Wednesday, April 29, 2026 11:27 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କଡ଼ା ହେଲା କରୋନା କଟକଣା

by Our Correspondent
01 Jun, 2020- 04:56 PM
in Latest News, News
1 min read
0
କଡ଼ା ହେଲା କରୋନା କଟକଣା

– ସପ୍ତାହରେ ଦୁଇ ଦିନ ୧୧ ଜିଲ୍ଲା ସଟ୍ ଡାଉନ୍
– ଜୁନ୍ ୩୦ ଯାଏଁ ବନ୍ଦ ରହିବ ଧାର୍ମିକ ଅନୁଷ୍ଠାନ, ସପିଂ ମଲ୍
– ୧୨ ଘଣ୍ଟିଆ ରାତ୍ରିକାଳୀନ କର୍ଫ୍ୟୁ ପୂର୍ବଭଳି ବଳବତ୍ତର
– ଜୁଲାଇ ୩୧ ଯାଏଁ ସ୍କୁଲ, କଲେଜ ବନ୍ଦ

ଭୁବନେଶ୍ୱର: ଆଜିଠାରୁ ଦେଶରେ ଅନ୍ ଲକ୍-୧ ଘୋଷଣା ହୋଇଥିଲେ ମଧ୍ୟ ଓଡ଼ିଶାରେ ଗମାନଗମନ ବ୍ୟବସ୍ଥାକୁ ଛାଡ଼ିଦେଲେ ଅନ୍ୟତ୍ର କଟକଣାକୁ କୋହଳ କରାଯାଇନାହିଁ । କଟକଣାମୁକ୍ତ ଆଳରେ ରାସ୍ତାଘାଟରେ ଲୋକଙ୍କ ଗହଳି ଦେଖି ସରକାର କଟକଣାକୁ ବରଂ ଆହୁରି କଡ଼ାକଡ଼ି କରିଛନ୍ତି । ରାଜ୍ୟର କରୋନା ସଂକ୍ରମଣ ବଢ଼ି ଚାଲିଛି ଏବଂ ଜୁନ୍ ମାସ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ନୂଆ ଗାଇଡଲାଇନ୍ ତିଆରି କରିଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରପାଠୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ।
ଜୁନ୍ ୮ ରୁ ଧାର୍ମିକ ସ୍ଥଳ, ସପିଂ କପ୍ଲେକ୍ସ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁମତି ଦେଇଥିଲେ ମଧ୍ୟ ଓଡ଼ିଶାରେ ଜୁନ୍ ୩୦ ପର୍ଯ୍ୟନ୍ତ ଏହା ଉପରେ କଟକଣା ରହିବ । ଅର୍ଥାତ୍ ଜୁନ୍ ୩୦ ପର୍ଯ୍ୟନ୍ତ ସଭା ସମିତି, ଉତ୍ସବ, ସିନେମା ହଲ୍, ଜିମାନିସିୟମ୍, ସୁଇମିଂ ପୁଲ୍, ମନୋରଂଜନ ପାର୍କ, ବାର୍, ଅଡିଟୋରିୟମ୍ ସମେତ ଧାର୍ମିକ ସ୍ଥଳ, ସପିଂ କପ୍ଲେକ୍ସ ବନ୍ଦ ରହିବ । ପୂର୍ଣ୍ଣମାତ୍ରାରେ ହୋଟେଲ ଖୋଲିବାକୁ ଅନୁମତି ଦିଆଯାଇନାହିଁ । ୩୦ ପ୍ରତିଶତ କ୍ଷମତାରେ ହୋଟେଲ ଖୋଲିଯାଇପାରିବ । ସେହିଭଳି କେବଳ ଇନ୍ ହାଉସ୍ ଗେଷ୍ଟ ଙ୍କ ପାଇଁ ରେଷ୍ଟୁରାଣ୍ଟ ଖୋଲା ରହିବ ।
ଜୁଲାଇ ୩୧ ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍କୁଲ, କଲେଜ, କୋଚିଂ ସେଣ୍ଟର୍ ବନ୍ଦ ରହିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
ରାଜ୍ୟକୁ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୨୬ ହଜାର ୫୦୪ ପ୍ରବାସୀ ଆସିଲେଣି । ଏହି ଧାରା ଜାରି ରହିଥିବାରୁ ସଂକ୍ରମଣର ସମ୍ଭାବନା ବଢ଼ିଛି । ବିଶେଷକରି ଉପକୂଳ ଓଡ଼ିଶା ସମେତ ନୟାଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଅତିରିକ୍ତ କଟକଣା ଲଶଗୁ କରିଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।
ଜୁନ୍ ମାସ ସାରା ସପ୍ତାହର ଶନି ଓ ରବିବାର ଦିନ ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା ଓ ବଲାଙ୍ଗୀର ଜିଲ୍ଲା ସମ୍ପୂର୍ଣ୍ଣ ସଟ୍ ଡାଉନ୍ ରହିବ । ମେଡ଼ିକାଲ୍, କ୍ଲିନିଂ, ଔଷଧ ଦୋକାନ ଓ ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ସପ୍ତାହର ଏହି ଦୁଇ ଦିନ ଅଫିସ ଓ ଅନ୍ୟାନ୍ୟ ସବୁ ବନ୍ଦ ରହିବ ।
ସାରା ରାଜ୍ୟରେ ପୂର୍ବଭଳି ୧୨ ଘଣ୍ଟିଆ ରାତ୍ରିକାଳୀନ କର୍ଫ୍ୟୁ( ସଂଧ୍ୟା ୭ରୁ ସକାଳୁ ୭) ବଳବତ୍ତର ରହିବ ବୋଲି ପୁଲିସ ଡିଜି ଶ୍ରୀ ଅଭୟ ସୂଚନା ଦେଇଛନ୍ତି । ଗହଳି ଚହଳିକୁ ଆଦୌ ପ୍ରଶୟ ଦିଆଯିବ ନାହିଁ । ସାମାଜିକ ଶୃଙ୍ଖଳା ବଜାୟ ରଖିବା ଓ ମାସ୍କ ପିନ୍ଧିବାକୁ ସମସ୍ତେ ବାଧ୍ୟ । ଏଥିପାଇଁ ଜରିମାନା ରାଶିକୁ ୫୦୦ ଟଙ୍କା ବୃଦ୍ଧି କରା ଯାଇଥିବା ବେଳେ ତୃତୀୟ ଥର ଜରିମାନା ପରେ ଗିରଫ ଦଣ୍ଡ ଲାଗୁ ହେବ ବୋଲି ଡିଜି କହିଛନ୍ତି । ରାସ୍ତାରେ ଛେପ ପକାଇଲେ ବି କଠୋର ଦଣ୍ଡ ଭୋଗିବାକୁ ପଡ଼ିବ ।
Previous Post

“ବନ୍ଦେ ଉତ୍କଳ ଜନନୀ” ରେ ସ୍ୱର ମିଳାଇଲା ସୋଆ

Next Post

ସହଯୋଗ ଲୋଡିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

Next Post
ସହଯୋଗ ଲୋଡିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ସହଯୋଗ ଲୋଡିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA