Thursday, April 30, 2026 09:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କାଲି ନବୀନଙ୍କ ଜନ୍ମଦିନ: ପେପର୍,ଟିଭି ବୁକିଂ

by Our Correspondent
15 Oct, 2017- 12:13 PM
in Latest News, Politics
1 min read
0
କାଲି ନବୀନଙ୍କ ଜନ୍ମଦିନ: ପେପର୍,ଟିଭି ବୁକିଂ
ଭୁବନେଶ୍ୱର:
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆସନ୍ତାକାଲି ଜନ୍ମଦିନ । ୭୧ ପୂରି ୭୨ ବର୍ଷରେ ପଦାର୍ପଣ କରିବେ । ସରଳ ଓ ନିରାଡ଼ମ୍ବର ଜୀବନ କାଟୁଥିବା ନବୀନଙ୍କ ଜନ୍ମଦିନ ଇତିହାସରେ ଯାହା ଦେଖାଯାଇ ନ ଥିଲା ଏଥର ଦେଖିବାକୁ ମିଳିବ । ସକାଳ ଖବରକାଗଜରେ ସ୍ୱତନ୍ତ୍ର ପୃଷ୍ଠା ମଣ୍ଡନ କରିବେ ନବୀନ । ପ୍ରମୁଖ ଖବରକାଗଜଗୁଡ଼ିକର ଚାରି ଚାରି ପୃଷ୍ଠା ନବୀନଙ୍କ ଫଟୋ ଓ ଗୁଣାଗାନରେ ଭର୍ତ୍ତି ହେବ । ଟିଭିରେ ବି ଶତମୁଖ ହେବେ ନବୀନ । ଖବରକାଗଜ ଓ ଟିଭି ମାଲିକ/ସମ୍ପାଦକଙ୍କ ସହ ମୂଲଚାଲରେ ଏହାର ପ୍ରସ୍ତୁତି ଶେଷ ହୋଇଛି । ଏବେକାର ଜଣେ ପାୱାରଫୁଲ ମନ୍ତ୍ରୀ ଏବଂ ଦୁଇଜଣ ପାୱାରଫୁଲ ପୂର୍ବତନ ମନ୍ତ୍ରୀ ଏହାର ଦାୟିତ୍ୱ ନେଇଛନ୍ତି । ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି, ଯେଉଁ କାଗଜ ଓ ଟିଭି ଆଜିକାଲି ବିଜେପି ପ୍ରଚାରରେ ବେଶୀ ମାତିଛନ୍ତି ସେମାନଙ୍କୁ ବାଛି ବାଛି ବିଜେଡ଼ି ଅଗ୍ରାଧିକାର ଦେଇଛି ।
ପ୍ରମୁଖ ଖବରକାଗଜରେ ସ୍ୱତନ୍ତ୍ର ଚାରିପୃଷ୍ଠା ଓ ପ୍ରମୁଖ ଟିଭିରେ ବିଜ୍ଞାପନ ପାଇଁ ବିଜେଡ଼ି ପକ୍ଷରୁ ସ୍ୱତନ୍ତ୍ର ବଜେଟ୍ କରାଯାଇଛି । ଖବରକାଗଜ ସ୍ୱତନ୍ତ୍ର ପୃଷ୍ଠାରେ ନବୀନଙ୍କ ଫଟୋ, ସ୍ତୁତିଗାନ୍ ସ୍ଥାନ ପାଇବ । ଏହା ଅଧିକରୁ ଅଧିକ ଆକର୍ଷଣ କରିବାକୁ ଯତ୍ନବାନ କରାଯାଇଛି । ସ୍ୱତନ୍ତ୍ର ପୃଷ୍ଠାର ପ୍ରସ୍ତୁତି କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଥିଲେ ମଧ୍ୟ ମୂଲଚାଲରେ କେଁ ରହିଥିଲା । ହେଲେ ଗତକାଲି ରାତିସୁଦ୍ଧା ଏହା ଛିଣ୍ଡି ଯାଇଛି । ସେହିଭଳି ଟିଭି ଡକ୍ୟୁମେଣ୍ଟାରୀ ପାଇଁ ବରାଦି ଦିଆଯାଇଛି । ସେଥିରେ ବି ଗୁଡ଼ାଏ ଟଙ୍କା ଖର୍ଚ୍ଚ କରାଯାଇଛି । ଏପରି ଭାବେ ନବୀନଙ୍କ ଜନ୍ମଦିନରେ ତାଙ୍କ ଫଟୋ ଓ ସଫଳତାର କାହାଣୀକୁ ବିଜେଡ଼ି ପେପର୍ ଓ ଟିଭିରେ ଛାଇ କରିଦେବ ।
ଅବଶ୍ୟ ନବୀନ ଜୟନ୍ତୀ ଉତ୍ସବକୁ ବିଶେଷ ଆଡମ୍ବର କରିବାକୁ ବର୍ତ୍ତମାନ ପର୍ଯ୍ୟନ୍ତ ସେଭଳି ଯୋଜନା ଜଣାପଡ଼ିନାହିଁ । ତେବେ ବିଜେଡ଼ି ପାର୍ଟି ଅଫିସ ସମେତ ସାରା ରାଜ୍ୟରେ ରକ୍ତଦାନ କାର୍ଯ୍ୟକ୍ରମ ‘ଜୀବନବିନ୍ଦୁ’ କୁ ବ୍ୟାପକ କରିବାକୁ ପ୍ରସ୍ତୁତି ଚାଲିଛି । ଆସନ୍ତାକାଲିର ସବିଶେଷ କାର୍ଯ୍ୟକ୍ରମ କ’ଣ ହେବ ସେ ନେଇ ଦଳର ଅଧିକାଂଶ ନେତା ଓ ବିଧାୟକ ଜାଣିନାହାନ୍ତି । ଉପରୁ ସେଭଳି କିଛି ନିର୍ଦ୍ଦେଶ ଆସିନାହିଁ ବୋଲି ଆମେ ଯୋଗାଯୋଗ କରିଥିବା ନେତା ଓ ବିଧାୟକମାନେ କହିଛନ୍ତି । ତେବେ ସେ ଯାହା ହେଉ, ନବୀନ ନିବାସରେ ନବୀନ ଶୁଭେଚ୍ଛୁମାନଙ୍କୁ ହତାଦର କରିବେନି । ସମସ୍ତଙ୍କଠାରୁ ଶୁଭେଚ୍ଛା ଓ ଫୁଲତୋଡ଼ା ଗ୍ରହଣ କରିବେ ବୋଲି ଜଣାପଡ଼ିଛି ।
ଅନ୍ୟପକ୍ଷରେ ଦଳର ମହିଳା, ଯୁବ ଓ ଛାତ୍ର ବାହିନୀ ନିଜଆଡୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଧୂମଧାମ ପାଳିବାକୁ ଯୋଜନା କରିଛନ୍ତି । ଏହିକ୍ରମରେ ନବୀନଙ୍କ ପ୍ରଚାର ପାଇଁ ଆକର୍ଷଣୀୟ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ଭୁବନେଶ୍ୱର ସହରର ରାସ୍ତାଘାଟକୁ ନବୀନଙ୍କ ପୋଷ୍ଟର ଓ ହୋଡିଂରେ ଛାଇ କରାଯିବ ବୋଲି ଛାତ୍ର ଓ ଯୁବ ବିଜେଡ଼ି ସୂତ୍ରରୁ ଜଣାପଡ଼ିଛି । ନିଜ ଜନ୍ମଦିନ ଧୂମଧାମ୍ ପାଳିବାକୁ ମୁଖ୍ୟମନ୍ତ୍ରୀ ଚାହିଁଛନ୍ତି କି ନାହିଁ ତାହା ଜଣାପଡ଼ି ନ ଥିଲେ ମଧ୍ୟ ଏହି ନିଷ୍ପତ୍ତିକୁ ତାଙ୍କର ବିରୋଧ ନ ଥିବା ସ୍ପଷ୍ଟ ହୋଇଛି । ରାଜ୍ୟରେ ନିର୍ବାଚନୀ ତାତି ଆରମ୍ଭ ହୋଇଥିବା ବେଳେ ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କର ଧୂମଧାମ ଜନ୍ମଦିନ ପାଳନ ଆୟୋଜନ ଚର୍ଚ୍ଚାର ବିଷୟ ହୋଇଛି ।
Previous Post

ବିଜେପିରେ ଲୁଲୁଙ୍କ ପରିବାର

Next Post

ସୋସିଆଲ୍ ମିଡ଼ିଆ ସପକ୍ଷରେ ମିଡ଼ିଆ ଜିଆଣ୍ଟ୍

Next Post
ସୋସିଆଲ୍ ମିଡ଼ିଆ ସପକ୍ଷରେ ମିଡ଼ିଆ ଜିଆଣ୍ଟ୍

ସୋସିଆଲ୍ ମିଡ଼ିଆ ସପକ୍ଷରେ ମିଡ଼ିଆ ଜିଆଣ୍ଟ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA