ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଶନିବାର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ କିମ୍ସ ପରିସରରେ କିଟ୍ ଏବଂ କିମ୍ସ ର ପଦାଧିକାରୀ ଓ କର୍ମଚାରୀମାନେ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଏହାର ନେତୃତ୍ୱ ନେଇଥିଲେ କିଟ୍, କିସ୍ ଓ କିମ୍ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇ କହିଥିଲେ, ଡାକ୍ତର, ପାରାମେଡିକାଲ କର୍ମଚାରୀଙ୍କଠାରୁ ଆରମ୍ଭ କରି ସଫେଇ କର୍ମଚାରୀ, ପୋଲିସ ଓ ଅନ୍ୟାନ୍ୟ କର୍ମଚାରୀମାନେ ଯେଉଁମାନେ କୋଭିଡ୍ ଯୋଦ୍ଧା ଭାବେ ଦିନରାତି କରୋନା ଆକ୍ରାନ୍ତଙ୍କ ସେବାରେ ନିୟୋଜିତ ଅଛନ୍ତି ସେମାନଙ୍କୁ ସମ୍ମାନ ଜଣାଇବା ଆମର କର୍ତବ୍ୟ ।







