଭାପତି ଓ ପ୍ରତାପ ଜେନାଙ୍କୁ ମହାସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସମ୍ବେଦନଶୀଳ ଚାଷୀ ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ପ୍ରାଥମିକତା ଦେବା ପରିପ୍ରେକ୍ଷୀରେ ଏହି ଦଳୀୟ ନିଯୁକ୍ତିର ଗୁରୁତ୍ୱ ବଢ଼ିଯାଇଛି । ପୂର୍ବରୁ ବିଜୁ କୃଷକ ଜନତା ଦଳର ରାଜ୍ୟ ଆବାହକ ଦାୟିତ୍ୱ ତୁଲାଉଥିଲେ ମନ୍ତ୍ରୀ ସୁଶାନ୍ତ ସିଂ ।
ଏଥର ସାଧାରଣ ନିର୍ବାଚନରେ ଚାଷୀ ହେବ ମୁଖ୍ୟ ପ୍ରସଙ୍ଗ । ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟାରୁ ଏହାର ବାତ୍ସ୍ନା ମିଳିଛି । ମୁଖ୍ୟମନ୍ତ୍ରୀ କହିଥିଲେ, ବିଜେପି ଶାସିତ ରାଜ୍ୟରେ ସରକାର ଚାଷୀଙ୍କ ପାଇଁ କୌଣସି ଆଖିଦୃଶିଆ କାମ କରିନାହିଁ । ବିଶେଷକରି ଏମଏସପି(ସର୍ବନିମ୍ନ ସହାୟକ ମୂଲ୍ୟ) ଓ ସ୍ୱାମୀନାଥନ୍ କମିଟି କାର୍ଯ୍ୟକାରୀ କରିବା ପ୍ରସଙ୍ଗରେ କେନ୍ଦ୍ର ସରକାର କିଛି ପଦକ୍ଷେପ ନେଇନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟରୁ ସେ ଓଡ଼ିଶାର ଚାଷୀ ସମସ୍ୟାକୁ ଅଧିକ ଗୁରୁତ୍ୱ ଦେଉଥିବା ଇସାରା ମିଳିଛି ।
ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଯାହା ହେଉ ନା କାହିଁକି, ରାଜ୍ୟରେ ଚାଷୀଙ୍କ ସମସ୍ୟା ଅନେକ । ଏହାକୁ ନେଇ ଆନେ୍ଦାଳନ ମୁଣ୍ଡ ଟେକିଛି । ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀଙ୍କ ପାଇଁ ପ୍ରାଇଜ୍, ପ୍ରେଷ୍ଟିଜ୍ ଏବଂ ପେନସନ୍ ଦାବିରେ ଆନ୍ଦୋଳନ ବ୍ୟାପକ ହୋଇଛି । ଜାନୁଆରୀ ୩୧ ସୁଦ୍ଧା ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦିଆଯାଇଛି । ଇତିମଧ୍ୟରେ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଗଠିତ ମନ୍ତ୍ରୀସ୍ତରୀୟ କମିଟି ବିଭିନ୍ନ ଦିଗର ତର୍ଜମା ଚଳାଇଛନ୍ତି । ଖୁବ୍ ଶୀଘ୍ର ଏହାର ନିଷ୍କର୍ସ ବାହାରିବ ବୋଲି ସୂଚନା ମିଳିଛି ।
ଏହି ପରିପ୍ରେକ୍ଷୀରେ ଚାଷୀ ସମସ୍ୟା ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ କୌଣସି ସୁଯୋଗ ହାତଛଡ଼ା କରିବାକୁ ମୁଖ୍ୟମନ୍ତ୍ରୀ ଚାହୁଁ ନ ଥିବା କୁହାଯାଉଛି । ବିଜେପି ଶାସିତ ରାଜ୍ୟର ଉଦାହରଣ ଦେଉଥିବା ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟରେ ସେଭଳି ପରିସ୍ଥିତି ସୃଷ୍ଟି ହେବାକୁ ଯେ ଦେବେନାହିଁ ତାହା ସ୍ପଷ୍ଟ ବାରି ହୋଇପଡୁଛି । ଦଳୀୟସ୍ତରରେ ଚାଷୀ ମାନଙ୍କ ସମସ୍ୟାକୁ ଚିହ୍ନଟ କରିବା ଓ ତାହା ସରକାରଙ୍କ ଦୃଷ୍ଟିକୁ ଆଣି ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ଚାହିଁଛନ୍ତି । ଏହି ଦୃଷ୍ଟିରୁ ସେ ଦଳର କୃଷକ ସଂଗଠନକୁ ଆହୁରି ମଜବୁତ କରିବାକୁ ଚେଷ୍ଟା କରିଛନ୍ତି । ଆଗକୁ ନିର୍ବାଚନ ଥିବାରୁ ଏତିକିବେଳେ ଅଭିଜ୍ଞ ଓ ପାରଙ୍ଗମ ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରତାପ ଜେନାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ତାଙ୍କ ଯୋଜନା ସାକାର କରିବାକୁ ଚାହିଁଥିବା ଦଳୀୟ ମହଲରୁ ସୂଚନା ମିଳିଛି ।
Previous Post

ଗେହଲଟ୍ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

Next Post

କାଲି କଳିଙ୍ଗ ଷ୍ଟାଡିୟମ୍ ଆସିବେ ତେନ୍ଦୁଲକର

Next Post
କାଲି କଳିଙ୍ଗ ଷ୍ଟାଡିୟମ୍ ଆସିବେ ତେନ୍ଦୁଲକର

କାଲି କଳିଙ୍ଗ ଷ୍ଟାଡିୟମ୍ ଆସିବେ ତେନ୍ଦୁଲକର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA