Thursday, June 25, 2026 03:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୋସିଆଲ୍ ମିଡ଼ିଆ ସପକ୍ଷରେ ମିଡ଼ିଆ ଜିଆଣ୍ଟ୍

by Our Correspondent
15 Oct, 2017- 09:12 PM
in Latest News, News
1 min read
1
ସୋସିଆଲ୍ ମିଡ଼ିଆ ସପକ୍ଷରେ ମିଡ଼ିଆ ଜିଆଣ୍ଟ୍
ଭୁବନେଶ୍ୱର: ଗଣମାଧ୍ୟମର ସ୍ୱାଧୀନ ଅଭିବ୍ୟକ୍ତି ଉପରେ ଲାଗିଛି ରୋକ୍ । କ୍ଷମତାକୁ ଆସୁଥିବା ରାଜନୈତିକ ଦଳ ପାଇଁ ପ୍ରାଥମିକତା ହୋଇଛି ମିଡ଼ିଆ ବଶୀକରଣ । ଭୟ କିମ୍ବା ଲୋଭ ଦ୍ୱାରା ମିଡ଼ିଆକୁ ବଶୀଭୂତ ଉଦ୍ୟମ ହେଉଛି । ମିଡ଼ିଆ ବି ବିନା ଦ୍ୱିଧାରେ ସେଥିରେ ବଶୀଭୂତ ହୋଇଯାଉଛି । ଆବଶ୍ୟକତାଠାରୁ ଅଧିକ ଆନୁଗତ୍ୟ ଦେଖାଉଛି । ସତ୍ୟ ଖବର ଲୁଚିଯାଉଛି । ଗଣତନ୍ତ୍ର ପାଇଁ ଏହା ଅତ୍ୟନ୍ତ ବିପଦଜନକ । ସରକାର ଏବଂ କର୍ପୋରେଟ୍ ଜାଲରେ ପଡ଼ିଥିବା ମେନଷ୍ଟ୍ରିମ୍ ମିଡ଼ିଆ ଉପରୁ ଲୋକଙ୍କର ଆସ୍ଥା ତୁଟିବାକୁ ବସିଲାଣି । ଏତିକିବେଳେ ଲୋକଙ୍କ ମନରେ ଆଶା ସଂଚାର କରିଛି ସୋସିଆଲ୍ ମିଡ଼ିଆ । ଖୁବ୍ ଶୀଘ୍ର ଏହି ସୋସିଆଲ୍ ମିଡ଼ିଆ ମେନଷ୍ଟ୍ରିମ୍ ମିଡ଼ିଆର ବିକଳ୍ପ ହେବ । ଗତକାଲି ଭୁବନେଶ୍ୱରରେ ଆୟୋଜିତ ଏକ କନଭେନସନ୍ ରେ ଜାତୀୟସ୍ତରରେ ଖ୍ୟାତ ଗଣମାଧ୍ୟମର ବିଶିଷ୍ଟ ବ୍ୟକ୍ତିମାନେ ଏହି ମତପ୍ରକାଶ କରିଛନ୍ତି ।
ଜାତୀୟ ଜନ ସୂଚନା ଅଧିକାର ଅଭିଯାନର ପଞ୍ଚମ ଜାତୀୟ ତିନିଦିନିଆ କନଭେନସନ୍ ସ୍ଥାନୀୟ ଉତ୍କଳ କଳାମଣ୍ଡପ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେଉଛି । ପୂର୍ବତନ ଉପରାଷ୍ଟ୍ରପତି ହମିଦ୍ ଆନସାରୀ ଗତକାଲି ଏହାକୁ ଉଦଘାଟନ କରିଥିଲେ । ସଂଧ୍ୟାରେ ପ୍ଲେନାରି ଅଧିବେସନର ବିଷୟବସ୍ତୁ ଥିଲା ‘ଡେମୋକ୍ରାସି,ଡିସେଣ୍ଟ ଆଣ୍ଡ ଫ୍ରି ସ୍ପିଚ୍’ । ବକ୍ତା ଥିଲେ ଦେଶର ବହୁ ଚର୍ଚ୍ଚିତ ୱେବସାଇଟ୍ ‘ଦ ଓୟାର’ ର ମୁଖ୍ୟ ସଂପାଦକ ସିଦ୍ଧାର୍ଥ ବର୍ଦ୍ଧରାଜନ୍, ଇକୋନମିକ୍ ଆଣ୍ଡ ପଲଟିକାଲ୍ ଉଇକ୍ଲିର ପୂର୍ବତନ ସଂପାଦକ ପରଂଜୟ ଗୁହା ଠାକୁର୍ତ୍ତା, ସୁପ୍ରିମକୋର୍ଟର ବରିଷ୍ଠ ଆଡଭୋକେଟ୍ ପ୍ରଶାନ୍ତ ଭୂଷଣ ଏବଂ ଜୀ-କଳିଙ୍ଗ ଓ ଇଟିଭି ଓଡ଼ିଆର ପୂର୍ବତନ ମୁଖ୍ୟ ସତ୍ୟପ୍ରକାଶ ନାୟକ । ମେନଷ୍ଟ୍ରିମ୍ ମିିଡ଼ିଆ, ସରକାର ଓ କର୍ପୋରେଟ୍ ହାଉସ୍ ର ତ୍ରିକୋଣୀୟ ସମ୍ପର୍କ ଉପରେ ବକ୍ତାମାନେ ଆଲୋକପାତ କରି ସୋସିଆଲ୍ ମିଡ଼ିଆ ସପକ୍ଷରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ ।
ଓଡ଼ିଶା ମିଡ଼ିଆ ଉପରେ ଜାତୀୟ ଗଣମାଧ୍ୟମର ଏହି ବିଶିଷ୍ଟ ବ୍ୟକ୍ତିଙ୍କ ଅନୁଭବ ନୈରାଶ୍ୟଜନକ ପରିଲକ୍ଷିତ ହୋଇଥିଲା । ଓଡ଼ିଆ ଗଣମାଧ୍ୟମଠାରେ ଖବର ସଂଗ୍ରହ କରିବାର ଅନାଗ୍ରହକୁ ସେମାନେ ପରୋକ୍ଷରେ ନାପସନ୍ଦ କରିଥିଲେ । ସୂଚନାଯୋଗ୍ୟ, ଅମିତ୍ ଶାହାଙ୍କ ପୁଅ ଜୟ ଶାହାଙ୍କ ସମ୍ପତ୍ତି ଉପରେ ଖବର କରି ନଗଦ ଚର୍ଚ୍ଚାରେ ରହିଛି ‘ ଦ ଓୟାର୍’ । ଖୋଦ୍ ଏହାର ମୁଖ୍ୟ ସଂପାଦକ ସିଦ୍ଧାର୍ଥ ବର୍ଦ୍ଧରାଜନ୍ ଭୁବନେଶ୍ୱରରେ ଉପସ୍ଥିତ ଥିଲେ ମଧ୍ୟ ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ତାଙ୍କର ସାକ୍ଷାତ ପାଇଁ ଆଗ୍ରହ ଦେଖାଇ ନ ଥିଲେ ।
ଭୁବନେଶ୍ୱରର କିଛି ବୁଦ୍ଧିଜୀବୀଙ୍କ କ୍ଷୋଭ ଥିଲା, ଆମର ଏଠି ପ୍ରମୁଖ ଟିଭି ଚାନେଲ୍ ଶସ୍ତା ଖବର ପରିବେଷଣରେ ଅଧିକ ଧ୍ୟାନ ଦେଉଛନ୍ତି । ଟିଆରପି ଚକ୍କରରେ ଜିଗୋଲ କି କଲଗାର୍ଲ ଙ୍କ ପିଛା ପଡ଼ିଛନ୍ତି । ଟିଭି ପରଦାରେ ମୁହଁ ଘୋଡାଇ ସାକ୍ଷାତକାର ନେଉଛନ୍ତି । ଏହିଭଳି ଭାବେ ଖବର ପରଦାରେ କୁତ୍ସିତ ସେକ୍ସ ପରସିବାରେ ସେମାନେ ମାହିର । ଅଥଚ ଚର୍ଚ୍ଚାରେ ଥିବା ଗମ୍ଭୀର ପ୍ରସଙ୍ଗ ସେମାନଙ୍କ ପାଇଁ ମହତ୍ତ୍ୱ ରଖୁନାହିଁ । ସିଦ୍ଧାର୍ଥ, ପରଂଜୟ ଏବଂ ପ୍ରଶାନ୍ତ ଭୂଷଣଙ୍କ ଭଳି ବ୍ୟକ୍ତିତ୍ୱ ସେମାନଙ୍କ ପାଇଁ ଗୌଣ । ଏହା ଆମ ପାଇଁ ଲଜ୍ଜାର ବିଷୟ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି ।

 

Previous Post

କାଲି ନବୀନଙ୍କ ଜନ୍ମଦିନ: ପେପର୍,ଟିଭି ବୁକିଂ

Next Post

ଅପରାଜେୟ ନବୀନ @ ୭୨

Next Post
ଅପରାଜେୟ ନବୀନ @ ୭୨

ଅପରାଜେୟ ନବୀନ @ ୭୨

Comments 1

  1. Maheshprasad says:
    9 years ago

    I am agree with with ur opinion

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA