Thursday, April 30, 2026 01:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କୃଷି ବିଭାଗର ‘କାଳିଆ’ ସ୍ପଷ୍ଟୀକରଣ: ୯୯% ଯୋଗ୍ୟ ହିତାଧିକାରୀ, ଅନିୟମିତତା ହୋଇନି

by Our Correspondent
19 Sep, 2019- 12:45 AM
in Latest News, News
1 min read
0
କୃଷି ବିଭାଗର ‘କାଳିଆ’ ସ୍ପଷ୍ଟୀକରଣ: ୯୯% ଯୋଗ୍ୟ ହିତାଧିକାରୀ, ଅନିୟମିତତା ହୋଇନି
ଭୁୁବନେଶ୍ୱର: ‘କାଳିଆ’ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଚେଷ୍ଟା କରିଛି କୃଷି ବିଭାଗ । ଏହି ବୃହତ୍ତ ପ୍ରକ୍ରିୟାରେ ୫୧,୦୫ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୩୨ ହଜାର ବଡ଼ଚାଷୀ, ସରକାରୀ କର୍ମଚାରୀ ଓ ପେନସନଭୋଗୀ ଅଯୋଗ୍ୟ ବିବେଚିତ ହୋଇଛନ୍ତି । ଏମାନଙ୍କ ସଂଖ୍ୟା ୧ ପ୍ରତିଶତରୁ କମ୍ ବୋଲି ବିଭାଗ ପକ୍ଷରୁ ଜାରି ଏକ ସ୍ପଷ୍ଟୀକରଣରେ କୁହାଯାଇଛି ।
କୃଷି ବିଭାଗ ଏହି ସ୍ପଷ୍ଟୀକରଣ ଜାରି ପଛରେ କାରଣ ବି ରହିଛି । ମଙ୍ଗଳବାର ଦିନ ବିଭାଗର ତଥ୍ୟ ଆଧାରରେ କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଦେଇଥିବା ବିବୃତ୍ତିର ଅର୍ଥକୁ ଗଣମାଧ୍ୟମ କୁଆଡ଼େ କଦର୍ଥ କରିଛନ୍ତି । ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ବୋଲି ମନ୍ତ୍ରୀ କହି ନ ଥିଲେ । ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ ଯେଉଁ ତଥ୍ୟ ଓ ବ୍ୟାଖ୍ୟା ରଖିଛନ୍ତି ତାହା ହିଁ କହିଥିଲେ କୃଷି ମନ୍ତ୍ରୀ । ମାତ୍ର ଭୁଲ୍ ବୁଝାମଣା ଯୋଗୁଁ କୁଆଡ଼େ ଠିକ୍ ଖବର ଆସିନାହିଁ । ସୁତରାଂ ‘କାଳିଆ’ ରେ କେଳେଙ୍କାରୀ କି ଘୋଟାଲା ଆଦୌ ହୋଇନାହିଁ । ସ୍ପଷ୍ଟୀକରଣ ପଛର ମୋଟାମୋଟି ଉଦ୍ଦେଶ୍ୟ ଏୟା ।
ଗତକାଲି ବିଭାଗର ଅଯୋଗ୍ୟ ତାଲିକାରେ ଦର୍ଶାଯାଇଥିବା ୩ ଲକ୍ଷ ପରିବାରକୁ ସ୍ପଷ୍ଟୀକରଣ ଜରିଆରେ ଯୋଗ୍ୟ ବୋଲି ଦାବି କରାଯାଇଛି । ‘କାଳିଆ’ ଟଙ୍କା ନେଇଥିବା ଏହି ୩ ଲକ୍ଷ ପରିବାର ପ୍ରକୃତପକ୍ଷେ ଅଯୋଗ୍ୟ ନୁହଁନ୍ତି । ୯ ହଜାର ନାବାଳକ/ନାବାଳିକା ମଧ୍ୟ ଅଯୋଗ୍ୟ ହିତାଧିକାରୀ ନୁହଁନ୍ତି । ‘କାଳିଆ’ ଯୋଜନାରେ ଗୋଟିଏ ପରିବାରରୁ କେବଳ ଜଣେ ମାତ୍ର ଏହି ସହାୟତା ପାଇବାର ବ୍ୟବସ୍ଥା ଥିବାରୁ ଏକାଧିକ ବ୍ୟକ୍ତିଙ୍କ ପାଖକୁ ଯାଇଥିବା ଟଙ୍କାକୁ ଆଡଜଷ୍ଟ କରାଯିବ । ଏହି ଟଙ୍କାକୁ ପରବର୍ତ୍ତୀ କିସ୍ତି ରୂପେ ବିବେଚନା କରାଯିବ । ତେଣୁ ସେମାନେ ଯୋଗ୍ୟ ହିତାଧିକାରୀ ।
ଏଥିସହ କାଳିଆ ‘ଯୋଜନା’ର ସଫଳତାର ତଥ୍ୟ ଦେଇଛି କୃଷି ବିଭାଗ । ଏହି ଯୋଜନାରେ ୫୧.୦୫ ଲକ୍ଷ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ସହାୟତା ରାଶି ସିଧାସଳଖ ଇ-ବ୍ୟାଙ୍କ ମାଧ୍ୟମରେ ହିତାଧିକାରୀଙ୍କୁ ଦିଆଯାଇଛି । ହିତାଧିକାରୀ ଚିହ୍ନଟରୁ ଚୂଡ଼ାନ୍ତ ଚୟନ ପର୍ଯ୍ୟନ୍ତ ଏହି ବିଶାଳ ପ୍ରକ୍ରିୟା ମାତ୍ର ୩ ମାସ ମଧ୍ୟରେ ସମ୍ପାଦନ କରାଯାଇପାରିଛି । ପ୍ରାରମ୍ଭିକ ଚିଠା ତାଲିକା ରାଜ୍ୟର ପ୍ରାୟ ୭ ହଜାର ଗ୍ରାମ ପଞ୍ଚାୟତରେ ପ୍ରଦର୍ଶିତ ହୋଇଛି । ଗ୍ରାମ ପଞ୍ଚାୟତସ୍ତରରେ ପ୍ରତ୍ୟେକ ବ୍ୟକ୍ତି ଦରଖାସ୍ତ ଦେଇ ସେମାନଙ୍କ ନାମକୁ ବାଦ୍ ଦେବା ପାଇଁ ସୁଯୋଗ ଦିଆଯାଇଛି । ଏହାବ୍ୟତୀତ ବିଭିନ୍ନସ୍ତରରେ ଯଥା ଗ୍ରାମ ପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ତରରେ ସେମାନଙ୍କ ଯୋଗ୍ୟତାକୁ ପରଖା ଯାଇଛି । ଏହାପରେ ରାଜ୍ୟସ୍ତରରେ ବିଭିନ୍ନ ତଥ୍ୟ ବିଶ୍ଲେଷଣ ଜରିଆରେ ଦରଖାସ୍ତକୁ ଯାଞ୍ଚ କରି ଯୋଗ୍ୟ ହିତାଧିକାରୀ ଚୟନ କରାଯାଇଛି । ଏହି ବିଶାଳ ଓ ବିସ୍ତୃତ କାର୍ଯ୍ୟକ୍ରମ ଜରିଆରେ ୧.୧୯ କୋଟି ଦରଖାସ୍ତ ମଧ୍ୟରୁ ୫୧.୦୫ ଲକ୍ଷ ହିତାଧିକାରୀଙ୍କୁ ଚୟନ କରାଯାଇଥିଲା । ଯାହା କି ଅନ୍ୟ ରାଜ୍ୟ ଓ ଦେଶ ପାଇଁ ଏକ ବେଞ୍ଚ ମାର୍କ ।
‘କାଳିଆ’ ଯୋଜନାର ପରିକଳ୍ପନା ଓ କାର୍ଯ୍ୟକାରିତା ସମସ୍ତଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି । ଯୋଜନାରେ କ୍ଷୁଦ୍ର ଓ ନାମ ମାତ୍ର, ଭାଗ ଚାଷୀ, ଭୂମିହୀନ କୃଷକ ପରିବାରକୁ ଅର୍ନ୍ତଭୁକ୍ତ କରାଯାଇଥିବାରୁ ଅଦ୍ୱିତୀୟ କାର୍ଯ୍ୟକ୍ରମ ଭାବେ ବିବେଚିତ ହେଉଛି । ହିତାଧିକାରୀ ଚୟନ ପ୍ରକ୍ରି୍ରୟାରେ ୫୦ ହଜାରରୁ ଅଧିକ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । ଏକ ନିମ୍ନତମ ସାଧାରଣ ଆୟ ସହ କୃଷକମାନଙ୍କର ସଶକ୍ତିକରଣ ପ୍ରଦାନ ନିମନ୍ତେ ‘କାଳିଆ’ ଯୋଜନାର କାର୍ଯ୍ୟକାରିତା ଦେଶର ଏକ ଅନନ୍ୟ କାର୍ଯ୍ୟକ୍ରମ । ୯୯ ପ୍ରତିଶତ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କ ନିମନ୍ତେ ଯୋଜନା କାର୍ଯ୍ୟକାରିତା ବାସ୍ତବିକ ଏକ ଅସାଧାରଣ ପଦକ୍ଷେପ ବୋଲି ସ୍ପଷ୍ଟୀକରଣରେ କୁହାଯାଇଛି ।
Previous Post

‘କାଳିଆ’ କେଳେଙ୍କାରୀ: ସରକାରଙ୍କୁ ଅଡୁଆରେ ପକାଇଦେଲେ ମନ୍ତ୍ରୀ

Next Post

ଅକ୍ଟୋବର ୨୧ରେ ବିଜେପୁର ଭୋଟ, ୨୪ରେ ଫଳ

Next Post
ଅକ୍ଟୋବର ୨୧ରେ ବିଜେପୁର ଭୋଟ, ୨୪ରେ ଫଳ

ଅକ୍ଟୋବର ୨୧ରେ ବିଜେପୁର ଭୋଟ, ୨୪ରେ ଫଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA