Saturday, May 9, 2026 05:47 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଖବର ମୋଡ଼ିଦିଅ..ଚାପିଦିଅ…!!

by Our Correspondent
05 Feb, 2018- 11:06 AM
in Latest News, News
1 min read
0
ଖବର ମୋଡ଼ିଦିଅ..ଚାପିଦିଅ…!!

Help concept with hand silhouette behind a curtain.Victim reaching for help behind a curtain.

ଭୁବନେଶ୍ୱର: ମିଡ଼ିଆ ବୋଲେ ଲୋକେ ଆଗ ଟିଭିକୁ ବୁଝୁଛନ୍ତି ବୋଲି କେହି ଜଣେ ବନ୍ଧୁ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରିଥିଲେ । ଅର୍ଥାତ୍ ଟିଭି ଖବର ଉପରେ ଲୋକଙ୍କ ଅଗାଧ ବିଶ୍ୱାସ । ମାତ୍ର ଲୋକଙ୍କ ବିଶ୍ୱାସ ସହ କେମିତି ଖେଳାଯାଉଛି ତାହାର କେତୋଟି ନଗଦ ଉଦାହରଣ ଦେଉଛୁ ।
ଗତ ୩ ତାରିଖରେ ମୁମ୍ବାଇରେ ଅନୁଷ୍ଠିତ ‘ଦ ଟଲ୍ ମ୍ୟାନ୍’ ପୁସ୍ତକ ପ୍ରେଜେଣ୍ଟେସନ୍ ସୋ ବେଳେ ୱାଇ.ଭି.ଚୌହାନ୍ ଅଡ଼ିଟୋରିୟମ୍ ସାମ୍ନାରେ ରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନାରାବାଜି ହେଲା । କୁନ୍ଦୁଲି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରି ବିକ୍ଷୋଭ ହେଲା । ମୁଣ୍ଡଗଣତିରେ ବିକ୍ଷୋଭକାରୀଙ୍କ ସଂଖ୍ୟା ଥିଲା ୧୧ । ଏହାର ନେତୃତ୍ୱ ନେଇଥିଲେ ଉପାସନା ମହାପାତ୍ର । ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ନିକଟରେ ବିଜେପିରେ ମିଶିଛନ୍ତି । ଏବେ ମୁମ୍ବାଇରେ ପାଠ ପଢ଼ୁଛନ୍ତି । ମାତ୍ର ଏକ ନମ୍ବର ଟିଭିରେ ବ୍ରେକିଂ ଖବର ଚାଲିଲା.. ‘ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରବାସୀ ଓଡ଼ିଆଙ୍କ ଜୋରଦାର ବିରୋଧ’ । ଦିନତମାମ ଏହା ମୁଖ୍ୟ ଖବର ହେଲା । ମୁମ୍ବାଇରେ ପାଠ ପଢ଼ୁଥିବା ଉପାସନା କେବେଠୁଁ ପ୍ରବାସୀ ଓଡ଼ିଆ ହେଲେଣି ତାହା ବୁଝାଗଲାନି । ଉପାସନା ପ୍ରବାସୀ ଓଡ଼ିଆ ନା ନବାଗତା ବିଜେପି ନେତ୍ରୀ ତାହା ଓଡ଼ିଶାବାସୀ କ’ଣ ଜାଣନ୍ତିନି??
ମୁମ୍ବାଇ ଉତ୍ସବରେ ବିପିନ ବିହାରୀ ମିଶ୍ରଙ୍କ ଉପସ୍ଥିତି ପରଦିନ ତମାମ ବ୍ରେକିଂ ଓ ମୁଖ୍ୟ ଖବର ହୋଇ ଚାଲିଲା । ସିସୋର ଚିଟଫଣ୍ଡ ସହ ସଂପୃକ୍ତି ଅଭିଯୋଗରେ ସିବିଆଇ ଏହି ମିଶ୍ରଙ୍କୁ ଦୁଇ ଦୁଇ ଥର ଜେରା କରିଥିଲା । ଏଭଳି ଜଣେ ଚିଟଫଣ୍ଡ ଅଭିଯୁକ୍ତ କେମିତି ମନ୍ତ୍ରୀ ପ୍ରତାପ ଜେନା ଓ ବିଜେଡ଼ି ମୁଖପାତ୍ର ଦେବାଶିଷ ସାମନ୍ତରାୟଙ୍କ ମଝିରେ ବସିଲେ ? ମୁଖ୍ୟମନ୍ତ୍ରୀଙ୍କୁ କେମିତି ସ୍ୱାଗତ କଲେ ? ସେଠି ଉତ୍ସବର ସେ ଆୟୋଜକ ଥିଲେ କି ? ଏମିତି ଅନେକ ପ୍ରଶ୍ନ ଠିଆ କରାଗଲା । ସତକଥା ଜଣେ ଚିଟଫଣ୍ଡ ଅଭିଯୁକ୍ତଙ୍କ ସହ ଶାସକ ଦଳର ନିବିଡ଼ତାକୁ ଏହା ସୂଚାଉଛି । ଏଭଳି ଖବର ଲୋକଲୋଚନକୁ ଆଣି ସରକାରଙ୍କ ମୁଖା ଖୋଲିବା ଭଲକଥା ।
ତେବେ କିଛି ଦିନ ତଳେ ଭୁବନେଶ୍ୱର ଜୟଦେବଭବନରେ ଚିଟଫଣ୍ଡ ଅଭିଯୁକ୍ତ ବିକାଶ ସ୍ୱାଇଁଙ୍କ ଆୟୋଜିତ ଉତ୍ସବରେ ତାଙ୍କ ସହ ଗୋଟିଏ ମଞ୍ଚରେ ବସିଥିଲେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ସୁଶାନ୍ତ ସିଂ, ଚିଟଫଣ୍ଡ ଜମାକାରୀ କ୍ଷତିଗ୍ରସ୍ତ ମଂଚର ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ ଓ ଏକ ଘରୋଇ ଟିଭିର ମୁଖ୍ୟ ସମ୍ପାଦକ ସୌମ୍ୟଜିତ୍ ପଟ୍ଟନାୟକ । ସେଦିନର ଉତ୍ସବର କଭରେଜ୍ କରିଥିଲା ଏକ ନମ୍ବର ଟିଭି । ହେଲେ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲ୍ ରୁ ମୁକୁଳିଥିବା ଚିଟଫଣ୍ଡ ଅଭିଯୁକ୍ତ ବିକାଶ ସ୍ୱାଇଁଙ୍କୁ କ’ଣ ଚିହ୍ନିପାରିଲା ନାହିଁ ? ତାଙ୍କ ସହ ଗୋଟିଏ ମଞ୍ଚରେ ମନ୍ତ୍ରୀ ଓ ଗଣମାଧ୍ୟମ ବଡ଼ପଣ୍ଡାଙ୍କ ଉପସ୍ଥିତିକୁ ପ୍ରଶ୍ନ କଲା ନାହିଁ କାହିଁକି ? ସଂପୃକ୍ତ ଟିଭି ପାଇଁ ତାହା ଯଦି ଅଘଟଣ ନ ଥିଲା ତେବେ ସିବିଆଇ ଦ୍ୱାରା ଖାଲି ଜେରା ହୋଇଥିବା ବିପିନ ମିଶ୍ରଙ୍କ ଉପସ୍ଥିତି ଗୋଟାଏ ବଡ଼ ଅଘଟଣ ହୋଇଗଲା କେମିତି ? ସମ୍ବାଦର ମାପକାଠି ବଦଳିଗଲା କେମିତି ? ଏହା କିଭଳି ନିରପେକ୍ଷତା ?
କୁନ୍ଦୁଲି ପାଇଁ କାନ୍ଦୁଥିବା ଟିଭି ଚାନେଲ୍ ପାଇଁ ଆଉ ଏକ ପ୍ରଶ୍ନ । ଜଟଣୀ ବାଛରା ସ୍କୁଲରେ ଚାକିରି କରୁଥିବା କୋରାପୁଟ ଅଞ୍ଚଳର ଜଣେ ଶିକ୍ଷୟିତ୍ରୀଙ୍କୁ ତାଙ୍କ ସ୍କୁଲ ପାଖରେ ରେପ୍ ହେଲା । ଘଟଣା ପ୍ରଘଟ କଲେ ହତ୍ୟା ଧମକ ଦିଆଗଲା । ନିରୀହ ଆଦିବାସୀ ଏହି ଶିକ୍ଷୟିତ୍ରୀଜଣଙ୍କ ଡରରେ ସ୍କୁଲରୁ ଛୁଟି ନେଇ ଘରକୁ ପଳାଇଲେ । ତାଙ୍କ ଘରେ ଯାଇ ସବୁକଥା କହିଲେ । ତାଙ୍କ ଘର ଓ ଗାଁ ଲୋକଙ୍କ ସାହାୟତାରେ ନ୍ୟାୟଭିକ୍ଷା ପାଇଁ ଗତ ଜାନୁଆରୀ ୮ ତାରିଖରେ ଭୁବନେଶ୍ୱର ଆସିଲେ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୁହାରି କଲେ । ସଚିବାଳୟରେ ଥାଇ ସବୁ ଗଣମାଧ୍ୟମକୁ ଯୋଗାଯୋଗ କଲେ । ମାତ୍ର କେହି ଜଣେ ବି ତାଙ୍କ ଦୁଃଖ ବୁଝିବାକୁ ଆସିଲେନି । ଶିକ୍ଷୟିତ୍ରୀଙ୍କୁ ରେପ୍ ଅଭିଯୋଗପତ୍ରର ନକଲ ସୋସିଆଲ୍ ମିଡ଼ିଆରେ ଘୂରିବୁଲିଥିଲେ ମଧ୍ୟ ଘଟଣା ବୁଝିବାକୁ କେହି ଆଗ୍ରହ ଦେଖାଇଲେନି । ବିଚାରା ଭୁବନେଶ୍ୱରରେ ତିନି ଦିନ ପଡ଼ିରହିବା ପରେ ଶିକ୍ଷୟିତ୍ରୀ ଓ ତାଙ୍କ ପରିବାର ଘରକୁ ଫେରିଗଲେ । ଆଜି ବି ଭୟଭୀତ ଅବସ୍ଥାରେ ଜୀବନ କାଟୁଛନ୍ତି ସେହି ନିରୀହ ଆଦିବାସୀ ଶିକ୍ଷୟିତ୍ରୀ । ରାଜନୀତିର ସମ୍ପର୍କ ନ ଥିବାରୁ ଖବରର ଗୁରୁତ୍ୱ ମିଡ଼ିଆ ବୁଝିପାରିଲାନି କି ? ତାଙ୍କର ଆଉ କିଛି ଅଘଟଣ ହୋଇ ରାଜନୀତିର ରଙ୍ଗ ବାଜିଲେ ଯାଇ ଖବର ହେବ କି ?
ନିକଟରେ ସହିଦନଗରର ଏକ ଲେଡ଼ିଜ୍ ହଷ୍ଟେଲ୍ ରେ ଜଣେ ଛାତ୍ରୀ ଆତ୍ମହତ୍ୟା କଲେ । ଥାନାରେ ମାମଲା ହେଲା । ସବୁ ମିଡ଼ିଆ ଖବରଟି ଜାଣିଲେ । ମାତ୍ର ତାହା ଚପିଗଲା । କାରଣ କ’ଣ ଜାଣିଛନ୍ତି ? ଯୋଉ ହଷ୍ଟେଲ୍ ରେ ଆତ୍ମହତ୍ୟା ହେଲା ତାହାର ମାଲିକ ହେଉଛନ୍ତି ପ୍ରଭାବଶାଳୀ ସାମ୍ବାଦିକ/ସମ୍ପାଦକ । ଘଟଣାର ରଫାଦଫା ପାଇଁ ଉପରୁ ପୁଲିସ ଉପରେ ଚାପ ପଡ଼ିଲା ଆଉ ଖବର ଚାପିଦେବାକୁ ସାମ୍ବାଦିକଙ୍କ ଉପରେ ଚାପ ପଡ଼ିଲା । ଆତ୍ମହତ୍ୟା କରିଥିବା ଛାତ୍ରୀର ପରିବାର ଦୁଃଖ ଏବେ କିଏ ବୁଝିବେ କୁହନ୍ତୁ ?
ଏଠି ଟିଭିରେ ସାଂସଦଙ୍କ ପାଣିଟାଙ୍କି ଉଦଘାଟନର ଲାଇଭ୍ ହୋଇପାରୁଛି । ନିର୍ବାଚନମଣ୍ଡଳୀସ୍ତରୀୟ ନେତାଟିଏ କେଉଁ ରାଜନୈତିକ ପାର୍ଟିରେ ଯୋଗଦେବାର ଘଣ୍ଟା ଘଣ୍ଟା ର ଲାଇଭ୍ କଭରେଜ୍ ପାଇଁ କମ୍ପିଟେସନ୍ ହେଉଛି । ନିର୍ଦ୍ଦିଷ୍ଟ ଦଳ ମୋହର ଲାଗିଥିବା ଛାତ୍ରୀଙ୍କୁ ପ୍ରବାସୀ ଓଡ଼ିଆ ଆଖ୍ୟା ଦିଆଯାଇ ବଡ଼ ଖବର କରାଯାଉଛି । ଅଥଚ ଖୋଦ୍ ରାଜଧାନୀ ଉପକଣ୍ଠରେ ଜଣେ ଆଦିବାସୀ ଶିକ୍ଷୟିତ୍ରୀଙ୍କୁ ରେପ୍ ହେବା ଖବର ଲୁଚିଯାଉଛି । ରାଜଧାନୀ ଛାତିରେ ଛାତ୍ରୀଙ୍କ ଆତ୍ମହତ୍ୟା ଖବର ଲୁଚିଯାଉଛି । ଲୋକଙ୍କ ବିଶ୍ୱାସ ସହିତ ଏହା ସାଂଘାତିକ ପ୍ରତାରଣା ବୋଲି ବିଭିନ୍ନ ମହଲରେ ଆଲୋଚନା ହେଲାଣି ।
Previous Post

ପ୍ରଣୟ କଂଗ୍ରେସ ପ୍ରାର୍ଥୀ, ଘାଟାରେ ବିଜେପି

Next Post

କୁନ୍ଦୁଲି ମାମଲାର ତଦନ୍ତ କରିବ ଏସଆଇଟି

Next Post
କୁନ୍ଦୁଲି ମାମଲାର ତଦନ୍ତ କରିବ ଏସଆଇଟି

କୁନ୍ଦୁଲି ମାମଲାର ତଦନ୍ତ କରିବ ଏସଆଇଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA