Thursday, April 30, 2026 09:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସୌମ୍ୟଙ୍କ ଦିଲ୍ଲୀ ଲଡୁ

by Our Correspondent
12 Oct, 2017- 06:21 PM
in Latest News, Politics
1 min read
0
ସୌମ୍ୟଙ୍କ ଦିଲ୍ଲୀ ଲଡୁ
ଭୁବନେଶ୍ୱର: ସୌମ୍ୟରଂଜନ ପଟ୍ଟନାୟକଙ୍କ ମନ ଯାଇଛି ଦିଲ୍ଲୀକୁ । ନିଜକୁ ରାଜ୍ୟସ୍ତରୀୟ ନେତାରେ ସୀମିତ ନ ରଖି ଜାତୀୟସ୍ତର ନେତାର ମାନ୍ୟତା ପାଇଁ ଲଢ଼େଇ ଆରମ୍ଭ କରିଛନ୍ତି । ଆନ୍ନା ହଜାରେଙ୍କୁ ବ୍ରାଣ୍ଡ କରି ଦିଲ୍ଲୀଠାରେ ଚାଷୀ ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି । ଗତକାଲି ସଂସଦ ମାର୍ଗରେ ନବ ନିର୍ମାଣ କୃଷକ ସଂଗଠନର ଜାତୀୟ ସମ୍ମିଳନୀ ଆୟୋଜନର ପ୍ରମୁଖ ଭୂମିକା ନେଇଥିବା ସୌମ୍ୟଙ୍କର ଏହି ନୂଆ ଅବତାର ରାଜନୈତିକ ମହଲକୁ ବେଶ୍ ଆମୋଦିତ କରିଛି ।
ମିଡ଼ିଆ ବ୍ୟବସାୟରୁ ରାଜନୈତିକ ଓ ସାମାଜିକ ଅଭିଯାନ ସୌମ୍ୟଙ୍କର ଏକ ଲମ୍ବା ଯାତ୍ରା । ବ୍ୟବସାୟରେ ଚମତ୍କାର ସଫଳ ହୋଇଥିଲେ ବି ରାଜନୀତିରେ ସଫଳତାର ସ୍ୱାଦ ପାଇନାହାନ୍ତି । ରାଜନୈତିକ କର୍ମଭୂମି ବାଛିଥିବା ଖଣ୍ଡପଡ଼ାରେ ଲୋକଙ୍କୁ ସେ ଆକୃଷ୍ଟ କରିପାରୁନାହାନ୍ତି । ନିଜେ ଗଢ଼ିଥିବା ‘ଆମ ଓଡ଼ିଶା ପାର୍ଟି’ କୁ ମୂଳରୁ ଛିଡ଼ା କରାଇପାରିନାହାନ୍ତି । ଚାଷୀ, ଚିଟଫଣ୍ଡ ଆନ୍ଦୋଳନକୁ ପୁଂଜି କରିଥିଲେ ମଧ୍ୟ ତାହା ବି ଏଠି ପ୍ରଭାବୀ ହୋଇନି । ଏତିକିବେଳେ ସୌମ୍ୟ ଦିଲ୍ଲୀଜଗତରେ ପ୍ରବେଶ କରି ଆନ୍ନା ହଜାରେଙ୍କ ହାତ ଧରିଛନ୍ତି । ତାଙ୍କର ଏହି ଭୂମିକାକୁ ନେଇ ଚର୍ଚ୍ଚା ହେଉଛି । ସୌମ୍ୟଙ୍କୁ ଅତି ନିକଟରୁ ଜାଣିଥିବା ମହଲର କହିବାନୁଯାୟୀ, ବ୍ୟବସାୟ, ରାଜନୀତି କିମ୍ବା ସାମାଜିକ କାର୍ଯ୍ୟକଳାପ କୌଣସିଥିରେ ତାଙ୍କ ଲକ୍ଷ୍ୟପଥ ସିଧା ନୁହେଁ । କେତେବେଳେ କେଉଁ ବାଟରେ କୁଆଡେ ଯାଉଛନ୍ତି ତାହା ବି ଜାଣିବା ମୁସ୍କିଲ୍ । ତେଣୁ ଚାଷୀ ଆନ୍ଦୋଳନ ନାଁରେ ନିଜକୁ ଜାତୀୟସ୍ତରରେ ପ୍ରତିଷ୍ଠିତ କରିବାର ଆଗ୍ରହର ଉଦ୍ଦେଶ୍ୟ ଓ ସ୍ଥାୟିତ୍ୱକୁ ସେମାନେ ସନ୍ଦେହ ଦୃଷ୍ଟିରେ ଦେଖିଛନ୍ତି ।
ବିଭିନ୍ନ କ୍ଷେତ୍ରରେ ସୌମ୍ୟବାବୁ ଜଣେ ଉଚ୍ଚ ପ୍ରତିଷ୍ଠିତ ବ୍ୟକ୍ତି ଏକଥା ସମସ୍ତେ ଜାଣନ୍ତି । ରାଜନୀତିରେ ସେ ସଫଳ ହୋଇନାହାନ୍ତି ସତ ହେଲେ ରାଜନୀତିକୁ ଶ୍ରେଷ୍ଠ ନୀତି ବୋଲି ମାନି ଆସିଛନ୍ତି । ସୌମ୍ୟବାବୁ ରାଜନୀତିରେ ସଫଳ ନ ହେବା ପଛରେ ତାଙ୍କର ଉଚ୍ଚକାଂକ୍ଷୀ, ଗର୍ବ ଓ ଅହଂକାରକୁ ସମାଲୋଚକମାନେ ଦାୟୀ କରନ୍ତି । ଖାଲି ରାଜନୀତି ନୁହେଁ, ବ୍ୟବସାୟ, ସାମ୍ବାଦିକତା, ସାମାଜିକ ଆନ୍ଦୋଳନ ସବୁକଥାରେ ତାଙ୍କର ସେହି ସମସ୍ୟା । ବ୍ୟବସାୟରେ ଟାଟା, ବିରଳା କି ଅମ୍ବାନୀ ହବାକୁ ମନ ବ୍ୟାକୁଳ ହେଉଥିବା ବେଳେ ରାମନାଥ ଗୋଏଙ୍କାଙ୍କ ଭଳି ମିଡ଼ିଆ ସମ୍ରାଟ ହେବାକୁ ମନ । ଓଡ଼ିଶାରେ ମଧୁବାବୁଙ୍କ ସ୍ୱାଭିମାନୀ ପରିଚୟର ଦାବିଦାର ହେଉଥିବା ବେଳେ ରାଜନୀତିରେ ଶ୍ୱଶୁର ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଭଳି ହବାକୁ ମନ । ତେବେ ସୌମ୍ୟଙ୍କର ଏଭଳି ଆଶା କି ମନ ପାଇଁ ମନା ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । କାରଣ ଧନ, ଜ୍ଞାନ, ବୁଦ୍ଧିରେ ଭଗବାନ ତାଙ୍କୁ ଊଣା କରିନାହାନ୍ତି । ଚାଷୀ ସମସ୍ୟାକୁ ନେଇ ଆନ୍ଦୋଳନର ନେତୃତ୍ୱ ନେବା ଏକ ମହତ୍ କାର୍ଯ୍ୟ । ହେଲେ ଆନ୍ତରିକତା, ଏକାଗ୍ରତାର ଅଭାବ ଓ ଅହଂଭାବ ତାଙ୍କୁ ପଛକୁ ଭିଡ଼ିନେଉଥିବା ସେମାନେ କହିଛନ୍ତି ।
କୁହାଯାଉଛି, ସୌମ୍ୟବାବୁଙ୍କ ପାଇଁ ଅନେକ ଚାଲେଂଜ ବି ରହିଛି । ଖଣ୍ଡପଡ଼ାକୁ ନିଜର ରାଜନୈତିକ କ୍ଷେତ୍ର ବାଛିଥିଲେ ମଧ୍ୟ ଦଳ ପରିଚୟ ତାଙ୍କୁ ସଙ୍କଟରେ ପକାଇଛି । ନିଜ ଦ୍ୱାରା ଗଠିତ ଆମ ଓଡ଼ିଶା ପାର୍ଟିକୁ ସେ ଏକପ୍ରକାର ବିଲୀନ କରିସାରିଛନ୍ତି । ଏବେକୁ ମନ ତାଙ୍କର ବିଜେଡ଼ି ନହେଲେ ବିଜେପି ଆଡକୁ ଢ଼ଳିଛି । ବିଜେଡ଼ି ଏଣ୍ଟ୍ରି ପାଇଁ ଚେଷ୍ଟା କରି ଏ ପର୍ଯ୍ୟନ୍ତ ସଫଳ ହୋଇନାହାନ୍ତି । ସେପଟେ ବିଜେପି ଏଣ୍ଟ୍ରି ପାଇଁ ବି ଚେଷ୍ଟା ଚଳାଇଛନ୍ତି । ହେଲେ ସେଥିରେ ବି ସଫଳ ହେଉନାହାନ୍ତି । ସୁତରାଂ ଦୁଇ ନାଆରେ ଗୋଡ଼ ରଖି ସୌମ୍ୟ ଡୁବିବା ଅବସ୍ଥାକୁ ଚାଲି ଆସିଛନ୍ତି । ଆଉ ନିଜକୁ ବଂଚାଇବା ପାଇଁ ଆନ୍ନା ହଜାରେଙ୍କ ଶରଣ ଲୋଡିଛନ୍ତି । ଉଦ୍ଦେଶ୍ୟ, ଦିଲ୍ଲୀ ମୈଦାନରେ ସିଧା ଛକକା ମାରି ବଲ ନବୀନ ନିବାସ ପାର୍ କରିଦେବେ । ବିଜେଡ଼ି ଓ ବିଜେପିକୁ ବ୍ଲାକ୍ ମେଲିଂ କରିବାର ଏହା ଏକ ଅଭିନବ ରଣକୌଶଳ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ସବୁଠାରୁ ମଜ୍ଜା କଥାଟି ହେଉଛି, ୧୧ ତାରିଖ ଚାଷୀ କାର୍ଯ୍ୟକ୍ରମ ପାଇଁ ସୌମ୍ୟ ଦିଲ୍ଲୀ ଯିବା ପୂର୍ବରୁ ନବୀନ ନିବାସ ଆସିବାକୁ ଇଚ୍ଛା କରିଥିଲେ । ନବୀନଙ୍କୁ ଭେଟିବା ପାଇଁ ବ୍ୟାକୁଳ ହୋଇଥିଲେ । ମାତ୍ର ତାଙ୍କର ସବୁ ଚେଷ୍ଟା ଫେଲ୍ ମାରିଥିଲା । ନବୀନ ତାଙ୍କୁ ଦ୍ୱିତୀୟ ଥର ଭେଟିବାକୁ ମନା କରିଦେଇଥିବା ଖୋଦ୍ ନବୀନ ନିବାସ ସୂତ୍ରରୁ ଜଣାପଡ଼ିଛି । ତେବେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆନ୍ନା ହଜାରେଙ୍କୁ ଦିଲ୍ଲୀରେ ଅତିଥି କରିବା ପୂର୍ବରୁ ସୌମ୍ୟଙ୍କର ନବୀନ ଭେଟ୍ ଯୋଜନା ପଛରେ କି ରହସ୍ୟ ରହିଛି ତାହା ଏପର୍ଯ୍ୟନ୍ତ ବୁଝାପଡୁନି । ହୋଇପାରେ..ଦିଲ୍ଲୀରେ ବିଜେଡ଼ି ସରକାରକୁ ନକଲି ହାଲକା ଗାଳିହବ । ଅସଲରେ ଆନ୍ନାଙ୍କ ପାଟିରୁ ମୋଦିଙ୍କୁ ଭୀଷଣ ଗାଳିବର୍ଷଣ ହବ । ଖାସ୍ ସେଥିପାଇଁ ଦିଲ୍ଲୀ ଯୋଜନା ବୋଲି ନବୀନଙ୍କୁ ଜଣାଇବାକୁ ଚାହୁଁଥିଲେ କି ? ଏହା ଜଣାଇ ନବୀନଙ୍କୁ ଖୁସି ରଖିବାକୁ ଚାହୁଁଥିଲେ କି ? ତେବେ ସେ ଯାହା ହେଉ, ଆନ୍ନା ହଜାରେଙ୍କ ଆନ୍ଦୋଳନ ତଳେ ସୌମ୍ୟବାବୁ ଅରବିନ୍ଦ କେଜ୍ରିୱାଲା ଅବତାର ପାଇବାକୁ ମନ ବଳାଇଥିବା ଅସମ୍ଭବ ନୁହେଁ ବୋଲି ବିଜେଡ଼ିର ଜଣେ ବରିଷ୍ଠ ମୁଖପାତ୍ର କହିଛନ୍ତି ।
Previous Post

ବାବୁ ବିରାଡ଼ି ବୈଷ୍ଣବ

Next Post

ବିଜେପିରେ ଲୁଲୁଙ୍କ ପରିବାର

Next Post
ବିଜେପିରେ ଲୁଲୁଙ୍କ ପରିବାର

ବିଜେପିରେ ଲୁଲୁଙ୍କ ପରିବାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA