Friday, April 17, 2026 05:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କୁଆଡେ ଗଲା ବିଜେଡ଼ିର ମହାନଦୀ ରିପୋର୍ଟ ?

by Our Correspondent
07 Jun, 2017- 10:08 AM
in Latest News, Politics
1 min read
0
କୁଆଡେ ଗଲା ବିଜେଡ଼ିର ମହାନଦୀ ରିପୋର୍ଟ ?

ଭୁବନେଶ୍ୱର: ଗତବର୍ଷ ଅଗଷ୍ଟ ମାସରେ ଛତିଶଗଡ଼ ଯାଇଥିଲେ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଜେଡ଼ିର ୧୨ ଜଣିଆ ଟିମ୍ । ମନ୍ତ୍ରୀ ଦେବୀ ମିଶ୍ର, ପ୍ରଦୀପ ଅମାତ, ସଞ୍ଜୟ ଦାସବର୍ମାଙ୍କ ସମେତ ୬ ବିଧାୟକ ସେହି ଚକାଚକ ଗସ୍ତରେ ସାମିଲ ଥିଲେ । ୯ ଓ ୧୦ ତାରିଖ ଦୁଇଦିନ ଧରି ସେମାନେ ମହାନଦୀ ଉପରେ ନିର୍ମାଣ ହେଉଥିବା ବିଭିନ୍ନ ପ୍ରକଳ୍ପକୁ ବୁଲି ଦେଖିଥିଲେ । ଛତିଶଗଡ଼ ସରକାରଙ୍କ ଅଫିସର, ଇଂଜିନିୟରଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରିଥିଲେ । ଛତିଶଗଡ଼ ସରକାର ବେଆଇନ ଭାବେ ୧୧ଟି ବୃହତ୍ତ ପ୍ରକଳ୍ପ, ୮ ଟି ମଧ୍ୟମ ପ୍ରକଳ୍ପ ଏବଂ ୭ ଟି ଚେକ୍ ଡ୍ୟାମ୍ ନିର୍ମାଣ କରିଥିବା ବିଜେଡ଼ି ଟିମ୍ ପରିଦର୍ଶନ କାଳରେ ଦେଖିଥିଲେ । ଓଡ଼ିଶାର ଜୀବନ ରେଖା କୁହାଯାଉଥିବା ମହାନଦୀ ଜଳକୁ ଛତିଶଗଡ଼ ସରକାର କିଭଳି ଅଟକାଉଛି ତାହାର ନିଚ୍ଛକ ପ୍ରମାଣ ପାଇଥିବା ଦାବି କରିଥିଲେ ।

ଓଡ଼ିଶା ଫେରିଲା ପରେ ଟିମ୍ ର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରାଥମିକ ସୂଚନା ଅବଗତ କରାଇଥିଲେ । ଏକ ରିପୋର୍ଟ ପ୍ରସ୍ତୁତ କରି ଦେବାକୁ ମାସେ ପରେ ସମୟ ନେଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଚୂଡ଼ାନ୍ତ ରିପୋର୍ଟ ଦେଲେ ସତ ହେଲେ କ’ଣ ଦେଲେ ତାହା ଏ ଯାଏଁ ଓଡ଼ିଶାବାସୀ ଜାଣିପାରିନାହାନ୍ତି । ଓଡ଼ିଶାର ସ୍ୱାର୍ଥ ଜଡ଼ିତ ମହାନଦୀକୁ ନେଇ ବିଜେଡ଼ି ଲଢ଼େଇ କରୁଥିଲା ବେଳେ ସେ ସମ୍ପର୍କିତ ଅନୁସନ୍ଧାନ ରିପୋର୍ଟକୁ କ’ଣ ପାଇଁ ସାର୍ବଜନୀନ କରୁନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ, ଯୋଜନାବଦ୍ଧ ଭାବେ କଲମା ବ୍ୟାରେଜ୍ ନିକଟରେ ଛତିଶଗଡ଼ ପାଣି ଅଟକାଇ ରଖିବା ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା ବେଳେ ରାଜନୈତିକ ବୟାନବାଜି ତୀବ୍ର ହୋଇଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ଓ ସର୍ବୋଚ୍ଚ ଯନ୍ତ୍ରୀ ଏଚ.ସି.କୋଠାରେଙ୍କ କଥାରେ ତାଳମେଳ ରହୁନି । ଆମ ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ ଛତିଶଗଡ଼ ଖାତିର କରୁନାହିଁ । ମହାନଦୀ ପାଣିକୁ ନେଇ ଯୁଦ୍ଧ ଚାଲିଥିବା ବେଳେ ଓଡ଼ିଶାବାସୀ ସମ୍ପୂର୍ଣ୍ଣ ତଥ୍ୟକୁ ନେଇ ଅନ୍ଧାରରେ ରହିଛନ୍ତି । ଏହାକୁ ଚପାଇ ରଖିବା ପଛରେ ବିଜେଡ଼ିର କ’ଣ ଉଦ୍ଦେଶ୍ୟ ରହିଛି ବୁଝାପଡୁନାହିଁ ।

Previous Post

ଇଟାଲି ହେଲିକପ୍ଟରରେ ଉଡିବେ ନବୀନ

Next Post

ତଥାଗତଙ୍କ ଚୋର ଉପାଖ୍ୟାନ

Next Post
ତଥାଗତଙ୍କ ଚୋର ଉପାଖ୍ୟାନ

ତଥାଗତଙ୍କ ଚୋର ଉପାଖ୍ୟାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA