Saturday, April 18, 2026 12:57 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମୁଖ୍ୟମନ୍ତ୍ରୀଙ୍କ ବିମାନ ଭଡ଼ାରେ ବି ଟେଣ୍ଡର ଫିକ୍ସିଂ !

by Our Correspondent
11 May, 2017- 10:50 AM
in Latest News
0
ମୁଖ୍ୟମନ୍ତ୍ରୀଙ୍କ ବିମାନ ଭଡ଼ାରେ ବି ଟେଣ୍ଡର ଫିକ୍ସିଂ !

ଭୁବନେଶ୍ୱର: ଛୋଟ ବଡ଼ ସରକାରୀ କାମରେ ଟେଣ୍ଡର ଫିକ୍ସିଂ ଆମ ରାଜ୍ୟ ପାଇଁ ଦେହସୁହା । ହେଲେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ କାମରେ ଟେଣ୍ଡର ଫିକ୍ସିଂ ନିହାତି ସାଂଘାତିକ କଥା । ଏମିତିକା ସାଂଘାତିକ କଥାଟିର ପ୍ରମାଣ ଲାଗିଛି “ମିଡ଼ ଡ଼େ ଓଡ଼ିଶା” ହାତରେ । ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବା ପାଇଁ ଭଡ଼ାରେ ଅଣା ଯାଇଥିବା ବିମାନ ପାଇଁ ହୋଇଛି ଟେଣ୍ଡର ଫିକ୍ସିଂ । ଟେଣ୍ଡର ପ୍ରକ୍ରିୟାରେ ନିର୍ଦ୍ଦିଷ୍ଟ କମ୍ପାନୀକୁ ଅନୁଗ୍ରହ କରାଯାଇଛି । ଅନ୍ୟ କାହାରିକୁ ଭାଗ ନେବାକୁ ଫୁରସତ୍ ଦିଆଯାଇନାହିଁ ।

କଥାଟି ଏହିଭଳି । ଗତ ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗଲେ । ତାଙ୍କର ଦିଲ୍ଲୀଯାତ୍ରା ପାଇଁ ଭଡ଼ା ବିମାନ ଖୋଜାପଡ଼ିଲା । ମୁଖ୍ୟମନ୍ତ୍ରୀଙ୍କ ୭ ତାରିଖ ଦିଲ୍ଲୀଗସ୍ତ କାର୍ଯ୍ୟକ୍ରମ ୧୫ ଦିନ ଆଗରୁ ସ୍ଥିର ହୋଇଥିଲେ ମଧ୍ୟ ତାଙ୍କ ଅଧୀନରେ ଥିବା ସାଧାରଣ ପ୍ରଶାସନ ବିଭାଗ ଭଡ଼ା ବିମାନ ପାଇଁ ସଟ୍ କୋଟେସନ୍ (ନଂ ୯୬୫୧) ଆହ୍ୱାନ କଲେ ୪ ତାରିଖରେ । ସେଥିପାଇଁ ନିୟମକାନୁନ ପାଳନ କରାଗଲାନି । ଦିନକ ପରେ ଅର୍ଥାତ୍ ୫ ତାରିଖରେ ଦିଲ୍ଲୀର ମେସର୍ସ ପିନାକଲ୍ ଏୟାର ପ୍ରାଇଭେଟ୍ ଲିମିଟେଡ଼ ଏଥିପାଇଁ ଅଫର୍ ଦେଲା ଏବଂ ତାହାକୁ ସାଧାରଣ ପ୍ରଶାସନ ବିଭାଗ ଅବିଳମ୍ବେ ଗ୍ରହଣ କରିନେଲା । ସଂସ୍ଥାର ଦୁଇ ଇଞ୍ଜିନ୍ ବିଶିଷ୍ଟ ଫାଲକନ୍ ୨୦୦୦ ଏୟାରକ୍ରାଫ୍ଟକୁ ୧୬ ଲକ୍ଷ ୧୫ ହଜାର ୭୫୦ ଟଙ୍କାରେ ଭଡ଼ା ଅଣାଗଲା । ମୁଖ୍ୟମନ୍ତ୍ରୀଙ୍କୁ ୭ ତାରିଖରେ ଖାଲି ଦିଲ୍ଲୀରେ ପହଞ୍ଚାଇବାକୁ ଏତେ ଟଙ୍କାରେ ବିମାନ ଭଡ଼ା କରାଗଲା । ନିୟମ କହୁଛି, ସଟ୍ କୋଟେସନ ରେ ଭାଗ ନେବାକୁ ଆଗ୍ରହୀ ସଂସ୍ଥା କିମ୍ବା ବ୍ୟକ୍ତିବିଶେଷଙ୍କୁ ଅତି କମ୍ ରେ ୭ ଦିନ ସମୟ ଦେବା କଥା । କିନ୍ତୁ ସାଧାରଣ ପ୍ରଶାସନ ବିଭାଗ ତାହାକୁ ପାଳନ କଲାନି । ନିର୍ଦ୍ଦିଷ୍ଟ ଭାବେ ପିନାକଲ୍ ଏୟାର ପ୍ରାଇଭେଟ୍ ସଂସ୍ଥାକୁ ଆଖିରେ ରଖାଯାଇ ନାମକୁ ମାତ୍ର ସଟ୍ କୋଟେସନ୍ ଦିଆଯାଇଥିଲା । ସୁତରାଂ ଦିଲ୍ଲୀର ଏହି ସଂସ୍ଥା ପାଇଁ ଏହା ଫିକ୍ସିଂ କରିଦିଆଗଲା । ଏଥିରେ ତୃତୀୟ ମହଲାର କିଛି ଅଫିସରଙ୍କ ପକେଟ ଗରମ୍ ହୋଇଥିବା କୁହାଯାଉଛି ।

ସୂଚନାଯୋଗ୍ୟ, “୩୦ ଲକ୍ଷ ଖର୍ଚ୍ଚରେ ନବୀନଙ୍କ ଦିଲ୍ଲୀ ଉଡ଼ାଣ” ଶୀର୍ଷକରେ ଏକ ଖବର ଆମେ ଗତ ଏପ୍ରିଲ୍ ୨୬ ତାରିଖ ଦିନ ପୋଷ୍ଟିଂ କରିଥିଲୁ । ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଯିବା ଆସିବାରେ ଭଡ଼ା ବିମାନ ପାଇଁ କିଭଳି ମୋଟା ଟଙ୍କା ଖର୍ଚ୍ଚ ହେଉଛି ତାହା ଲେଖିଥିଲୁ । ଗତ ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇ ୬ ତାରିଖରେ ଫେରିଥିଲେ । ଆଉ ରାଜ୍ୟ ତହବିଲ୍ ମୁଖ୍ୟମନ୍ତ୍ରୀଙ୍କ ଉଡାଣ ପାଇଁ ଗଣିଥିଲା ୩୦ ଲକ୍ଷ ଟଙ୍କା । ମୁଖ୍ୟମନ୍ତ୍ରୀ ଭଡ଼ାରେ ବ୍ୟବହାର କରିଥିବା ସେହି ବିମାନଟି ଥିଲା ଆଜିକା ଚର୍ଚ୍ଚିତ ପିନାକଲ୍ ଏୟାର ପ୍ରାଇଭେଟ୍ ଲିମିଟେଡ଼ର ଚାଟାର୍ଡ ବିମାନ ।

Previous Post

ନବୀନଙ୍କ ମାଷ୍ଟରଷ୍ଟ୍ରୋକ୍ ହେଲାଣି ବୁମେରାଂ

Next Post

ପ୍ରତାପ ଦେବଙ୍କ ମୁଣ୍ଡରେ ସୁନା କଳସ

Next Post
ପ୍ରତାପ ଦେବଙ୍କ ମୁଣ୍ଡରେ ସୁନା କଳସ

ପ୍ରତାପ ଦେବଙ୍କ ମୁଣ୍ଡରେ ସୁନା କଳସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA