Friday, April 17, 2026 05:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ତଥାଗତଙ୍କ ଚୋର ଉପାଖ୍ୟାନ

by Our Correspondent
08 Jun, 2017- 06:05 PM
in Latest News, Politics
1 min read
0
ତଥାଗତଙ୍କ ଚୋର ଉପାଖ୍ୟାନ

ଭୁବନେଶ୍ୱର: ତଥାଗତ ଶତପଥୀ କହିଛନ୍ତି ବିଜେଡ଼ିରେ ଚୋରଙ୍କ ସଂଖ୍ୟା କମ୍ ନାହାନ୍ତି । ନିକଟରେ ୪/୫ ଜଣ ଚୋରଙ୍କୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳରୁ ବିଦା କଲେ । ସେମାନଙ୍କ ମଧ୍ୟରେ ଦେବୀ ମିଶ୍ର ଜଣେ । ଅନ୍ୟମାନଙ୍କ ନାଁ କହୁ କହୁ ଛେପ ଢ଼ୋକି ଅଟକି ଯାଇଛନ୍ତି ତଥାଗତ । ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହିନ୍ଦୋଳ ଝାଡ଼ବନ୍ଧରେ ଆୟୋଜିତ ପୌଷ ମହୋତ୍ସବରେ ତଥାଗତଙ୍କ ଏହି ଭାଷଣ ବିଜେଡ଼ି ମହଲରେ ଝଡ଼ ସୃଷ୍ଟି କରିଛି ।

ଦଳର କିଛି ନେତା ତଥାଗତଙ୍କ ମନ୍ତବ୍ୟକୁ ଠିକ୍ ବୋଲି କହିଥିଲା ବେଳେ ଜନତା ଦରବାରରେ ଏହାକୁ ନେଇ ମଜାଦାର ଚର୍ଚ୍ଚା ହେଉଛି । ସ୍ପଷ୍ଟବାଦୀ ତଥାଗତ ମଂଜି କଥାଟି କହିଛନ୍ତି ବୋଲି ବିଭିନ୍ନସ୍ତରରେ ଆଲୋଚନା ହେଉଛି । ସେପଟେ ବିଜେଡ଼ିର କିଛି ନେତା ତଥାଗତଙ୍କ ସାଧୁତା ଓ ନୈତିକତାକୁ ଓଲଟି ପ୍ରଶ୍ନ କରିଛନ୍ତି । ନିଜ ମାଆଙ୍କ ନାଁରେ ଅଶ୍ଲୀଳ ମନ୍ତ୍ରବ୍ୟ ଦେଇଥିବା ବ୍ୟକ୍ତିଙ୍କଠାରୁ ଅଧିକ ଆଶା କରାଯାଇପାରେନା ବୋଲି ସେମାନେ ଆକ୍ଷେପ କରିଛନ୍ତି । ସିଧାସଳଖ ଭାବେ ଚୋର ଆଖ୍ୟାତ ଦେବୀ ମିଶ୍ର ନିଜର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶରଣ ପଶିଛନ୍ତି । ଆଉ ମୁଖ୍ୟମନ୍ତ୍ରୀ ତଥାଗତଙ୍କ ମନ୍ତବ୍ୟକୁ ଗମ୍ଭୀରତା ଦେଖାଇ ମିଛ ବୋଲି କହିଛନ୍ତି । ସେ କାହିଁକି ଏଭଳି କହିଲେ ତାଙ୍କୁ ସୋ କଜ୍ ମଗାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିଜେଡ଼ି ଆଭ୍ୟନ୍ତରୀଣ ବାରୁଦଗଦାରେ ନିଆଁ ଚେଙ୍ଗିବାରେ ତଥାଗତଙ୍କର ଏହା ପ୍ରଥମ ପ୍ରୟାସ ନୁହେଁ । ନିକଟରେ ନବୀନ ସରକାରଙ୍କ ଚତୁର୍ଥ ପାଳିର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ସେ ବିସ୍ଫୋରକ ଭାଷଣ ଦେଇଥିଲେ । ବିଜେଡ଼ିରେ କନ୍ଦଳ ସାଂଘାତିକ ରୂପ ନେଇଛି । ମନ୍ତ୍ରୀ/ବିଧାୟକମାନେ ଠିକାଦାରୀ, ବଦଳିରେ ମାତିଛନ୍ତି । ସାଂସଦ ଓ ବିଧାୟକଙ୍କ ମଧ୍ୟରେ ସମନ୍ୱୟ ନାହିଁ । କର୍ମୀମାନେ ବହୁଧା ଗ୍ରୁପ୍ ରେ ବିଭକ୍ତ ହୋଇଛନ୍ତି । ନବୀନଙ୍କ ନାଁରେ ବିଜେଡ଼ି ନେତାମାନେ ଭୋଟ ପାଉଛନ୍ତି । ନଚେତ୍ ସଫା ହୋଇଯାଆନ୍ତେଣି । ବିଜେପି ପ୍ରତି ବିଜେଡ଼ିର ଆଭିମୁଖ୍ୟ ସ୍ପଷ୍ଟ ନାହିଁ । ଇତ୍ୟାଦି ଇତ୍ୟାଦି ବର୍ଷିଥିଲେ ତଥାଗତ । ତାହା ପୁଣି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ । କହିବା ବାହୁଲ୍ୟ, ତଥାଗତଙ୍କୁ ସେଦିନ ଭାଷଣରୁ ନିବୃତ୍ତ କରିବାକୁ ଚେଷ୍ଟା କରିଥିଲେ ସଭା ସଂଚାଳନ କରୁଥିବା ଦେବୀ ମିଶ୍ର । ତଥାଗତ ଏଥିରେ କ୍ଷୁବଧ ହୋଇ ଭାଷଣମଞ୍ଚ ଛାଡ଼ି ଚାଲିଯାଇଥିଲେ ।

ତା ପୂର୍ବରୁ ତଥାଗତ ଟ୍ୱିଟ୍ ଜରିଆରେ ବିଜେଡ଼ି ପାଇଁ ଅଡୁଆ ସୃଷ୍ଟି କରିଥିଲେ । ବିଜେଡ଼ି ସଂସଦୀୟ ଦଳ ବିଭାଜନ ହେଉଥିବା ସେ ସାଙ୍କେତିକ ସୂଚନା ଦେଇଥିଲେ । ଖାଲି ତଥାଗତ କାହିଁକି, ଭର୍ତ୍ତୃହରି ମହତାବ ଓ ବୈଜୟନ୍ତ ପଣ୍ଡା ମଧ୍ୟ ଟ୍ୱିଟ୍ ଓ ପ୍ରବନ୍ଧ ମାଧ୍ୟମରେ ବିଜେଡ଼ି ଉପରେ ହମଲା କରୁଛନ୍ତି । ଭର୍ତ୍ତୃହରି ବେଳ ଦେଖି କେଂଚ ମାରୁଥିବା ବେଳେ ବୈଜୟନ୍ତ ଖୋଲାଖୋଲି ବିଦ୍ରୋହୀ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଯଦି ଭାବୁଛନ୍ତି କି ସାଂସଦମାନେ ମିଛ କହୁଛନ୍ତି ଏବଂ ଦଳକୁ ଅଧିକ କ୍ଷତି କରୁଛନ୍ତି ତେବେ ସେ ଚୁପ୍ ବସିଛନ୍ତି କାହିଁକି ବୋଲି ରାଜନୈତିକ ପଣ୍ଡିତମାନେ ପ୍ରଶ୍ନ କରିଛନ୍ତି । ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ଭର୍ତ୍ତୃହରିଙ୍କୁ ସୋ କଜ୍ ନୋଟିସ୍ ଦେଇଥିଲେ ଯାହା ଉପରଠାଉରିଆ ଥିଲା । ଭର୍ତ୍ତୃହରି ତାହାର ଜବାବ ଦେଲେନି କି ନବୀନ କାର୍ଯ୍ୟନୁଷ୍ଠାନ ନେଲେନି । ଆଜି ତଥାଗତ ବିଜେଡ଼ି ନେତାଙ୍କୁ ଚୋର କହିବା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଖାଇଥିଲେ ମଧ୍ୟ ତାହା ପାଣିଫୋଟକା ପରି ମିଳାଇଯିବ ବୋଲି ସେମାନେ ଆଶଙ୍କା କରିଛନ୍ତି । କାରଣ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କର ଦମ୍ ନାହିଁ । ସେମାନେ ଖାଲି ସାଂସଦ ନୁହଁନ୍ତି, ପ୍ରଭାବଶାଳୀ ଖବରକାଗଜ ଓ ଟିଭି ସଂସ୍ଥାର ମାଲିକ । ସୁଯୋଗ ପାଇଲେ ସେମାନେ ଦଳକୁ ବରବାଦ କରିଦେବେ ବୋଲି ନବୀନଙ୍କର ଭୟ ଅଛି । ଖାସ୍ ଏହି କାରଣରୁ ଖୋଲା ଚାଲେଂଜ ଦେଇ ଆସୁଥିବା ବୈଜୟନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନବୀନ ଡରୁଥିବା ସେମାନେ କହିଛନ୍ତି ।

ବୈଜୟନ୍ତଙ୍କ ତଥାକଥିତ ଦଳବିରୋଧୀ ଆଭିମୁଖ୍ୟ ଜୋରଦାର ହୋଇଥିବା ବେଳେ ତଥାଗତଙ୍କ ଚୋର ଉପାଖ୍ୟାନ ବିଜେଡ଼ି ରାଜନୀତିକୁ କେଉଁ ମୋଡ଼ ଦେଉଛି ତାହା ଏବେ ଦେଖିବାର କଥା ।

Previous Post

କୁଆଡେ ଗଲା ବିଜେଡ଼ିର ମହାନଦୀ ରିପୋର୍ଟ ?

Next Post

ମୁଁ କାହିଁକି ମୁଖ୍ୟମନ୍ତ୍ରୀ ନ ହେବି ?

Next Post
ମୁଁ କାହିଁକି ମୁଖ୍ୟମନ୍ତ୍ରୀ ନ ହେବି ?

ମୁଁ କାହିଁକି ମୁଖ୍ୟମନ୍ତ୍ରୀ ନ ହେବି ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA