Thursday, April 30, 2026 10:58 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେପିରେ ଲୁଲୁଙ୍କ ପରିବାର

by Our Correspondent
14 Oct, 2017- 04:47 PM
in Latest News, Politics
1 min read
0
ବିଜେପିରେ ଲୁଲୁଙ୍କ ପରିବାର
ଭୁବନେଶ୍ୱର: ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ପରିବାରକୁ ଆଜି ବିଜେପି ଆଦରି ନେଇଛି । ଲୁଲୁଙ୍କ ଝିଅ ଉପାସନା, ଭାଇ ଲଳିତେନ୍ଦୁଙ୍କ ସମେତ ଘରୋଇ ବନ୍ଧୁ ଆଡଭୋକେଟ୍ ପୀତାମ୍ବର ଆଚାର୍ଯ୍ୟ, ସହଯୋଗୀ ରାଜେନ୍ଦ୍ର ପଣ୍ଡା ଓ ସତ୍ୟଜିତ୍ ପଟ୍ଟନାୟକ ପ୍ରମୁଖଙ୍କୁ ଦଳ ସାଦରେ ଗ୍ରହଣ କରିଛି । ପ୍ରଦର୍ଶନୀ ପଡ଼ିଆଠାରେ ‘ବିଜେପି ମିଶ୍ରଣ ପର୍ବ’ ନାଁରେ ଆୟୋଜିତ ଝାକାସ୍ ଉତ୍ସବରେ ଧର୍ମେନ୍ଦ୍ର ପ୍ରଧାନ ଓ ଟିମ୍ ସେମାନଙ୍କୁ ଦଳରେ ମିଶାଇଛନ୍ତି । ଲୁଲୁଙ୍କ ଝିଅ ଓ ଭାଇଙ୍କୁ ପାଇ ବିଜେପି ନେତାମାନେ ଗର୍ବରେ ଫାଟି ପଡ଼ିଛନ୍ତି । ସ୍ୱର୍ଗତ୍ ଲୁଲୁଙ୍କ ପ୍ରତି କଂଗ୍ରେସ ଅବିଚାର ଓ ଅନ୍ୟାୟ କରିଥିଲା । ଏବେ ତାଙ୍କ ଅବର୍ତ୍ତମାନରେ ବିଜେପି ଲୁଲୁଙ୍କ ପରିବାରକୁ ନ୍ୟାୟ ଦେବାକୁ ଅଣ୍ଟା ଭିଡ଼ିଛି । ଲୁଲୁଙ୍କ ଝିଅ ଉପାସନା ମଧ୍ୟ ବାପାଙ୍କ ପ୍ରତି କଂଗ୍ରେସର ଅନ୍ୟାୟକୁ ସ୍ମରଣ କରିଛନ୍ତି । କଂଗ୍ରେସରେ ବାପାଙ୍କୁ ନିର୍ଯାତନା ଦିଆଯାଉଥିଲା ବୋଲି ସେ କହିଛନ୍ତି । ବିଜେପିରେ ଯୋଗଦେବା ଅଚାନକ ନୁହେଁ, ବରଂ ବର୍ଷକ ତଳୁ ବିଚାର କରୁଥିଲୁ ବୋଲି ଉପାସନା ପୂର୍ବରୁ କହିସାରିଛନ୍ତି ।
ଲୁଲୁ ମହାପାତ୍ରଙ୍କ ଝିଅ ଓ ଭାଇଙ୍କୁ ବିଜେପି ମିଶ୍ରଣ ପର୍ବରେ ସାମିଲ କରିବାକୁ ନେଇ ଧର୍ମେନ୍ଦ୍ରଙ୍କ ଶିବିର ବେଶ୍ ଉତ୍ସାହିତ ହୋଇପଡ଼ିଥିଲେ । ସପ୍ତାହେ ତଳୁ ଏଥିପାଇଁ ପ୍ରଦର୍ଶନୀ ପଡ଼ିଆକୁ ପ୍ରସ୍ତୁତ କରାଯାଇଥିଲା । ଆଗରୁ ମିଶ୍ରଣ ପର୍ବଗୁଡ଼ିକ ବିଜେପି ଅଫିସରେ ଆୟୋଜିତ ହେଉଥିଲା ବେଳେ ଲୁଲୁଙ୍କ ପରିବାର ପାଇଁ ପାର୍ଟି ଅଫିସ ବାହାରେ ପ୍ରଥମ ଥର ମେଗା ଆୟୋଜନ କରାଯାଇଥିଲା । ଭୁବନେଶ୍ୱରର ମିଡ଼ିଆ ମେସିନ୍ କୁ ଜବରଦସ୍ତ ପ୍ରଚାର ଦାୟିତ୍ୱ ଦିଆଯାଇଥିଲା । ବସ୍, ମିନିବସ୍, ବୋଲୋରୋ, ଟାଭେରା ଆଦି ଗାଡ଼ିରେ ଲୋକଙ୍କୁ ବ୍ରହ୍ମଗିରିରୁ ଭୁବନେଶ୍ୱର ବୁହାହୋଇଥିଲା । ବିଜେପି ଅଫିସ, ରାମମନ୍ଦିର, ହାଉସିଂ ବୋର୍ଡ ଛକ, ପିଏମଜି ଛକ ଭଳି ସହରର ବିଭିନ୍ନ ଜାଗାରୁ ସେମାନେ ପ୍ରଦର୍ଶନୀ ପଡ଼ିଆକୁ ରାଲିରେ ଯାଇଥିଲେ । ‘ଲୁଲୁ ଭାଇ ଅମର ରହେ’, ‘ଧର୍ମେନ୍ଦ୍ର ପ୍ରଧାନ’ ସ୍ଲୋଗାନ୍ ଦିଆଯାଇଥିଲା । ସମସ୍ତଙ୍କ ହାତରେ ଥିଲା ବିଜେପି ପ୍ଲାକାର୍ଡ । ପାଖାପାଖି ସାଢ଼େ ଗୋଟାଏ ବେଳେ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ପଛେ ପଛେ ଲୁଲୁଙ୍କ ଝିଅ ଓ ଭାଇ ପ୍ରଭୃତି ସଭାସ୍ଥଳରେ ପହଞ୍ଚିଥିଲେ । ରାଜ୍ୟ ସଭାପତି ବସନ୍ତ ପଣ୍ଡା ବିଜେପି ଆଗନ୍ତୁକମାନଙ୍କୁ ଉପକୌଢ଼ନ ଓ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ଲୁଲୁଙ୍କ ୧୯ ବର୍ଷୀୟ ଝିଅ ଉପାସନାଙ୍କୁ ସେ ଅଣ୍ଟା ଭାଙ୍ଗି ସାଷ୍ଟାଙ୍ଗ ପ୍ରଣାମ କରିଥିଲେ ।
ସ୍ୱର୍ଗତ୍ ଲୁଲୁଙ୍କ ଅନୁଗତଙ୍କ ଦ୍ୱାରା ଗଠିତ ଲୁଲୁ ସେନା ସଂଗଠନ ବିଜେପିରେ ବିଲୀନ ହେବ ବୋଲି ବିଜେପି ପକ୍ଷରୁ ପ୍ରଚାର କରାଯାଇଥିଲେ ମଧ୍ୟ ସେଭଳି କିଛି ଦେଖିବାକୁ ମିଳି ନ ଥିଲା । ହାତଗଣତି ସମର୍ଥକଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କୁ ମିଶ୍ରଣ ପର୍ବରେ ଦେଖିବାକୁ ମିଳି ନ ଥିଲା । ଲୁଲୁଙ୍କର ଘନିିଷ୍ଠ ସହଯୋଗୀ ତଥା ପିସିସିର ପୂର୍ବତନ ସମ୍ପାଦକ ଲଲାଟେନ୍ଦୁ ଦାସ କହିଛନ୍ତି ଲୁଲୁଙ୍କ ପରିବାର ବିଜେପିରେ ସାମିଲ ହେବାକୁ ଆମର ବିରୋଧ ନାହିଁ । କାରଣ ଏହା ସେମାନଙ୍କ ବ୍ୟକ୍ତିଗତ ନିଷ୍ପତ୍ତି । ମାତ୍ର ବ୍ରହ୍ମଗିରିରେ ଲୁଲୁଙ୍କ ସବୁ ସମର୍ଥକ ବିଜେପିରେ ମିଶୁଥିବା ପ୍ରଚାର ଠିକ୍ ନୁହେଁ । ଲୁଲୁଙ୍କୁ କଂଗ୍ରେସ ଦଳ ଯଦିଓ ଅବହେଳିତ କରିଥିଲା ମାତ୍ର ମୃତ୍ୟୁ ପର୍ଯ୍ୟନ୍ତ ସେ ନିଜ ଆଦର୍ଶରୁ ହଟି ନ ଥିଲେ । ଲୁଲୁଙ୍କ ଆଦର୍ଶ ଏବେ ବି ବଞ୍ଚିଛି ବୋଲି ସେ କହିଛନ୍ତି ।
Previous Post

ସୌମ୍ୟଙ୍କ ଦିଲ୍ଲୀ ଲଡୁ

Next Post

କାଲି ନବୀନଙ୍କ ଜନ୍ମଦିନ: ପେପର୍,ଟିଭି ବୁକିଂ

Next Post
କାଲି ନବୀନଙ୍କ ଜନ୍ମଦିନ: ପେପର୍,ଟିଭି ବୁକିଂ

କାଲି ନବୀନଙ୍କ ଜନ୍ମଦିନ: ପେପର୍,ଟିଭି ବୁକିଂ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA