Saturday, April 18, 2026 02:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନଙ୍କ ମାଷ୍ଟରଷ୍ଟ୍ରୋକ୍ ହେଲାଣି ବୁମେରାଂ

by Our Correspondent
09 May, 2017- 12:57 AM
in Latest News
1 min read
0
ନବୀନଙ୍କ ମାଷ୍ଟରଷ୍ଟ୍ରୋକ୍ ହେଲାଣି ବୁମେରାଂ

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳର ନବକଳେବରକୁ ଆମେ ଫ୍ଲପ୍ ସୋ ବୋଲି ପ୍ରଥମ ଦିନ ଲେଖିଥିଲୁ । ଯାହା ଆଜି ସତ ବୋଲି ପ୍ରମାଣିତ ହେଉଛି । ନୂଆ ମନ୍ତ୍ରୀମଣ୍ଡଳକୁ ନେଇ ଅସନ୍ତୋଷ ରାସ୍ତାରେ ଗଡ଼ିଲାଣି । ମନ୍ତ୍ରୀମଣ୍ଡଳକୁ ନେଇ ପ୍ରଥମେ ମଙ୍ଗଳା କିଷାନ ସ୍ୱର ଉଠାଇଥିଲା ବେଳେ ଆଜି ଦେବାଶିଷ ନାୟକ, ଅମର ଶତପଥୀ, ପଦ୍ମନାଭ ବେହେରା, ରାସେଶ୍ୱରୀ ପାଣିଗ୍ରାହୀଙ୍କ ଭଳି ନେତା ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ନବୀନଙ୍କ ଡରରେ ପାଟି ଚୁପ୍ ରଖିଥିବା ଅନ୍ୟ ନେତାମାନଙ୍କୁ ଏହା ଉତ୍ସାହିତ କରିଛି । ଗୋଟିଏ ପଟେ ମନ୍ତ୍ରୀମଣ୍ଡଳରୁ ବିତାଡ଼ିତ ଯୁବମନ୍ତ୍ରୀମାନେ ଅସନ୍ତୋଷ ନିଆଁରେ ଜଳୁଥିବା ବେଳେ ଉପେକ୍ଷିତ ବରିଷ୍ଠ ନେତାମାନଙ୍କ ଅସନ୍ତୋଷ ବିଜେଡ଼ି ଘରକୁ ଆହୁରି ଜାଳିଛି । ଆଗକୁ ଏହା ବିଦ୍ରୋହର ରୂପ ନେଇପାରେ ବୋଲି ଆଶଙ୍କା ଜନ୍ମିଲାଣି ।

ସ୍ପର୍ଶକାତର କଳାହାଣ୍ଡି, ସମ୍ବଲପୁର, ଯାଜପୁର, କେନ୍ଦ୍ରାପଡ଼ା ସମେତ ୧୮ ଟି ଜିଲ୍ଲାକୁ ମନ୍ତ୍ରୀଶୂନ୍ୟ କରି ମୁଖ୍ୟମନ୍ତ୍ରୀ କି ବାର୍ତ୍ତା ଦେବାକୁ ଚାହିଁଛନ୍ତି ତାହା ଜମାରୁ ବୁଝାପଡୁନି । ସେହିଭଳି ପୁରୀ, ଖୋର୍ଦ୍ଧା ଭଳି ଦୁଇ ପଡ଼ୋଶୀ ଜିଲ୍ଲାରୁ ଦୁଇଜଣ ଲେଖାଏଁ ମନ୍ତ୍ରୀଙ୍କୁ ବସାଇବାରେ କି ଉଦ୍ଦେଶ୍ୟ ରହିଛି ତାହା ବି ବୁଝାପଡୁନି । ଖାଲି ସେତିକି ନୁହେଁ, ପଡ଼ୋଶୀ ଦୁଇ ଜିଲ୍ଲାର ୪ ମନ୍ତ୍ରୀ ପ୍ରଦୀପ ମହାରଥୀ, ମହେଶ୍ୱର ମହାନ୍ତି, ଅଶୋକ ପଣ୍ଡା ଓ ଶଶୀଭୂଷଣ ବେହେରାଙ୍କ ଦ୍ୱାରା ଖଡ଼ା ସିଝିବନି ତାହା ମୁଖ୍ୟମନ୍ତ୍ରୀଙ୍କୁ ନିଶ୍ଚିତ ମାଲୁମ୍ ଥିବ । ଏହି ୪ ଜଣ ମନ୍ତ୍ରୀ ସରକାରରେ ପ୍ରଭାବୀ ନୁହଁନ୍ତି କି ଦଳୀୟ ସଂଗଠନ ପାଇଁ କିଛି ଅବଦାନ ରହିଛି କି ରହିବାର ଆଶା ନାହିଁ । ସେମାନେ ପାଇଥିବା ବିଭାଗ ବି ହସି ହସି ବେଦମ୍ ହେଲା ଭଳି । ଗୁରୁତ୍ୱପୂର୍ଣ୍ଣ ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ପଦ ପାଇଥିବା ପ୍ରଦୀପ ମହାରଥୀ ଜଣେ ବାକ୍ୟବୀର । ଯାତ୍ରା ଡାଇଲଗ୍ ମାରିବା ଛଡ଼ା ଆଦୌ କାମକୁ ନୁହଁନ୍ତି । ପୁରୀ ସ୍ୱର୍ଗଦାର ଜମି ଦୁର୍ନୀତିରେ ଅଭିଯୁକ୍ତ ମହେଶ୍ୱର ହୋଇଛନ୍ତି ରାଜସ୍ୱମନ୍ତ୍ରୀ । ନିଜ ନିର୍ବାଚନମଣ୍ଡଳୀ ପୁରୀ ଛଡ଼ା ତାଙ୍କର ଆଉ କେଉଁଠି କାଟତି ନାହିଁ । ମନ୍ତ୍ରୀ ଅଭିଜ୍ଞତା ଆଦୌ ନ ଥାଇ ପ୍ରଭାବଶୂନ୍ୟ ଶଶୀଭୂଷଣ ହୋଇଛନ୍ତି ପ୍ରଭାବଶାଳୀ ଅର୍ଥମନ୍ତ୍ରୀ । ସରକାରରେ ସେ ହୋଇଛନ୍ତି ନମ୍ବର ଟୁ ମନ୍ତ୍ରୀ । କାମରେ ଛାଡ଼ନ୍ତୁ, ଉପରକୁ ଭଦ୍ର ଦେଖାଯାଉଥିବା ଶଶୀଭୂଷଣଙ୍କର ଭିତରେ ଭାରି ରୂକ୍ଷ ବ୍ୟବହାର । ସାଧାରଣ ଲୋକଙ୍କ ସହ ମେଳାପୀ ନୁହଁନ୍ତି । ଏହା କହିବା ଅର୍ଥ, ତାଙ୍କର ସାଂଗଠନିକ ଦକ୍ଷତା ଜୟଦେବ ନିର୍ବାଚନମଣ୍ଡଳୀ ସୀମା ଟପିପାରିନି କି ପାରିବାର ଆଶା ନାହିଁ ।

ଭଦ୍ରକ ଜିଲ୍ଲାରୁ ମନ୍ତ୍ରୀ ଥିବା ବିଜୟଶ୍ରୀ ରାଉତରାୟ ଏବଂ ନୂଆ ମନ୍ତ୍ରୀ ହୋଇଥିବା ପ୍ରଫୁଲ୍ଲ ସାମଲଙ୍କୁ ନିର୍ବାଚନମଣ୍ଡଳୀ ନେତା କହିଲେ ଭୁଲ୍ ହେବନି । ବିଜୟଶ୍ରୀ ଜଣେ ସ୍ପଷ୍ଟବାଦୀ ଲୋକ ହୋଇଥିଲେ ମଧ୍ୟ ଟେଣ୍ଟେଡ୍ ମନ୍ତ୍ରୀ । କାମରେ ବି ଭାରି ଅଳସୁଆ । କଟକ ଜିଲ୍ଲାରୁ ନୂଆ ଦୁଇମନ୍ତ୍ରୀ ପ୍ରତାପ ଜେନା ଓ ଚନ୍ଦ୍ରସାରଥୀ ବେହେରା ବି କାମିକା ନୁହଁନ୍ତି । ପ୍ରତାପ ଜେନାଙ୍କ ବିରୋଧରେ ରଶ୍ମିରଂଜନ ଅପହରଣ ମାମଲାଠାରୁ ଆରମ୍ଭ କରି ମିଥ୍ୟା ସତ୍ୟପାଠ ପର୍ଯ୍ୟନ୍ତ ଯାବତୀୟ ଅଭିଯୋଗ ରହିଛି । ଗତଥର ନବୀନ ସରକାରରେ ସେ ଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ମାତ୍ର ବିଭାଗ ଚଳାଇ ନ ପାରିବାରୁ ତଡ଼ା ଖାଇଥିଲେ । ଏଥର ସ୍ୱାସ୍ଥ୍ୟ ଓ ଆଇନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ତାଙ୍କ ହାତରେ । ଚନ୍ଦ୍ରସାରଥୀ ବେହେରା ମୂଳରୁ ମନ୍ତ୍ରୀ ମ୍ୟାଟେରିଆଲ୍ ନୁହଁନ୍ତି । ଆଉ ନିରଞ୍ଜନ ପୂଜାରୀଙ୍କ କଥା ନ କହିବା ଭଲ । ଲୋକ ଦେଖିଲେ ତାଙ୍କୁ ଗନ୍ଧାନ୍ତି । ସଚିବାଳୟ ଅଫିସକୁ ତାଙ୍କର ଭେଟ ପାଇଁ ସେ ସହଜରେ କାହାରିକୁ ଅନୁମତି ଦିଅନ୍ତିନି । ସାମ୍ବାଦିକମାନଙ୍କୁ କୁକୁର ମାଙ୍କଡ଼ ଭଳି ବ୍ୟବହାର କରନ୍ତି । ଗତଥର ସେ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ବିଭାଗର ମନ୍ତ୍ରୀ ଥିଲେ ମଧ୍ୟ ବିଭାଗକୁ ନିଷ୍କ୍ରିୟ କରିଦେଇଥିଲେ । ବାଚସ୍ପତି ଥିବା ବେଳେ ମଧ୍ୟ ସେହି ଏକା କଥା । ତାଙ୍କର ଚାଲିଚଳଣ, ଆଚାର ବ୍ୟବହାରରେ ଅହଂକାର ସ୍ପଷ୍ଟ ବାରି ହୋଇପଡ଼େ । ଆଗକୁ ପୌର ନିର୍ବାଚନ ଥିବା ବେଳେ ତାଙ୍କୁ ମିଳିଛି ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀପଦ । ସାଙ୍ଗକୁ ଶିଳ୍ପ ବିଭାଗ ବି । ସେପଟେ ସୁଶାନ୍ତ ସିଂ ଜଣେ ଯୁବ ସଂଗଠକ ସତ ହେଲେ ତାହା ତାଙ୍କ ଅଞ୍ଚଳରେ ସୀମିତ । ବିଜେପିକୁ ଟକ୍କର ଦେଲା ଭଳି ସେ ଜଣେ ମନ୍ତ୍ରୀ ମ୍ୟାଟେରିଆଲ୍ ନୁହଁନ୍ତି । ଏମିତିକା ମନ୍ତ୍ରୀମାନଙ୍କୁ ନେଇ ନବୀନ ପଟ୍ଟନାୟକ ତାଙ୍କ ସରକାରକୁ କିଭଳି ଲୋକାଭିମୁଖୀ କରିବେ ସେଇ ପ୍ରଶ୍ନ ଉଙ୍କିଛି ରାଜନୈତିକ ପଣ୍ଡିତମାନଙ୍କ ମନରେ ।

ମନ୍ତ୍ରୀମଣ୍ଡଳର ଏହି ରୂପରେଖ ସ୍ୱାଭାବିକ ଭାବେ ଅଲୋଡ଼ା ନେତାମାନଙ୍କୁ କ୍ଷୁବ୍ଧ କରିଛି । ପୁର୍ବର ଯୁବମନ୍ତ୍ରୀମାନଙ୍କ ଚରିତ୍ରରେ ଲାଗିଥିବା ଔଦ୍ଧତ୍ୟ ଓ ଅହଂକାରଠାରୁ ଏବେକାର ମନ୍ତ୍ରୀମାନଙ୍କ ଅଥର୍ବ ଚରିତ୍ର ଦଳୀୟ ନେତା ଏପରିକି ସାଧାରଣ ଜନତାଙ୍କୁ ଅଧିକ କ୍ଷୁବ୍ଧ କରିଛି । ରାଜନୈତିକ ସମୀକ୍ଷକଙ୍କ ମତରେ ବିଦାୟୀ ଯୁବମନ୍ତ୍ରୀମାନଙ୍କ ଦେହରେ ଅନ୍ୟ ଯାହା କଳଙ୍କ ଲାଗିଥାଉ ନା କାହିଁକି ନିଜ ବିଭାଗ ଚଳାଇବାରେ ସେମାନଙ୍କ ଦକ୍ଷତାକୁ ପ୍ରଶ୍ନ କରାଯାଇପାରିବନି । ସାଙ୍ଗକୁ ସାଂଗଠନିକ କାର୍ଯ୍ୟରେ ସେମାନେ ବେଶ୍ ନିପୁଣ ଥିଲେ । ଉଭୟ ସରକାରୀ ଓ ସାଂଗଠନିକ କାର୍ଯ୍ୟକୁ ସେମାନେ ସକ୍ରିୟ ଭାବେ ପାଳନ କରୁଥିଲେ । ନୂଆ ମନ୍ତ୍ରୀମଣ୍ଡଳରେ ଏହାର ଶୂନ୍ୟସ୍ଥାନ ଦେଖାଦେଇଥିବା ସେମାନଙ୍କର ମତ । ମନ୍ତ୍ରୀମଣ୍ଡଳରେ ୧୨ ଟି ଜିଲ୍ଲାର ପ୍ରତିନିଧିତ୍ୱ ରଖି ଅନ୍ୟ ୧୮ ଟି ଜିଲ୍ଲାକୁ ଅଣଦେଖା କରିବାର ରାଗରେ ଜଳୁଥିବା ନେତାମାନଙ୍କୁ ଏହା ଅଧିକ ଅସହିଷ୍ଣୁ କରିଛି । ଆଗକୁ ଏହା ବିସ୍ଫୋରକ ମୋଡ଼ ନେଇପାରେ ବୋଲି କୁହାଗଲାଣି ।

Previous Post

କାଲି ବିଜେପିରେ ମିଶିବେ ଜୟରାମ ପାଙ୍ଗୀ

Next Post

ମୁଖ୍ୟମନ୍ତ୍ରୀଙ୍କ ବିମାନ ଭଡ଼ାରେ ବି ଟେଣ୍ଡର ଫିକ୍ସିଂ !

Next Post
ମୁଖ୍ୟମନ୍ତ୍ରୀଙ୍କ ବିମାନ ଭଡ଼ାରେ ବି ଟେଣ୍ଡର ଫିକ୍ସିଂ !

ମୁଖ୍ୟମନ୍ତ୍ରୀଙ୍କ ବିମାନ ଭଡ଼ାରେ ବି ଟେଣ୍ଡର ଫିକ୍ସିଂ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA