Saturday, April 18, 2026 03:46 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କାଲି ବିଜେପିରେ ମିଶିବେ ଜୟରାମ ପାଙ୍ଗୀ

by Our Correspondent
08 May, 2017- 07:19 PM
in Latest News
0
କାଲି ବିଜେପିରେ ମିଶିବେ ଜୟରାମ ପାଙ୍ଗୀ

ଭୁବନେଶ୍ୱର: ଅବିଭକ୍ତ କୋରାପୁଟ ଜିଲ୍ଲାର ଜନପ୍ରିୟ ଆଦିବାସୀ ନେତା, ଦୃଢ଼ ସଂଗଠକ ତଥା ପୂର୍ବତନ ବିଜେଡ଼ି ସାଂସଦ ଜୟରାମ ପାଙ୍ଗୀ ଆସନ୍ତାକାଲି(ମଙ୍ଗଳବାର) ବିଜେପିରେ ସାମିଲ ହେବେ । ପାଙ୍ଗୀଙ୍କ ସହ ଦୁଇ ହଜାରରୁ ଅଧିକ ବିଜେଡ଼ି କର୍ମୀ ମଧ୍ୟ ବିଜେପିରେ ଯୋଗଦେବେ । ଦିନ ୧୧ଟାରେ ବିଜେପି ଅଫିସରେ ଆନୁଷ୍ଠାନିକ ଭାବେ ପାଙ୍ଗୀଙ୍କର ମିଶ୍ରଣ ପର୍ବ ଅନୁଷ୍ଠିତ ହେବ ।

କୋରାପୁଟରେ ଜୟରାମ ପାଙ୍ଗୀଙ୍କୁ ବିଜୁ ଜନତା ଦଳର ଫେସ୍ କୁହାଯାଏ । ନବେ ଦଶକରୁ ତାଙ୍କର ସାଂଗଠନିକ ଦକ୍ଷତା ବିଜୁବାବୁଙ୍କୁ ବେଶ୍ ଆକୃଷ୍ଟ କରିଥିଲା । ବିଜୁବାବୁ ତାଙ୍କୁ ବେଶ୍ ଭଲ ପାଉଥିଲେ । ବିଜୁଙ୍କ ପରେ ନବୀନ ମଧ୍ୟ ତାଙ୍କର ସାଂଗଠନିକ ଦକ୍ଷତା ଓ ଦଳ ପ୍ରତି ଆନୁଗତ୍ୟକୁ ପୁରସ୍କୃତ କରିଥିଲେ । ତେବେ କିଛି ବର୍ଷ ହେଲା ତାଙ୍କ ପ୍ରତି ଇର୍ଷାନ୍ୱିତ ହୋଇପଡ଼ିଥିଲେ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ରବିନାରାୟଣ ନନ୍ଦ । ତାଙ୍କ ସହିତ ପାଙ୍ଗୀଙ୍କ ବିରୋଧରେ ହାତ ମିଳାଇଥିଲେ ଅର୍ଥବଳୀ ଭାସ୍କର ରାଓ । ଦୁହିଁଙ୍କ ଚକ୍ରାନ୍ତ ଥିଲା ପାଙ୍ଗୀଙ୍କ ଚେର କାଟିବାକୁ । ଗତ ସାଧାରଣ ନିର୍ବାଚନରେ ଦୁହେଁ ସେଥିରେ ସଫଳ ହୋଇଥିଲେ ମଧ୍ୟ ପାଙ୍ଗୀଙ୍କ ପାଇଁ କୌଣସି ଫରକ୍ ପଡ଼ି ନ ଥିଲା । ବିଜେଡ଼ି ଜିଲ୍ଲା ସଭାପତି ଭାବେ ସେ ଦଳକୁ ଠିକଠାକ୍ ଚଳାଇଥିଲେ । ତେବେ ଗତ ଜିଲ୍ଲା ପରିଷଦ ନିର୍ବାଚନରେ ତାଙ୍କ ଶିର ଚ୍ଛେଦନ ପାଇଁ ବିରାଟ ଷଡ଼ଯନ୍ତ୍ର ରଚାଗଲା । ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ତତ୍କାଳୀନ ପାୱାରଫୁଲ ଯୁବମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ(ବବି)ଙ୍କୁ ହାତେଇ ରବି ନନ୍ଦ ଓ ଭାସ୍କର ରାଓ ପାଙ୍ଗୀ ହଟାଓ ମିସନ୍ ଆରମ୍ଭ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦରେ ପାଙ୍ଗୀଙ୍କ ସମର୍ଥକ ଡୁମୁରି ଖିଲାଙ୍କୁ ସେମାନେ ବସାଇ ଦେଇ ନ ଥିଲେ । ପାଙ୍ଗୀଙ୍କୁ ଅଣଦେଖା କରି ସେମାନେ ଅନ୍ୟଜଣଙ୍କୁ ସଭାପତି ନିର୍ବାଚିତ କରାଇଥିଲେ ।

ଏଥିରେ ପାଙ୍ଗୀ ଯେତିକି ଅପମାନିତ ହୋଇଥିଲେ ସେତିକି କ୍ଷୁବଧ ହୋଇଥିଲେ । ବବି ଓ ରବି ନନ୍ଦଙ୍କ ବିରୋଧରେ ସିଧାସଳଖ ଲାଞ୍ଚ ଖିଆ ଅଭିଯୋଗ ଆଣିଥିଲେ । ଆଉ ଫଳ ହେଲା ଦଳରୁ ତାଙ୍କୁ ୬ ବର୍ଷ ପାଇଁ ନିଲମ୍ବିତ କରାଗଲା । ନବୀନଙ୍କ ପରମ ଭକ୍ତ ପାଙ୍ଗୀଙ୍କୁ ଏହା ଆହୁରି ବାଧିଥିଲା । ନବୀନ ତାଙ୍କ ସହିତ କୌଣସି ଆଲୋଚନା ନ କରି ତ୍ରିମୂର୍ତ୍ତି(ବବି ଦାସ, ରବି ନନ୍ଦ, ଭାସ୍କର ରାଓ)ଙ୍କ କଥାରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେବା ତାଙ୍କ ଓ ତାଙ୍କ ସମର୍ଥକଙ୍କ ପାଇଁ ଅସହ୍ୟ ହୋଇଥିଲା । ଏହା ସତ୍ତ୍ୱେ ନବୀନ ଓ ବିଜେଡ଼ି ପ୍ରତି ସେ ତାଙ୍କର ଆନୁଗତ୍ୟ ଜାରି ରଖିଥିଲେ । ମାତ୍ର ଏହା ବେଶୀ ଦିନ ଚାଲି ପାରିନାହିଁ । ବିଜେଡ଼ିରେ ପାଙ୍ଗୀ ନିଜର ଗ୍ରହଣୀୟତା ହରାଇଥିବା ହୃଦୟଙ୍ଗମ କରି ଶେଷରେ ଦଳରୁ ତାଙ୍କର ମୋହ ତୁଟାଇଛନ୍ତି ।

Previous Post

ଦୁଇ ପଟୁ ଚୁମା ଖାଉଥିବା ଏ ବିଧାୟକ କିଏ ?

Next Post

ନବୀନଙ୍କ ମାଷ୍ଟରଷ୍ଟ୍ରୋକ୍ ହେଲାଣି ବୁମେରାଂ

Next Post
ନବୀନଙ୍କ ମାଷ୍ଟରଷ୍ଟ୍ରୋକ୍ ହେଲାଣି ବୁମେରାଂ

ନବୀନଙ୍କ ମାଷ୍ଟରଷ୍ଟ୍ରୋକ୍ ହେଲାଣି ବୁମେରାଂ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA