Thursday, April 30, 2026 03:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କ୍ରେଡିଟ୍ ନେଲେ ମୋଦି, ନାମ ନେବେ ରାଜ୍ୟ ସରକାର

by Our Correspondent
03 May, 2020- 11:52 PM
in Latest News, National, News
1 min read
0
କ୍ରେଡିଟ୍ ନେଲେ ମୋଦି, ନାମ ନେବେ ରାଜ୍ୟ ସରକାର

ANI_20200414038

ନୂଆଦିଲ୍ଲୀ: ମୋଦି ମାରିଲେ ତାଲା, କିନ୍ତୁ ଖୋଲିବେ ରାଜ୍ୟ ସରକାର । କରୋନା ପାଇଁ ଜାରି ଲକ୍ ଡାଉନ୍ 2.0 ଶେଷ ହୋଇଥିବା ବେଳେ ଆରମ୍ଭ ହୋଇଛି ଲକ୍ ଡାଉନ୍ 3.0, ଯାହା ଆସନ୍ତା 17 ତାରିଖ ଯାଏଁ ଚାଲିବ । ସେପଟେ ମହାମାରୀର ପ୍ରଭାବ କମି ନଥିବା ବେଳେ ରାଜ୍ୟ ସରକାର ମାନଙ୍କ ଟେନସନ୍ ବଢ଼ିଛି । ବାହାର ରାଜ୍ୟରେ ଫସି ରହିଥିବା ଲୋକମାନେ ନିଜ ନିଜ ରାଜ୍ୟକୁ ଫେରିଛନ୍ତି । ଏଭଳି ସ୍ଥିତିରେ ରାଜ୍ୟ ସରକାର ମାନଙ୍କ ହାତରେ ରଙ୍ଗ, ତୁଳୀ ଏବଂ ଚାବି କାଠି ଧରାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
କରୋନା ପାଇଁ ଲକ୍ ଡାଉନ୍ । ଆଉ ଲକ୍ ଡାଉନ୍ ପାଇଁ ବିଭିନ୍ନ ସମସ୍ୟା । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁ ଥିବାର ଆଭାସ ମିଳିଲାଣି । ଲକ୍ ଡାଉନ୍ ହଟିଲେ ସ୍ୱାସ୍ଥ୍ୟ ସମସ୍ୟା ସହ ମାଡ଼ି ହୋଇପଡ଼ିବ ଆର୍ଥିକ ସମସ୍ୟା । ଯାହା ଲକ୍ ଡାଉନର ରାଜନୈତିକ ଲାଭାଂଶକୁ କ୍ଷତି ପହଞ୍ଚାଇବା ସମ୍ଭାବନା ଅଧିକ । ତେଣୁ ଏଭଳି ସ୍ଥିତିରେ ରାଜନୀତିରେ ମାହିର୍ ମୋଦି, ଠିକ୍ ସମୟରେ ପୋଡିଅମ୍ ଛାଡ଼ି ଦେଇଛନ୍ତି ।
ଏବେ ଆସନ୍ତୁ ନଜର ପକାଇବା, କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଘୀୟ ଆଭିମୁଖ୍ୟ ଉପରେ । କରୋନା ମୁକାବିଲା ପାଇଁ ମାର୍ଚ୍ଚ 24 ତାରିଖରେ ସାରା ଦେଶରେ ତାଲା ପକାଇଲେ ମୋଦି । ପୁଣି ଏପ୍ରିଲ୍ 14ରେ ଘୋଷଣା କଲେ ଲକ୍ ଡାଉନ୍ 2.0, ଯାହା ମେ 3 ତାରିଖ ଯାଏଁ ଚାଲିଲା । ପ୍ରଥମ ପର୍ଯ୍ୟାୟ ଲକ୍ ଡାଉନ୍ ଘୋଷଣା ବେଳେ ରାଜ୍ୟ ସରକାର ମାନଙ୍କ ସହ ସେତେଟା ଆଲୋଚନା କରି ନଥିଲେ ସେ । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଘୋଷଣା ପୂର୍ବରୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭିଡିଓ କନଫରେନସିଂରେ କରୋନା ସ୍ଥିତି ନେଇ ଆଲୋଚନା କରିଥିଲେ । ପୁଣି ଏପ୍ରିଲ 27 ତାରିଖରେ ଆଉ ଥରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନସିଂରେ ବସିଲେ । ଆଶା ଥିଲା, ଲକ୍ ଡାଉନ୍ ସଂପ୍ରସାରଣ ବାବଦରେ ପ୍ରଧାନମନ୍ତ୍ରୀ କିଛି ନିଷ୍ପତ୍ତି ଘୋଷଣା କରିବେ ବୋଲି । କିନ୍ତୁ ସେମିତି କିଛି ହେଲାନି ।
ବରଂ ରାଜ୍ୟ ସରକାର ମାନଙ୍କ ହାତରେ ରଙ୍ଗ ଓ ତୁଳୀ ଧରାଇ ଦେଲେ । କରୋନା ମହାମାରୀର ପ୍ରଭାବକୁ ଦେଖି ରାଜ୍ୟ ସରକାରମାନେ ରେଡ୍, ଅରେଞ୍ଜ ଓ ଗ୍ରୀନ୍ ଜୋନ୍ ନିର୍ଦ୍ଧାରଣ କରିବାର ଦାୟିତ୍ୱ ନ୍ୟସ୍ତ କରିଦେଲେ । ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଘୋଷଣା କରିବାକୁ ନା ନିଜେ ଆସିଲେ ମୋଦି ନା ତାଙ୍କ ଖାସ୍ ବିଶ୍ୱସ୍ତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମାଧ୍ୟମରେ ଜାରି ହେଲା ଲକ୍ ଡାଉନ୍ 3.0 । ଏସବୁକୁ ଅନୁଶୀଳନ କଲେ, ଜଣାପଡୁଛି ଯେ, ତାଲା ପକାଇବାରେ କ୍ରେଡିଟ୍ ରହିଛି, କିନ୍ତୁ ତାଲା ଖୋଲିବାରେ ନାହିଁ । ତାଲା ଖୋଲିବାରେ ରାଜନୈତିକ ମୂଲ୍ୟ ଦେବାର ସମ୍ଭାବନା ଅଧିକ ରହିଛି । ତେଣୁ ଯଥା ସମୟରେ ରାଜ୍ୟ ସରକାର ମାନଙ୍କ ହାତରେ ଚାବି କାଠି ଧରାଇ ଦେଇ ପୋଡିଅମ୍ ଛାଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଇଣ୍ଡିଆ ଟୁଡେର ତଥ୍ୟ ଅନୁଯୟୀ 15 ଦିନ ତଳେ ଦେଶରେ ଦେଶରେ ହଟ୍ ସ୍ପଟ୍ ସଂଖ୍ୟା 170ରୁ 129କୁ ଖସିଥିଲା । କିନ୍ତୁ ଏପ୍ରିଲ 30 ବେଳକୁ ଗ୍ରୀନ୍ ଜୋନ୍ ସଂଖ୍ୟା 325ରୁ ଖସି 307କୁ ଆସିଥିଲା । ଯାହା ଦେଶରେ କରୋନାର ଭୟାବହତା ଚିତ୍ର ସ୍ପଷ୍ଟ କରୁଛି । ଅବଶ୍ୟ ମୁଖ୍ୟମନ୍ତ୍ରୀ ମାନଙ୍କ ସହ 27 ତାରିଖ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ, ଜୋନ୍ ନିର୍ଦ୍ଧାରଣର ପରାମର୍ଶ ଦେଇ ଲକ୍ ଡାଉନ୍ କୋହଳର ସଙ୍କେତ ଛାଡ଼ିଥିଲେ । ଯାହା ଦେଶବାସୀଙ୍କୁ କିଛିଟା ଆଶ୍ୱସ୍ତି ଦେଇଛି । କିନ୍ତୁ ପରିସ୍ଥିତିକୁ ଦେଖିଲେ, ବର୍ତ୍ତମାନ ତାଲା ଖୋଲିବ ଯିଏ, ରିସ୍କ ନେବ ସିଏ ।

(ସୌଜନ୍ୟ- ଦି ପ୍ରିଣ୍ଟ୍)

 

 

Previous Post

ମଦ, କ’ଣ ଅତ୍ୟାବଶ୍ୟକ ସାମଗ୍ରୀ ?

Next Post

ଅମାନିଆ ମଣିଷ, ଅମାନବୀୟ ଚେହେରା

Next Post
ଅମାନିଆ ମଣିଷ, ଅମାନବୀୟ ଚେହେରା

ଅମାନିଆ ମଣିଷ, ଅମାନବୀୟ ଚେହେରା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA